ETV Bharat / state

ବ୍ରହ୍ମପୁରରେ ଯୁକ୍ତଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ଏସିପିଙ୍କୁ ନିର୍ଦ୍ଦେଶ ଦେଲେ NHRC - NHRC Seeking Status Report

author img

By ETV Bharat Odisha Team

Published : May 17, 2024, 7:04 AM IST

NHRC Seeking Status Report: ଯୁକ୍ତଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ଷ୍ଟାଟସ ରିପୋର୍ଟ ଦେବାକୁ ଏସିପିଙ୍କୁ ନିର୍ଦ୍ଦେଶ ଦେଲେ NHRC । ଅଧିକ ପଢନ୍ତୁ

NHRC Seeking Status Report
NHRC Seeking Status Report (ETV Bharat Odisha)

NHRC Seeking Status Report (ETV Bharat Odisha)

ଭୁବନେଶ୍ବର: ବ୍ରହ୍ମପୁର ସହରରେ ଯୁକ୍ତଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା। ଷ୍ଟାଟସ ରିପୋର୍ଟ ଦେବାକୁ ଏସିପିଙ୍କୁ ନିର୍ଦ୍ଦେଶ ଦେଲେ NHRC। ଏନେଇ ନ୍ୟାୟ ପାଇଁ ଲଢେଇ ପରିବାର ପକ୍ଷରୁ କମିଶନଙ୍କ ନିକଟରେ ଅଭିଯୋଗ ଦାଖଲ କରାଯାଇଥିଲା। କିଛି ଦିନ ତଳେ ବ୍ରହ୍ମପୁର ସହରରେ ଜଣେ ଯୁକ୍ତଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ଚର୍ଚ୍ଚାକୁ ଆସିଥିଲା। ଯାହାକୁ ନେଇ ତୁରନ୍ତ ତ୍ବରିତ ପଦକ୍ଷେପ ନେଇଥିଲା ପୋଲିସ। ଏହି ଘଟଣାରେ ସମ୍ପୃକ୍ତ ଥିବା ୪ ଜଣ ଇଂଜିନିୟରିଂ ଛାତ୍ରଙ୍କ ସମେତ ୫ ଜଣ ଛାତ୍ରଙ୍କୁ ବିଭିନ୍ନ ସ୍ଥାନରୁ ଚଢ଼ାଉ କରି ଗିରଫ ମଧ୍ୟ କରିଛି।

NHRC Seeking Status Report
NHRC Seeking Status Report (ETV Bharat Odisha)
ସୂଚନା ଅନୁଯାୟୀ, ମୃଦୁ ପାନୀୟରେ ନିଶା ମିଶାଇ ନାବାଳିକା ଛାତ୍ରୀଙ୍କୁ ଅଚେତ କରାଇବା ପରେ ଗଣଦୁଷ୍କର୍ମ କରାଯିବା ନେଇ ସଙ୍ଗୀନ ଅପରାଧ ଘଟାଇଛନ୍ତି କିଛି ଯୁବକ। ଏହି ଘଟଣା ପରେ ଯେତେବେଳେ ଛାତ୍ରୀ ଜଣଙ୍କର ଚେତା ଫେରିବା ପରେ ସେ ଘରକୁ ଫେରି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଅବଗତ କରାଇଥିଲେ। ତେବେ ଏହି ଘଟଣା ଗତ ୩ ତାରିଖରେ ଘଟିଥିବାବେଳେ ୫ ତାରିଖରେ ଥାନାରେ ଅଭିଯୋଗ କରାଯାଇଥିଲା। ତେବେ ପୋଲିସ ଏହି ମାମଲାରେ ଅଦ୍ୟାବଧି ଭାବରେ ୫ ଜଣଙ୍କୁ ଗିରଫ କରିଥିବାବେଳେ ବୈଦ୍ୟନାଥପୁର ଥାନାରେ ମାମଲା ରୁଜୁ କରାଯାଇଛି। ନାବାଳିକାର ବୟାନ ରେକର୍ଡ ପରେ ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି ତାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏହା ବି ପଢନ୍ତୁ...ସମ୍ବଲପୁରରେ ଲଜ୍ଜା, ଶିଶୁ କନ୍ୟାକୁ ଦୁଷ୍କର୍ମ ! - SAMBALPUR MINOR RAPE

ଏଭଳି ଲୋମହର୍ଷଣକାରୀ ଘଟଣାର ଅଭିଯୋଗ ପରେ ପୋଲିସ ପୀଡିତାଙ୍କ ଡାକ୍ତରୀ ମାଇନା କରାଇଛି। ଏହାସହ ମାଜିଷ୍ଟ୍ରେଟଙ୍କ ନିକଟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ସେପଟେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ଫେରାର ରହିଥିବାବେଳେ ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ ପୋଲିସ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି। ତେବେ ରାଜ୍ୟରେ ଛାତ୍ରୀଙ୍କୁ ନେଇ ଗଣଦୁଷ୍କର୍ମ , ଶାରୀରିକ ନିର୍ଯାତତନା ହେଉ ବା ରାଗିଂ ଘଟଣା ଅନେକ ମାତ୍ରାରେ ଦେଖିବାକୁ ମିଳୁଛି। ଛାତ୍ରୀମାନଙ୍କୁ ସୁରକ୍ଷା ଦେବାରେ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏପରିକି ବ୍ରହ୍ମପୁରରେ ଏକ କଲେଜରେ ଏକ ଛାତ୍ରୀଙ୍କୁ ଏକାଧିକ ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଥିଲା। ଯାହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ତେବେ ଛାତ୍ରୀ ଜଣଙ୍କୁ ଅଶ୍ଳୀଳ ଭାଷା ପ୍ରୟୋଗ କରାଯାଇଥିଲା। ଆଉ ନିକଟରେ ଥିବା ଅନେକ ଛାତ୍ରମାନେ ଏହାକୁ ଉପଭୋଗ କରୁଥିଲେ। ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ହେବା ଫଳରେ ସତ୍ୟତା ପଦାକୁ ଆସିଥିଲା। ତେବେ ଏହି ଘଟଣାକୁ ନେଇ କିଛି ଛାତ୍ରଙ୍କୁ ଗିରଫ କରାଯାଇଥିବାବେଳେ କଲେଜରୁ ତଡ଼ିପାର କରାଯାଇଥିଲା।



ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.