ETV Bharat / state

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗର ଶେଷ ନିଷ୍ପତି ଓଡିଶା ସରକାର ନେବେ: କେନ୍ଦ୍ର ଆଇନ ମନ୍ତ୍ରୀ

author img

By

Published : Mar 4, 2023, 6:17 PM IST

ହାଇକୋର୍ଟ ସ୍ଥାୟୀ ବେଞ୍ଚର ଶେଷ ନିଷ୍ପତି ଓଡିଶା ସରକାର ନେବେ: କେନ୍ଦ୍ର ଆଇନମନ୍ତ୍ରୀ
ହାଇକୋର୍ଟ ସ୍ଥାୟୀ ବେଞ୍ଚର ଶେଷ ନିଷ୍ପତି ଓଡିଶା ସରକାର ନେବେ: କେନ୍ଦ୍ର ଆଇନମନ୍ତ୍ରୀ

କେନ୍ଦ୍ର ଆଇନ ମନ୍ତ୍ରୀ କହିଛନ୍ତି‘‘ ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ହେବ କି ନାହିଁ ରାଜ୍ୟ ସରକାର ଓ ଓଡିଶା ହାଇକୋର୍ଟ ନିଷ୍ପତି ନେବେ । ଆମେ ସର୍ବଦା ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛୁ। ଆମକୁ କେବଳ ଅନୁମୋଦନ ଦେବାର ଅଛି । ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ସଂସଦରେ ମଧ୍ୟ ସ୍ପଷ୍ଟ କରିସାରିଛନ୍ତି ।’’ ମନ୍ତ୍ରୀ ଆହୁରି କହିଛନ୍ତି ହାଇକୋର୍ଟ ସ୍ଥାୟୀବେଞ୍ଚ ଭିତ୍ତିଭୂମି ବିକାଶର ଦାୟିତ୍ଵ ରାଜ୍ୟ ସରକାରଙ୍କର । ଅଧିକ ପଢନ୍ତୁ

ଭୁବନେଶ୍ବର: ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ହେବ କି ନାହିଁ ରାଜ୍ୟ ସରକାର ଓ ଓଡିଶା ହାଇକୋର୍ଟ ନିଷ୍ପତି ନେବେ । ଆମେ ସର୍ବଦା ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛୁ। ଆମକୁ କେବଳ ଅନୁମୋଦନ ଦେବାର ଅଛି । ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ସଂସଦରେ ମଧ୍ୟ ସ୍ପଷ୍ଟ କରିସାରିଛନ୍ତି । ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ଦାବି ପ୍ରସଙ୍ଗରେ ଆଜି ଏହି ସ୍ପଷ୍ଟ ଓ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ । ଭୁବନେଶ୍ବରରେ ଆୟୋଜିତ ହେଉଥିବା ପୂର୍ବାଞ୍ଚଳ ରାଜ୍ୟ ଗୁଡିକର କେନ୍ଦ୍ର ଆଇନ ଅଧିକାରୀଙ୍କ ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ଅବସରରେ କେନ୍ଦ୍ର ଆଇନ ମନ୍ତ୍ରୀ ଏହା କହିଛନ୍ତି ।

କେନ୍ଦ୍ର ଆଇନ ମନ୍ତ୍ରୀ କହିଛନ୍ତି‘‘ ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ହେବ କି ନାହିଁ ରାଜ୍ୟ ସରକାର ଓ ଓଡିଶା ହାଇକୋର୍ଟ ନିଷ୍ପତି ନେବେ । ଆମେ ସର୍ବଦା ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛୁ। ଆମକୁ କେବଳ ଅନୁମୋଦନ ଦେବାର ଅଛି । ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ସଂସଦରେ ମଧ୍ୟ ସ୍ପଷ୍ଟ କରିସାରିଛନ୍ତି ।’’ ମନ୍ତ୍ରୀ ଆହୁରି କହିଛନ୍ତି ହାଇକୋର୍ଟ ସ୍ଥାୟୀବେଞ୍ଚ ଭିତ୍ତିଭୂମି ବିକାଶର ଦାୟିତ୍ଵ ରାଜ୍ୟ ସରକାରଙ୍କର । ଏନେଇ ଆମେ ଆଗରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ସାରିଛୁ। ସାଂସଦଦରେ ବି ଓଡିଶା ସାଂସଦଙ୍କ ସହ ଆଲୋଚନା କରିସାରିଛି ।

ଏହାବି ପଢନ୍ତୁ- Women's Day Special: ରାଜନୀତିରେ ମହିଳାଙ୍କ ଅବଦାନ, ପଢନ୍ତୁ ସଫଳ ନାରୀ ନେତ୍ରୀଙ୍କ କାହାଣୀ

ସେହିପରି ମନ୍ତ୍ରୀ କହିଛନ୍ତି ଦେଶରେ ପାଖାପାଖି ୪ କୋଟିରୁ ଅଧିକ ମାମଲା ପଡ଼ିରହିଛି। ମାମଲା ଗୁଡିକର ସମାଧାନ କେମିତି ହେବ ସେ ନେଇ ପଦକ୍ଷେପ ନିଆଯାଉଛି। ଆଗାମୀ ଦିନରେ ମାମଲା ୫ କୋଟି ଅତିକ୍ରମ ହୋଇଯିବାର ସମ୍ଭାବନା ରହିଛି। ଏହାର ସମାଧାନ ପାଇଁ କେବଳ ଟେକ୍ନୋଲୋଜି ହିଁ ଜରୁରୀ। ଯେଉଁଥିପାଇଁ ବଜେଟରେ ଇ-କୋଟ ଫେଜ ୩ ପାଇଁ ୭୦୦୦ କୋଟି ମଞ୍ଜୁରୀ ଦିଆଯାଇଛି। ଏହା ଦ୍ବାରା ଭାରତୀୟ ନ୍ୟାୟପାଳିକା ଡିଜିଟାଲ ଓ ପେପର ଲେସ ହେବ । ଏହା ନହୋଇଥିଲେ ବର୍ଷ ବର୍ଷ ପର୍ଯ୍ୟନ୍ତ ଗରିବଙ୍କୁ କୋର୍ଟର ଦ୍ୱାରାସ୍ତ ହେବାକୁ ପଡ଼ିଥାନ୍ତା। ଦେଶରେ କିଛି ଲୋକ ଅଛନ୍ତି ସବୁବେଳେ ଦେଶ ବିରୋଧୀ ଓ ନ୍ୟାୟପାଳିକାର ଅପବ୍ୟବହାର ଭଳି କାର୍ଯ୍ୟ କରିଥାନ୍ତି। ଯେଉଁ ମାନଙ୍କ ଲିଙ୍କ ଦେଶ ବିରୋଧୀ ଶକ୍ତିଙ୍କ ସହିତ ରହିଛି ।

ମୁଖ୍ୟ ଅତିଥି ଭାବେ ସୁପ୍ରିମକୋର୍ଟ ବିଚାରପତି ବିଭି ନାଗରଥନା କହିଛନ୍ତି ଯେ, ଭାରତ ଇତିହାସର ଅନ୍ୟତମ ଶ୍ରେଷ୍ଠ ଅଧ୍ୟାୟ ହେଉଛି ଅଶୋକଙ୍କ ରାଜୁତି। ଯେଉଁଥିରେ ନ୍ୟାୟ ଧର୍ମର ପରିଭାଷା ଦେଖିବକୁ ମିଳିଥାଏ।

ଅନ୍ୟତମ ଅତିଥିଭାବେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧରନ କହିଛନ୍ତି ଯେ, ଏବେ ଭର୍ଚୁଆଲ କୋର୍ଟର ସଫଳ ପ୍ରତିଫଳନ ଦେଖିବାକୁ ମିଳୁଛି। ଆଗମୀ ଦିନରେ ସେ ଏହାର ସଦୁପଯୋଗ କରିବାପାଇଁ ଆହ୍ୱାନ ଦେଇଛନ୍ତି। ସଲିସେଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଦାୟିତ୍ଵ ବୋଧ ବଢ଼ିଛି, ଅନେକ କ୍ଷେତ୍ରରେ ପରିବର୍ତ୍ତନ ଆସିଛି କିନ୍ତୁ ଲୋକଙ୍କ ପ୍ରତି ଥିବା ଆମ କର୍ତ୍ତବ୍ୟକୁ ଭୁଲିବା ଉଚିତ ନୁହେଁ।

ଏହାବି ପଢନ୍ତୁ- କାଲି ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ, କଣ ନୂଆ ଭେଟି ଦେଉଛନ୍ତି ଅପେକ୍ଷାରେ ଜିଲ୍ଲାବାସୀ

କାର୍ଯ୍ୟକ୍ରମରେ ପୂର୍ବାଞ୍ଚଳଜୋନର ୯ ଟି ରାଜ୍ୟର ଆଇନ ଅଧିକାରୀ ମାନେ ଯୋଗ ଦେଇଛନ୍ତି। ଏହାସହ ଓଡ଼ିଶା ହାଇକୋର୍ଟ ବିଚାରପତି ଅଧିକାରୀ କର୍ମଚାରୀ ମାନେ ସାମିଲ ହୋଇଥିଲେ । ଓଡିଶାରେ ପ୍ରଥମ ଥର ପାଇଁ ଏହି ସମ୍ମିଳନୀ ଆୟୋଜିତ ହେଉଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.