ETV Bharat / state

Odisha Weather Update: ଆସନ୍ତା 4 ଦିନ ଧରି ପ୍ରବଳ ବର୍ଷିବ

author img

By ETV Bharat Odisha Team

Published : Oct 1, 2023, 7:16 PM IST

ଆସନ୍ତା 4 ଦିନ ଧରି ପ୍ରବଳ ଛେଚିବ ବର୍ଷା
ଆସନ୍ତା 4 ଦିନ ଧରି ପ୍ରବଳ ଛେଚିବ ବର୍ଷା

ଦକ୍ଷିଣ-ପୂର୍ବ ଝାଡ଼ଖଣ୍ଡ ପାର୍ଶ୍ଵବର୍ତ୍ତୀ ଗାଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟାକା ଏବଂ ଉତ୍ତର ଓଡିଶା ଅଞ୍ଚଳରେ ସକ୍ରିୟ ରହିଛି ସୂଦୃଶ ଲଘୁଚାପ କ୍ଷେତ୍ର । ଏହା ଆସନ୍ତା 24 ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରିବ । ପ୍ରଭାବରେ ଆସନ୍ତା 4 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା । ଅଧିକ ପଢ଼ନ୍ତୁ

ଆସନ୍ତା 4 ଦିନ ଧରି ପ୍ରବଳ ଛେଚିବ ବର୍ଷା

ଭୁବନେଶ୍ବର: ଦକ୍ଷିଣ-ପୂର୍ବ ଝାଡ଼ଖଣ୍ଡ ପାର୍ଶ୍ଵବର୍ତ୍ତୀ ଗାଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟାକା ଏବଂ ଉତ୍ତର ଓଡିଶା ଅଞ୍ଚଳରେ ସକ୍ରିୟ ରହିଛି ସୂଦୃଶ ଲଘୁଚାପ କ୍ଷେତ୍ର । ଏହା ଆସନ୍ତା 245 ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରିବ । ଏହାର ପ୍ରଭାବରେ ଆସନ୍ତା 4 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏନେଇ ଆସନ୍ତା 24 ଘଣ୍ଟାରେ 7 ଜିଲ୍ଲା ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ ଓ କଟକର ଗୋଟିଏ ଦୁଇଟି ସ୍ଥାନ‌ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ଜିଲ୍ଲା ଗୁଡ଼ିକୁ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ବର୍ଷାରେ ବେହାଲ ବ୍ରହ୍ମପୁର: ଘରେ ଆଣ୍ଠୁଏ ଲେଖାଏଁ ନର୍ଦ୍ଦମା ପାଣି, ଚିନ୍ତାରେ ଲୋକେ

ଏଥିସହ ପ୍ରବଳର ବର୍ଷା ନେଇ 17 ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ମୟୂରଭଞ୍ଜ, ବରଗଡ, ସମ୍ବଲପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ,ବୌଦ୍ଧ, ବଲାଙ୍ଗୀର ଓ କଳାହାଣ୍ଡି । ଏହାସହ ବିଜୁଳି ଘଡ଼ଘଡ଼ି ନେଇ ୨୫ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ନେଇ ୫ ଜିଲ୍ଲା ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ସମ୍ବଲପୁରକୁ ଅକ୍ଟୋବର 2 ତାରିଖ ପାଇଁ ଅରେଞ୍ଜ୍‌ ୱାର୍ଣ୍ଣିଙ୍ଗ୍‌ ସହ ୯ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟର ବିଭିନ୍ନ ଅଞ୍ଚଳ ପାଇଁ ବଜ୍ରପାତ ଆଲର୍ଟ, 29ରେ ଆଉ ଏକ ଘୂର୍ଣ୍ଣିବଳୟ !

ସେହିପରି ଅକ୍ଟୋବର 3 ତାରିଖରେ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ଘଡ଼ଘଡ଼ି ହେବାର ମଧ୍ୟ ସମ୍ଭାବନା ରହିଛି । ଏହାସହ 4 ଅକ୍ଟେବର ପାଇଁ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ଗତ 24 ଘଣ୍ଟାରେ ସଦୃଶ ଲଘୁଚାପର ସକ୍ରିୟତାକୁ ନେଇ ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡଘଡି ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଏହାକୁ ନେଇ ଖୋର୍ଦ୍ଧାର ଜଟଣୀ ଠାରେ ରାଜ୍ୟରେ ସର୍ବାଧିକ 138.00 ମିମି ବର୍ଷା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.