ETV Bharat / state

ମେଟ୍ରୋ ଘୋଷଣା,ଏପ୍ରିଲ ଫୁଲ୍‌ ସଦୃଶ: ବିରୋଧୀ ଦଳନେତା

author img

By

Published : Apr 2, 2023, 7:07 AM IST

ମେଟ୍ରୋ ଘୋଷଣା, ଏପ୍ରିଲ ଫୁଲ ସଦ୍ରୁଶ: ବିରୋଧୀ ଦଳନେତା
ମେଟ୍ରୋ ଘୋଷଣା, ଏପ୍ରିଲ ଫୁଲ ସଦ୍ରୁଶ: ବିରୋଧୀ ଦଳନେତା

ଜୟ କହିଛନ୍ତି ଓଡିଶାରେ ମେଟ୍ରୋ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଏପ୍ରିଲ ଫୁଲ୍‌ ସଦୃଶ । ପୁରୀ-ଭୁବନେଶ୍ୱର କଟକକୁ ମେଟ୍ରୋ ନେଇ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଲେ । ତାକୁ ସ୍ୱାଗତ କରାଯାଉଛି । ହେଲେ ପ୍ରଶ୍ନ ଏହାର ଡିପିଆର, ଫାଇନାଲ ଏଷ୍ଟିମେଟ କରାଗଲାଣି କି ? ମେଟ୍ରୋ ନେଇ କିଏ କେତେ ଟଙ୍କା ଦେବ ଏନେଇ କିଛି ଫାଇନାଲ ହେଲାଣି କି ? ଅଧିକ ପଢନ୍ତୁ

ଭୁବନେଶ୍ବର: ଓଡିଶାରେ ମେଟ୍ରୋ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଏପ୍ରିଲ ଫୁଲ ସଦୃଶ । ପୁରୀ-ଭୁବନେଶ୍ୱର କଟକକୁ ମେଟ୍ରୋ ନେଇ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଲେ । ତାକୁ ସ୍ୱାଗତ କରାଯାଉଛି । ହେଲେ ପ୍ରଶ୍ନ ଏହାର ଡିପିଆର, ଫାଇନାଲ ଏଷ୍ଟିମେଟ କରାଗଲାଣି କି ? ମେଟ୍ରୋ ନେଇ କିଏ କେତେ ଟଙ୍କା ଦେବ ଏନେଇ କିଛି ଫାଇନାଲ ହେଲାଣି କି ? ରାଜ୍ୟ ସରକାର ପ୍ରସ୍ତାବିତ ମେଟ୍ରୋ ଟ୍ରେନକୁ ଅନୁମୋଦନ କରିବା ପରେ ଏଭଳି କହି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

ଜୟ କହିଛନ୍ତି ଓଡିଶାରେ ମେଟ୍ରୋ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଏପ୍ରିଲ ଫୁଲ ସଦୃଶ । ପୁରୀ-ଭୁବନେଶ୍ୱର କଟକକୁ ମେଟ୍ରୋ ନେଇ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଲେ । ତାକୁ ସ୍ୱାଗତ କରାଯାଉଛି । ହେଲେ ପ୍ରଶ୍ନ ଏହାର ଡିପିଆର, ଫାଇନାଲ ଏଷ୍ଟିମେଟ କରାଗଲାଣି କି ? ମେଟ୍ରୋ ନେଇ କିଏ କେତେ ଟଙ୍କା ଦେବ ଏନେଇ କିଛି ଫାଇନାଲ ହେଲାଣି କି ? ଏମିତି ଅନେକ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା । ଯେଉଁ ଜାଗାରେ ମେଟ୍ରୋ ହୋଇଛି ସେଠି ହୁଏତ କେନ୍ଦ୍ର ସରକାର ସବୁ ବୁଝନ୍ତି ନଚେତ ରାଜ୍ୟ ସରକାର ସବୁ କରନ୍ତି ହେଲେ ଏ କ୍ଷେତ୍ରରେ କିଛି ଫାଇନାଲ ହୋଇନାହିଁ । କେନ୍ଦ୍ର ପାଖରେ ଖବର ନାହିଁ ।

ସେହିପରି ୨୦୧୮ରେ ମେଟ୍ରୋ ରେଳ କନେକଟିଭିଟ ପାଇଁ କେନ୍ଦ୍ର ଆଗରେ ଦାବି କରିଥିଲେ । ପୁଣି ୨୧ ଏପ୍ରିଲ ୨୦୧୯ରେ ମୁଖ୍ୟମନ୍ତ୍ରୀ ନିଜେ ଟୁଇଟରେ ଘୋଷଣା କରିଥିଲେ ଆମକୁ ଭୋଟ ଦେଲେ ଆମେ ମେଟ୍ରୋ କନେକଟିଭିଟି କରିବୁ । ତାପରେ ପୁଣି ୩୦-୩- ୨୦୨୧ରେ ଖୋଦ ସେତେବେଳେର ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ଉତ୍ତର ରଖିଥିଲେ ୨୦୪୧ ପର୍ଯ୍ୟନ୍ତ ଓଡିଶାରେ ମେଟ୍ରୋ ହେବା ନେଇ କୌଣସି ଆଶା ନାହିଁ । ହଠାତ୍‌ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସନ୍ଦେହ ସୃଷ୍ଟି କରୁଛି । ଏହା ଭିତରେ ସାଂସଦ ଅପରାଜିତା ଷଡଙ୍ଗୀ ୨୬- ୯ -୨୦୨୨ରେ ହରଦୀପ ସିଂ ପୁରୀଙ୍କୁ ଭେଟି ମେଟ୍ରୋ ପାଇଁ ଅନୁରୋଧ କରିଥିଲେ । ଚିଠି ଲେଖିବା ସହିତ ନିୟମିତ ପ୍ରୟାସ ଜାରି ରଖିଥିଲେ । ରାଜ୍ୟ ସରକାରଙ୍କ ଘୋଷଣାକୁ ନେଇ ସନ୍ଦେହ ହେବା ସ୍ବାଭାବିକ ବୋଲି କହିଛନ୍ତି ଜୟ ।

ସୂଚନାଯୋଗ୍ୟ ଯେ ଓଡ଼ିଶାରେ ଚାଲିବ ମେଟ୍ରୋ ଟ୍ରେନ । ମେଟ୍ରୋ ଟ୍ରେନ ପ୍ରସ୍ତାବକୁ ଗତକାଲି ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦରରୁ ତ୍ରିଶୂଳିଆ ପର୍ଯ୍ୟନ୍ତ କାମକୁ ଅନୁମୋଦନ କରିଛନ୍ତି । ଭୁବନେଶ୍ୱର-କଟକ-ପୁରୀକୁ ସଂଯୋଗ କରିବ ମେଟ୍ରୋ ଟ୍ରେନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.