ETV Bharat / state

ରାଜ୍ୟର ବିଭିନ୍ନ ଅଞ୍ଚଳ ପାଇଁ ବଜ୍ରପାତ ଆଲର୍ଟ, 29ରେ ଆଉ ଏକ ଘୂର୍ଣ୍ଣିବଳୟ !

author img

By ETV Bharat Odisha Team

Published : Sep 24, 2023, 8:45 PM IST

29ରେ ଅଉ ଏକ ଘୂର୍ଣ୍ଣିବଳୟ !
29ରେ ଅଉ ଏକ ଘୂର୍ଣ୍ଣିବଳୟ !

ଆସନ୍ତା ୨୪ ଘଣ୍ଟା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ବଜ୍ରପାତ ହେବାର ସମ୍ଭାବନା ଅଧିକ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅଧିକ ପଢନ୍ତୁ

29ରେ ଅଉ ଏକ ଘୂର୍ଣ୍ଣିବଳୟ !

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବର୍ଷା ସହ ବଜ୍ରପାତ ସମ୍ଭାବନା । ଆସନ୍ତା ୨୪ ଘଣ୍ଟା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ବଜ୍ରପାତ ହେବାର ସମ୍ଭାବନା ଅଧିକ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଶେଷକରି ବାଲେଶ୍ଵର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ଅନୁଗୋଳୁ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଝାରସୁଗୁଡ଼ା, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ।

ସେହିପରି ଆସନ୍ତା ୨୬ ତାରିଖରେ ବଜ୍ରପାତ ହେବାର ସମ୍ଭାବନା ବହୁତ ଅଧିକ ରହିଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି । ବାଲେଶ୍ଵର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡା, ସୁନ୍ଦରଗଡ଼ ଓ ବରଗଡ଼ । ୨୬ ତାରିଖ ପରେ କମିବ ବର୍ଷାର ପରିମାଣ । ଏହା ପରେ ୨୯ରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପରବର୍ତ୍ତୀ ୨୪ ଘଣ୍ଟାରେ ଉତ୍ତର ଆଣ୍ଡାମାନ ସାଗର ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସମ୍ଭାବନା ରହିଛି । ଲଘୁଚାପ ସୃଷ୍ଟି ହେବା ପରେ ଲଘୁଚାପ ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା । ଏହି ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ପୁଣି ବର୍ଷା ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢନ୍ତୁ..କାଲିଠୁ କମିବ ବର୍ଷାର ପରିମାଣ, 29ରେ ଉତ୍ତର ଆଣ୍ଡାମାନସାଗର ସୃଷ୍ଟି ହେବ ଘୂର୍ଣ୍ଣିବଳୟ!

ସେପଟେ ଗତ ୨୪ ଘଣ୍ଟାରେ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । କେବଳ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ମାଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । ଜଗତସିଂହପୁର ନୂଆଗାଁରେ ସର୍ବାଧିକ ୪୯ ମିମି ବର୍ଷା ରେକର୍ଡ କରାଯାଇଛି । ମୌସୁମୀଜନିତ ବୃଷ୍ଟିପାତରେ 1 ଜୁନ୍ ରୁ 24 ସେପ୍ଟେମ୍ବର ମଧ୍ୟରେ 1084.1 ମିଲିମିଟର ବର୍ଷା ହୋଇଛି ଏହାର ସ୍ଵାଭାବିକ ପରିମାଣ ରହିଛି 1120.3 ମିଲିମିଟର । ବର୍ତ୍ତମାନ ସୁଦ୍ଧା 3ଟି ଜିଲ୍ଲାରେ ବଳକା ବର୍ଷା ରହିଛି ଓ 3ଟି ଜିଲ୍ଲା ନିଅଣ୍ଟିଆ ରହିଛି । ଅବଶିଷ୍ଟ 25ଟି ଜିଲ୍ଲାରେ ସାଧାରଣ ପରିମାଣ ବର୍ଷା ରେକର୍ଡ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ..ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରିବ ମୌସୁମୀ, 24 ତାରିଖରୁ କମିବ ବର୍ଷା

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.