ETV Bharat / state

OUAT ପରିଦର୍ଶନ କଲେ 5T ସଚିବ, ନିର୍ମାଣଧୀନ ଅତ୍ୟାଧୁନିକ ଅଡିଟୋରିୟମ ଦେଶର ସବୁଠୁ ବଡ ହେବ

author img

By

Published : Feb 3, 2023, 6:49 AM IST

ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ । OUATରେ ଡିସେମ୍ବର ସୁଦ୍ଧା ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ଅଡିଟୋରିଅମର ନିର୍ମାଣ କାର୍ଯ୍ୟ ଶେଷ ହେବ କହିଲେ ।

OUAT ପରିଦର୍ଶନ କଲେ 5T ସଚିବ
OUAT ପରିଦର୍ଶନ କଲେ 5T ସଚିବ

OUAT ପରିଦର୍ଶନ କଲେ 5T ସଚିବ
OUAT ପରିଦର୍ଶନ କଲେ 5T ସଚିବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ ପାଣ୍ଡିଆନ ଗୁରୁବାର ସନ୍ଧ୍ୟାରେ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(OUAT) ପରିଦର୍ଶନ କରିଛନ୍ତି । ସେଠାରେ ସେ ୫-ଟି ରୂପାନ୍ତର କାର୍ଯ୍ୟକ୍ରମ ଅଧୀନରେ ଚାଲିଥିବା ଅନେକ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଏହାସହିତ ସେଠାରେ ପଢୁଥିବା ଥିବା ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି । ପ୍ରଥମେ ସେ ନିର୍ମାଣାଧୀନ ଥିବା ଅତ୍ୟାଧୁନିକ ଅଡିଟୋରିୟମ ବୁଲି ଦେଖିଥିଲେ । ୧୦୦୦ ଆସନ ବିଶିଷ୍ଟ ଏହି ଅତ୍ୟାଧୁନିକ ଅଡିଟୋରିୟମର ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୨୩ ସୁଦ୍ଧା ଶେଷ ହେବ ।

OUAT ପରିଦର୍ଶନ କଲେ 5T ସଚିବ
OUAT ପରିଦର୍ଶନ କଲେ 5T ସଚିବ

ଏହି ଅଡିଟୋରିଅମ ଦେଶର ସବୁଠାରୁ ବଡ ଅଡିଟୋରିଅମ ହେବ । କୃଷି ଶିକ୍ଷା କ୍ଷେତ୍ରରେ ରାଜ୍ୟ ଠାରୁ ଆରମ୍ଭ କରି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, କର୍ମଶାଳା ଓ କନଫରେନ୍‌ସ ଏଠାରେ ଆୟୋଜନ କରାଯାଇ ପାରିବ ବୋଲି ୫-ଟି ସଚିବ କହିଛନ୍ତି । ଏହାପରେ ୨୦୦ ଆସନ ବିଶିଷ୍ଟ କୃଷକ ହଷ୍ଟେଲର ନବୀକରଣ କାମ ବୁଲି ଦେଖିଥିଲେ ପାଣ୍ଡିଆନ । କୃଷି ସଂପର୍କିତ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା କୃଷକମାନେ ଏହି ହଷ୍ଟେଲରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ୨୦୨୩ ସେପ୍ଟେମ୍ବର ମାସ ସୁଦ୍ଧା ଏହାର ନବୀକରଣ କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ସମୀକ୍ଷାରୁ ଜଣାଯାଇଛି ।

ଏହାମଧ୍ୟ ପଢନ୍ତୁ: ଆସୁଛନ୍ତି ମହାମହିମ, ସ୍ଵାଗତ ପାଇଁ ପ୍ରସ୍ତୁତ ରମାଦେବୀ ବିଶ୍ଵବିଦ୍ୟାଳୟ

OUAT ପରିଦର୍ଶନ କଲେ 5T ସଚିବ
OUAT ପରିଦର୍ଶନ କଲେ 5T ସଚିବ

୫ଟି ସଚିବ ଭି.କେ.ପାଣ୍ଡିଆନ କୃଷି ବିଶ୍ବବିଦ୍ୟାଳୟର ଛାତ୍ରାବାସ କାମ ମଧ୍ୟ ଅନୁଧ୍ୟାନ କରିଛନ୍ତି । ଏଥିରେ ୫୦୦ ଛାତ୍ର ରହିବାର ବ୍ୟବସ୍ଥା କରାଯାଉଛି । ଡିସେମ୍ବର ୨୦୨୩ ସୁଦ୍ଧା ଏହାର ନିର୍ମାଣ କାମ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଶେଷରେ ସେ ଛାତ୍ରୀନିବାସର ନବୀକରଣ କାର୍ଯ୍ୟ ବୁଲି ଦେଖିଛନ୍ତି ଏବଂ ଛାତ୍ରୀମାନଙ୍କ ସହ ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା ମଧ୍ୟ କରିଛନ୍ତି । ତେବେ ଛାତ୍ରୀନିବାସର ଉନ୍ନତିକରଣ କାର୍ଯ୍ୟ ଖୁବ ଭଲ ହେଉଛି ବୋଲି ଛାତ୍ରୀମାନେ ମତ ଦେଇଥିଲେ ।

ଏହାସହ ଛାତ୍ରୀ ନିବାସରେ ବ୍ୟାଡମିଣ୍ଟନ କୋର୍ଟ ଓ ଜିମ୍ ସୁବିଧାର ବିକାଶ ପାଇଁ ସେମାନଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ ବୋଲି ୫-ଟି ସଚିବ ଛାତ୍ରୀମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ପରିଦର୍ଶନ ସମୟରେ କୃଷି ବିଭାଗର ପ୍ରମୁଖ ଅରବିନ୍ଦ ପାଢୀ, ପୂର୍ତ୍ତ ବିଭାଗର ପ୍ର.ଭି.କେ. ଯାଦବ, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଏବଂ ଓୟୁଏଟିର କୁଳପତି ପ୍ରମୁଖ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.