ETV Bharat / state

ମୋ ସ୍କୁଲ ଓ ଖାନ ଏକାଡେମୀ ମଧ୍ୟରେ MoU ସ୍ୱାକ୍ଷରିତ; ପିଲାଙ୍କ ଗଣିତ ଓ ବିଜ୍ଞାନ ଶିକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟ

author img

By ETV Bharat Odisha Team

Published : Oct 8, 2023, 7:04 AM IST

ଛାତ୍ରଛାତ୍ରୀଙ୍କ ଗଣିତ ଓ ବିଜ୍ଞାନ ଶିକ୍ଷା ସୁଦୃଢ କରିବା ଲକ୍ଷ୍ୟରେ ‘ମୋ ସ୍କୁଲ’ ଓ ଖାନ ଏକାଡେମୀ ଇଣ୍ଡିଆ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର । ଅଧିକ ପଢ଼ନ୍ତୁ

ମୋ ସ୍କୁଲ ଓ ଖାନ ଏକାଡେମୀ ମଧ୍ୟରେ MoU ସ୍ୱାକ୍ଷରିତ
ମୋ ସ୍କୁଲ ଓ ଖାନ ଏକାଡେମୀ ମଧ୍ୟରେ MoU ସ୍ୱାକ୍ଷରିତ


ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ଅଧିନରେ ଥିବା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଗଣିତ ଓ ବିଜ୍ଞାନ ଶିକ୍ଷାକୁ ଅଧିକ ସୁଦୃଢ଼ କରାଯିବ । ଏନେଇ ‘ମୋ ସ୍କୁଲ ଅଭିଯାନ’ ଓ ‘ଖାନ୍ ଏକାଡେମୀ ଇଣ୍ଡିଆ’ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦୨୩-୨୪ ଶିକ୍ଷାବର୍ଷରୁ ୨୦୨୭-୨୮ ଶିକ୍ଷାବର୍ଷ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ । ଛାତ୍ରଛାତ୍ରୀ ସହାୟକ ଉପକରଣ ଖାନ ଏକାଡେମୀର ଓଡ଼ିଆ ଓ ଇଂରାଜୀ ୱେବ୍‌ସାଇଟ୍‌ରେ ପାଇପାରିବେ । ଫଳରେ ସେମାନେ ସହଜରେ ବିଜ୍ଞାନ ଓ ଗଣିତ ପାଠ୍ୟକ୍ରମ ଶିଖି ପାରିବେ ।

ଏହା ମଧ୍ୟ ପଢନ୍ତୁ : ଛାତ୍ରଛାତ୍ରୀଙ୍କ ପାଇଁ ଆଶୀର୍ବାଦ ପାଲଟିଛି ଇ-ଲାଇବ୍ରେରୀ, ଉତ୍ତମ ଭବିଷ୍ୟତ ଗଢୁଛି ପାଠାଗାର

ଏହାଦ୍ବାରା ଉକ୍ତ ବିଷୟ ପ୍ରତି ଥିବା ସେମାନଙ୍କର ଭୟ ଦୂର ହେବ । ମୋ ସ୍କୁଲ୍‌ ଅଭିଯାନ ପରିଚାଳନା ସଂଗଠନର ସଦସ୍ୟ ସଚିବ ତଥା ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନପୁମ ସାହା ଓ ଖାନ୍ ଏକାଡେମୀର ଭାରତ ଶାଖା-ନିର୍ଦ୍ଦେଶକ ସ୍ବାତୀ ଭାଉଦେବାନଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏମ୍‌ଓୟୁ ଅନୁସାରେ ଆଗମୀ ଶିକ୍ଷା ବର୍ଷରୁ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଜ୍ଞାନକୌଶଳ ମାଧ୍ୟମରେ ଗଣିତ ଓ ବିଜ୍ଞାନ ଶିକ୍ଷା ଦିଆଯିବ ।

ଏହା ମଧ୍ୟ ପଢନ୍ତୁ : ମେଟ୍ରୋ ରେଲ୍‌ DPRକୁ ଅନୁମୋଦନ, ଜାନୁଆରୀ 1ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ପ୍ରାରମ୍ଭିକ ପର୍ଯ୍ୟୟରେ ୨୦୨୩-୨୪ ଶିକ୍ଷା ବର୍ଷରୁ ୨୦୨୭-୨୮ ଶିକ୍ଷାବର୍ଷ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ । ନୂତନ ଅଭିନବ ଉପାୟରେ ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି ସହ ଗଣିତ ଓ ବିଜ୍ଞାନ ବିଷୟକୁ ଅଧିକ ବ୍ୟାପକ କରାଯିବ । ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଏ ସମ୍ବନ୍ଧୀୟ ସହାୟକ ଉପକରଣ ଖାନ ଏକାଡେମୀର ଓଡି଼ଆ ଓ ଇଂରାଜୀ ୱେବସାଇଟ୍‌ରେ ପାଇପାରିବେ । ସେହିପରି ଶିକ୍ଷକମାନେ ଯେପରି ସହଜ ଉପାୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଇପାରିବେ ସେ ଦିଗରେ ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ ସମୟ ବ୍ୟବଧାନରେ ବିଭିନ୍ନ କ୍ୟାମ୍ପେନ୍‌ କରାଯିବ । ଏ ସମ୍ବନ୍ଧିତ କୌଣସି ନୂତନ କାର୍ଯ୍ୟପନ୍ଥା ଅବଲମ୍ବନ କରାଯିବ ତାହା ‘ମୋ ସ୍କୁଲ’ ଓ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସ୍‌ସିଇଆର୍‌ଟି) ଏବଂ ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ)ର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.