ETV Bharat / state

Assembly Elections Preparations: ଜିଲ୍ଲା ସଭାପତିଙ୍କୁ ପ୍ରାର୍ଥୀ ତାଲିକା ମାଗିଲେ ପିସିସି ସଭାପତି

author img

By ETV Bharat Odisha Team

Published : Oct 18, 2023, 8:58 PM IST

ଏନେଇ ପ୍ରତି ନିର୍ବାଚନ ମଣ୍ଡଳୀରେ ବ୍ଲକ ,ଜିଲ୍ଲା ସଭାପତି ମାନେ ଯୋଗ୍ୟ ପ୍ରାର୍ଥୀଙ୍କ ଚିଠା ପ୍ରସ୍ତୁତ କରିବେ , ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଇ ଜିଲ୍ଲା ସଭାପତି ମାନେ ତାଲିକା ପଠାଇବେ । ମାସକ ଭିତରେ ପ୍ରତି ନିର୍ବାଚନ ମଣ୍ଡଳୀରୁ 3 ରୁ 4ଟି ଲେଖାଏଁ ନାଁ ପଠାଇବେ କରିବେ ଜିଲ୍ଲା ସଭାପତି । ଅଧିକ ପଢନ୍ତୁ

Assembly Elections Preparations: ଜିଲ୍ଲା ସଭାପତିଙ୍କୁ ପ୍ରାର୍ଥୀ ତାଳିକା ମାଗିଲେ ପିସିସି ସଭାପତି
Assembly Elections Preparations: ଜିଲ୍ଲା ସଭାପତିଙ୍କୁ ପ୍ରାର୍ଥୀ ତାଳିକା ମାଗିଲେ ପିସିସି ସଭାପତି

Assembly Elections Preparations: ଜିଲ୍ଲା ସଭାପତିଙ୍କୁ ପ୍ରାର୍ଥୀ ତାଳିକା ମାଗିଲେ ପିସିସି ସଭାପତି

ଭୁବନେଶ୍ବର: ଆଗାମୀ 2024 ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନକୁ ନେଇ ଚଳଚଞ୍ଚଳ କଂଗ୍ରେସ ଶିବିର । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ 9 ରୁ 90 ମିଶନକୁ ସଫଳ କରିବା ପାଇଁ ପିସିସି ପୁରା ଦମ ଲଗାଇଛି । ସାଧାରଣ ନିର୍ବାଚନ ର 6 ମାସ ପୂର୍ବରୁ ପ୍ରାର୍ଥୀ ଚୟନ ଉପରେ କଂଗ୍ରେସ ଗୁରୁତ୍ବ ଦେଉଛି । ସାଧାରଣ ନିର୍ବାଚନରେ ଶାସକ ଦଳକୁ କ୍ଷମତାଚ୍ୟୁତ କରିବା ପାଇଁ ସଦଳବଳେ ଅଣ୍ଟା ଭିଡ଼ିଲା କଂଗ୍ରେସ । ଏଥିପାଇଁ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରି ତୁରନ୍ତ ପିସିସିକୁ ପଠାଇବାକୁ ପିସିସି ସଭାପତି ଶରତ ପଟ୍ଟନାୟକ ଜିଲ୍ଲା ସଭାପତି ମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।

ଏନେଇ ପ୍ରତି ନିର୍ବାଚନ ମଣ୍ଡଳୀରେ ବ୍ଲକ, ଜିଲ୍ଲା ସଭାପତି ମାନେ ଯୋଗ୍ୟ ପ୍ରାର୍ଥୀଙ୍କ ଚିଠା ପ୍ରସ୍ତୁତ କରିବେ, ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଇ ଜିଲ୍ଲା ସଭାପତି ମାନେ ତାଲିକା ପଠାଇବେ । ମାସକ ଭିତରେ ପ୍ରତି ନିର୍ବାଚନ ମଣ୍ଡଳୀରୁ 3 ରୁ 4ଟି ଲେଖାଏଁ ନାଁ ପଠାଇବେ କରିବେ ଜିଲ୍ଲା ସଭାପତି ମାନେ । ନିର୍ବାଚନ ସମୟରେ ଯେମିତି ପ୍ରାର୍ଥୀ ଖୋଜାରେ କୌଣସି ଅସୁବିଧା ନହୁଏ ତାକୁ ଧ୍ୟାନ ଦେଇ ପିସିସି ପକ୍ଷରୁ ନିର୍ବାଚନର ଯଥେଷ୍ଟ ସମୟ ପୂର୍ବରୁ ପ୍ରତି ନିର୍ବାଚନ ମଣ୍ଡଳୀରେ 3 ରୁ 5ଜଣ ବିଧାୟକ ପ୍ରାର୍ଥୀ ଏବଂ ସାଂସଦ ପ୍ରାର୍ଥୀଙ୍କ ଚିଠା ପ୍ରସ୍ତୁତ କରି ଦେବାକୁ ଶରତ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆସନ୍ତା ସାଧାରଣ ନିର୍ବାଚନରେ ଆଉ ରହିବ ନାହିଁ ସୁପାରିଷ ରାଜନୀତି । କୌଣସି ଗୋଷ୍ଠୀ କିମ୍ବା ବଡ଼ ନେତାଙ୍କ ସୁପାରିଶର ଆବଶ୍ୟକତା ନାହିଁ । ତୃଣମୁଳ ସ୍ତରରେ ଯେଉଁମାନେ ସକ୍ରିୟ ଅଛନ୍ତି, ଜିତିବାର ସମ୍ଭାବନା ଅଛି ,ନିର୍ବାଚନ ମଣ୍ଡଳୀରେ ଗ୍ରହଣୀୟ ତା ରହିଛି, ଲୋକଙ୍କ ସହ ଯିଏ ରହିଛନ୍ତି ସେମାନେ ଟିକେଟ ପାଇବାର ସମ୍ଭାବନା ଅଧିକ ବୋଲି ପିସିସି ସଭାପତି କହିଛନ୍ତି ।

ଅଧିକ ପଢନ୍ତୁ- ଓଡିଶାରେ ପ୍ରତିଷ୍ଠା ହେବ କଂଗ୍ରେସ ଶାସନ: ଶରତ ପଟ୍ଟନାୟକ

ସେହିପରି କଂଗ୍ରେସର 50ରୁ ଊର୍ଦ୍ଧ୍ବ ଟିକେଟ ଫାଇନାଲ ହୋଇସାରିଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରପ୍ରସାଦ ବାହିନୀପତି । ତାରା କହିଛନ୍ତି ପ୍ରଥମ ପର୍ଯ୍ୟାୟରେ ଦଳ ତରଫରୁ ନାମ ଘୋଷଣା କରାଯିବ । ଡିସେମ୍ବର ଶେଷ କିମ୍ବା ଜାନୁୟାରୀ ପ୍ରଥମ ସପ୍ତାହରେ ଆମେ ପ୍ରାର୍ଥୀଙ୍କ ନା ଘୋଷଣା କରିବୁ । ଯେଉଁମାନଙ୍କର ଜିତିବ ସମ୍ଭାବନା ଅଧିକ ଏହାଶହ ସେମାନେ ସାଧାରଣ ଲୋକମାନଙ୍କ ସହ ଯୋଡି ହୋଇ ରହିଛନ୍ତି ସେହିଭଳି ପ୍ରାର୍ଥୀଙ୍କୁ ଆମେ ଟିକେଟ ଦେବୁ ।

ଶାସକ ଦଳ ଏବଂ ବିରୋଧୀ ବିଜେପିକୁ ରୋକ ପାଇଁ କଂଗ୍ରେସର ପ୍ରସ୍ତୁତି ଜୋରଦାର କରିଛି । ନିର୍ବାଚନର ଢେର ସମୟ ପୂର୍ବରୁ କଂଗ୍ରେସର ପ୍ରାର୍ଥୀ ଖୋଜା, କଂଗ୍ରେସ ନିର୍ବାଚନୀ ପରିଚାଳନା ଉପରେ ଗୁରୁତ୍ବ ଦେଉଛି ବୋଲି ସ୍ପଷ୍ଟ ସଂକେତ ଦେଉଛି। ତେବେ କଂଗ୍ରେସର ପ୍ରାର୍ଥୀ ଚୟନ ସ୍ବଚ୍ଛତା, ଜିତିବା ସମ୍ଭାବନା, ଜନାଦୃତ ନେତା ଆଧାରରେ ହେଉଛି, ନା ବଡ଼ବଡ଼ିଆ ନେତାଙ୍କ ସୁପାରିସରେ ହେଉଛି ତାହା ଆଗାମୀ ସମୟରେ ସ୍ପଷ୍ଟ ହେବ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.