ETV Bharat / state

ମେଟ୍ରୋ ରେଲ୍‌ DPRକୁ ଅନୁମୋଦନ, ଜାନୁଆରୀ 1ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Oct 7, 2023, 10:59 PM IST

ଓଡ଼ିଶାରେ ବି ଗଡ଼ିବ ମେଟ୍ରୋ ଟ୍ରେନ । ନୂଆବର୍ଷରେ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

Bhubaneswar Metro train project
Bhubaneswar Metro train project

ମେଟ୍ରୋ ରେଲ୍‌ DPRକୁ ଅନୁମୋଦନ, ଜାନୁଆରୀ 1ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାରେ ବି ଗଡ଼ିବ ମେଟ୍ରୋ ଟ୍ରେନ । ଆଜି ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକୁ ସମୀକ୍ଷା କରିବା ସହ ଏହାର ଡିପିଆରକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୫୯୨୯ କୋଟି ଟଙ୍କାର ଡିପିଆରକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ ମିଳିଛି । ଏହାସହ ନୂଆବର୍ଷ ବା ଜାନୁଆରୀ ୧ରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିବାକୁ ଥିବା ବେଳେ ୪ ବର୍ଷରେ ପ୍ରକଳ୍ପ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହି ପ୍ରକଳ୍ପ ପାଇଁ ୫ ହଜାର ୯୨୯ କୋଟିର ଡିପିଆରକୁ ଅନୁମୋଦନ ମିଳିଛି । 5T ଯୋଜନା ଅନ୍ତର୍ଗତ ଏ ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏଥିପାଇଁ ସପ୍ଳିମେଣ୍ଟାରୀ ବଜେଟରେ ୨୧୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ଭୁବନେଶ୍ବର ମେଟ୍ରୋ ରେଲ କର୍ପୋରେସନ୍ ନାଁରେ ଗଠନ ହୋଇଥିବା ରାଜ୍ୟ ସରକାରଙ୍କ ଅଧୀନସ୍ଥ ଏକ କମ୍ପାନୀ ଏହି ପ୍ରକଳ୍ପ କାର୍ଯ୍ୟ କରିବ ।

ଏହା ବି ପଢନ୍ତୁ- Metro Train Project: ଖୁସି ଖବର, ଟ୍ବିନ ସିଟିରେ ଗଡିବ ମେଟ୍ରୋ ଟ୍ରେନ

ଏହି ମେଟ୍ରୋ ପ୍ରକଳ୍ପରେ ୨୬ କିଲୋମିଟର ରାସ୍ତାରେ ୨୦ଟି ଷ୍ଟେସନ ରହିବ । ମେଟ୍ରୋ ଟ୍ରେନ୍ ବିମାନ ବନ୍ଦର ନିକଟରୁ ବାହାରି କଟକର ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ଚଳାଚଳ କରିବ । ଏୟାରପୋର୍ଟ ପରେ କ୍ୟାପିଟାଲ ହସ୍ପିଟାଲ, ଶିଶୁଭବନ, ବାପୁଜୀନଗର, ଭୁବନେଶ୍ବର ଷ୍ଟେସନ, ରାମମନ୍ଦିର, ବାଣୀବିହାର, ଆଚାର୍ଯ୍ୟ ବିହାରରେ, ଜୟଦେବ ବିହାର, ଜାଭିୟର ଛକ, ରେଲ୍‌ ସଦନ, ଡିଷ୍ଟ୍ରିକ୍ଟ ସେଣ୍ଟରରେ, ଡମଣା, ପଟିଆ, କିଟ୍ ଛକ, ନନ୍ଦନ ବିହାର, ରଘୁନାଥପୁରରେ ଷ୍ଟେସନ ଦେଇ ଚାଲିବ ।

ଏହା ବି ପଢନ୍ତୁ- ମେଟ୍ରୋ ଘୋଷଣା,ଏପ୍ରିଲ ଫୁଲ୍‌ ସଦୃଶ: ବିରୋଧୀ ଦଳନେତା

ସୂଚନା ଥାଉ କି ଚଳିତ ବର୍ଷ ଉତ୍କଳ ଦିବସରେ ଓଡ଼ିଶାରେ ମେଟ୍ରୋ ଟ୍ରେନ ସେବା ଆରମ୍ଭ ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେଟ୍ରୋ ଟ୍ରେନ କେଉଁ ରୁଟ ଦେଇ ଗଡିବ ସେନେଇ ଆଲୋଚନା ହୋଇଥିଲା । ବିଜୁ ପଟ୍ଟନାୟକ ବିମାନ ବନ୍ଦର, ରେଲୱେ ଷ୍ଟେସନ, ବାଣୀବିହାର, ଜୟଦେବ ବିହାର, ପଟିଆ, ନନ୍ଦନକାନନ ଏବଂ ତ୍ରିଶୂଳିଆ ଦେଇ ମେଟ୍ରୋ ଚଳାଇବାକୁ ଯୋଜନା ହୋଇଥିବା ବୈଠକରେ ଆଲୋଚନା ହୋଇଥିଲା । ଏହା ପରେ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଞ୍ଜୁରୀ ମିଳିଥିଲା ।

ହେଲେ ମୁଖ୍ୟମନ୍ତ୍ରୀଙ୍କ ଏହି ବଡ଼ ଘୋଷଣା ପରେ ରାଜ୍ୟ ସରକାରଙ୍କୁ ଘେରିଥିଲା ବିଜେପି । ଓଡିଶାରେ ମେଟ୍ରୋ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଏପ୍ରିଲ ଫୁଲ ସଦୃଶ ବୋଲି ବିଜେପି କହିଥିଲା । ପୁରୀ-ଭୁବନେଶ୍ୱର କଟକକୁ ମେଟ୍ରୋ ଡିପିଆର, ଫାଇନାଲ ଏଷ୍ଟିମେଟ କରାଗଲାଣି କି ? ମେଟ୍ରୋ ନେଇ କିଏ କେତେ ଟଙ୍କା ଦେବ ଏନେଇ କିଛି ଫାଇନାଲ ହେଲାଣି କି ବୋଲି ପ୍ରଶ୍ନ କରି ରାଜ୍ୟ ସରକାରଙ୍କୁ ଘେରିଥିଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.