ETV Bharat / state

ଓଡିଶାରେ ପ୍ରତିଷ୍ଠା ହେବ କଂଗ୍ରେସ ଶାସନ: ଶରତ ପଟ୍ଟନାୟକ

author img

By ETV Bharat Odisha Team

Published : Oct 1, 2023, 1:05 PM IST

ପରଜଙ୍ଗ ଓ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିଛନ୍ତି ରାଜ୍ୟ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢନ୍ତୁ

pcc president sarat patnaik
pcc president sarat patnaik

ଢେଙ୍କାନାଳ : ପାଖେଇ ଆସୁଛି ସାଧାରଣ ନିର୍ବାଚନ । ରଣନୀତି ତିଆରି କରୁଛି କଂଗ୍ରେସ । ଏହି ପରିପ୍ରେକ୍ଷୀରେ ପରଜଙ୍ଗ ଓ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଗସ୍ତରେ ରାଜ୍ୟ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ । ଏନେଇ ରାଜ୍ୟ କଂଗ୍ରେସ କମିଟି ସଭାପତି ପ୍ରଥମେ ପରଜଙ୍ଗଠାରେ ପହଞ୍ଚିଥିବା ବେଳେ ସେଠାରେ ଦଳୀୟ ନେତୃମଣ୍ଡଳୀ ତାଙ୍କୁ ସ୍ବାଗତ କରିଥିଲେ । ପରେ ବଜାର ଉପରେ ଥିବା ମହେଶ ଚନ୍ଦ୍ର ସୁବାହୁସିଂହଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାପରେ ସେଠାରେ ଦଳୀୟ କର୍ମକର୍ତ୍ତାଙ୍କ ସହିତ ଆଲୋଚନା ପରେ କାମାକ୍ଷାନଗରଠାରେ ପହଞ୍ଚିଥିଲେ ।

ସେହିପରି କାମାକ୍ଷାନଗରରେ ପହଞ୍ଚିବା ପରେ ବସଷ୍ଟାଣ୍ଡଠାରେ ବରିଷ୍ଠ କଂଗ୍ରେସ ନେତା ବିପ୍ରବର ସାହୁଙ୍କ ନେତୃତ୍ୱରେ ଶତାଧିକ ଲୋକ ତାଙ୍କୁ ସ୍ବାଗତ କରିବା ସହ ବଜାର ପରିକ୍ରମା କରି ହନୁମାନ ମନ୍ଦିରଠାରେ ପୂଜା କରିଥିଲେ । ସେଠାରେ ଯୁବନେତା ପ୍ରଭୁଦତ୍ତ ଭଟଙ୍କ ସମେତ ଶତାଧିକ କଂଗ୍ରେସ ନେତା କର୍ମୀ ସ୍ୱାଗତ କରିଥିଲେ । ସେଠି କାର୍ଯ୍ୟକ୍ରମ ସରିବା ପରେ ସେଠାରୁ ବାହାରି ପରଜଙ୍ଗ ନିର୍ବାଚନମଣ୍ଡଳୀର କଙ୍କଡ଼ାହାଡ଼ ବ୍ଲକର ମରୁଆବିଲି ଅଭିମୁଖେ ବାହାରିଥିଲେ । ସେଠାରେ ଦଳର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ତାର ରଣନୀତି ଆରମ୍ଭ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଶତାଧିକ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ- ରାଉରକେଲାରେ ରାଜ୍ୟ ସରାକରଙ୍କ ଉପରେ ବର୍ଷିଲେ ଶରତ; କହିଲେ ଏଠି ଜଙ୍ଗଲ ରାଜ ଚାଲିଛି

ଅନ୍ୟପଟେ ରାଜ୍ୟ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ନିଜ ଭାଷଣରେ କହିଛନ୍ତି ଯେ, କେନ୍ଦ୍ର ସରକାର ମିଥ୍ୟା ପ୍ରତିଶୃତି ଦେଇ ସରକାରକୁ ଆସିଛନ୍ତି । ୨କୋଟି ଚାକିରି ଦେବା,୧୫ ଲକ୍ଷ ଟଙ୍କା ଘର ପିଛା ପ୍ରଦାନ କରିବା, ବୁଲେଟ୍‌ ଟ୍ରେନ୍‌ ଚାଲିବା ଭଳି ମିଥ୍ୟା ପ୍ରତିଶୃତି ଦେଇଛନ୍ତି । ଦରଦାମ ଅହେତୁକ ଭାବେ ବଢ଼ି ଚାଲିଛି । ଏହି ବିଜେପି ସରକାରର ଭାଇ ହେଉଛି ବିଜେଡି । ତେଣୁ ଆଗାମୀ ଦିନରେ କଂଗ୍ରେସ ଦଳକୁ ବହୁ ସଂଖ୍ୟାରେ ଭୋଟ ଦେଇ ବିଜୟ କରାଇବା ପାଇଁ ନିବେଦନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ୨୪ ପାଇଁ କଂଗ୍ରେସର ପ୍ରସ୍ତୁତି; ଝାରସୁଗୁଡାରେ ଘର ଘର କଂଗ୍ରେସ ଅଭିଯାନ ଆରମ୍ଭ

ସେହିପରି ଗତ ଗୁରୁବାର ଦିନ ପିସିସି ସଭାପତି ଶରତ ପଟ୍ଟନାୟକ ରାଉରକେଲା ଗସ୍ତ କରିଥିଲେ । ଏହି ସମୟରେ ସେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.