ETV Bharat / state

ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରିବ ମୌସୁମୀ, 24 ତାରିଖରୁ କମିବ ବର୍ଷା

author img

By ETV Bharat Odisha Team

Published : Sep 22, 2023, 9:36 PM IST

ସେପ୍ଟେମ୍ବର ୨୫ ପରଠୁ ଫେରିଯିବ ମୌସୁମୀ । ସେପଟେ ରାଜ୍ୟରେ ବାତ୍ୟାକୁ ନେଇ ଏବେଠୁ କିଛି ଆକଳନ କରିବା ସଠିକ ନୁହେଁ କହିଲା ପାଣିପାଗ ବିଭାଗ । ଅଧିକ ପଢନ୍ତୁ

ସେପ୍ଟେମ୍ବର ୨୫ ପରଠୁ ଫେରିଯିବ ମୌସୁମୀ
ସେପ୍ଟେମ୍ବର ୨୫ ପରଠୁ ଫେରିଯିବ ମୌସୁମୀ

ସେପ୍ଟେମ୍ବର ୨୫ ପରଠୁ ଫେରିଯିବ ମୌସୁମୀ

ଭୁବନେଶ୍ବର: ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରିବ ମୌସୁମୀ । ସେପ୍ଟେମ୍ବର ୨୫ ପରଠୁ ଫେରିଯିବା ମୌସୁମୀ । ରାଜ୍ୟରେ ଯେଉଁ ଲଘୁଚାପ ରହିଥିଲା ତାହା ଧୀରେ ଧୀରେ ଦୃର୍ବଳ ହେବାରେ ଲାଗିଛି । ତେଣୁ ଆଜି ପରଠାରୁ ରାଜ୍ୟ ସମେତ ପୁରା ଦେଶର ବର୍ଷାର ପରିମାଣ କମିବ । ବିଶେଷ କରି କେନ୍ଦ୍ରୀୟ ଭାରତର ଅଞ୍ଚଳଗୁଡିକରେ ବର୍ଷା କମିବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ । ପଶ୍ଚିମ ରାଜସ୍ଥାନରୁ ମୌସୁମୀ ଅପସାରଣ କରିବା ପାଇଁ ପାଗ ଅନୁକୂଳ ରହିବ ବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ପାଣିପାଗ ବିଜ୍ଞାନି ଉମାଶଙ୍କର ଦାସ କହିଛନ୍ତି, ‘‘ରାଜ୍ୟରେ ବାତ୍ୟାକୁ ନେଇ ଏବେଠୁ କିଛି ଆକଳନ କରିବା ସଠିକ ନୁହେଁ । ଆଗାମୀ ଦିନରେ ଅର୍ଥାତ ଅକ୍ଟୋବରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏବେଠୁ ଏହାର ସ୍ଥିତି ଓ କେତେ ଘନୀଭୂତ ହେବ ସେନେଇ କୌଣସି ଆକଳନ କରାଯାଇ ନାହିଁ । ସେପଟେ ଆଗାମୀ ୨୪ ଘଣ୍ଟାରେ ଝାଡଖଣ୍ଡ ଓ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଘୁର୍ଣ୍ଣିବଳୟ ଝାରଖଣ୍ଡ ଓ ପାଶ୍ୱବର୍ତୀ ଅଞ୍ଚଳରେ ରହିଥିବା ବେଳେ ଏହାର ପ୍ରଭାବରେ ଝାରସୁଗୁଡା , ସୁନ୍ଦରଗଡ଼, ବୌଦ୍ଧ , ମାଲକାନଗିରି, ନବରଙ୍ଗପୁର ପରି ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିସହ ଉପକୂଳ ଓଡିଶା ଓ ଉତ୍ତର ଉପକୂଳ ଓଡ଼ିଶାରେ ଖୋର୍ଦ୍ଧା ଓ ପାର୍ଶ୍ଵବର୍ତ୍ତୀ ଜିଲ୍ଲା ମୟୂରଭଞ୍ଜ ଓ କେନ୍ଦୁଝର, ଢେଙ୍କାନାଳ ଏପରି ଜିଲ୍ଲାରେ ବିଜୁଳି ଘଡଘଡି ଜନିତ ବର୍ଷା ସମ୍ଭାବନା ରହିଥିବା କହିଛି । ସେହିପରି ଆସନ୍ତାକାଲି (ଶନିବାର) କେବଳ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଆଜି ଏବଂ କାଲି(ଶନିବାର) ପରେ ବର୍ଷାର ପରିମାଣ କମିବ ।’’

ଏହା ମଧ୍ୟ ପଢନ୍ତୁ...Cyclone Alert: ଅକ୍ଟୋବରରେ ଓଡ଼ିଶାରେ ବାତ୍ୟା !

ଅନ୍ୟପଟେ ଚଳିତ ମୌସୁମୀରେ ଜୁନ ୧ ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୧୦୭୭.୮ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ଵାଭାବିକ ଠାରୁ ୩ ପ୍ରତିଶତ କମ ବର୍ଷା ରହିଛି । ଏହି ପରିମାଣ ମୁତାବିକ ଯାହାକି ବର୍ତମାନ ସୁଦ୍ଧା ୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ସେଗୁଡିକ ହେଉଛି ନବରଙ୍ଗପୁର, କେନ୍ଦ୍ରାପଡ଼ା । ସେହିପରି ୩ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଅବଶିଷ୍ଟ ୨୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି । କଟକ ମୁଣ୍ଡୁଳି ଠାରେ ରାଜ୍ୟରେ ସର୍ବାଧିକ ୧୧୫.୦୦ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ବାଙ୍କୀରେ ୧୦୪ ମିମି ରେକର୍ଡ କରାଯାଇଛି । ବିଗତ ୨୪ ଘଣ୍ଟାରେ ହାରାହାରି ୯ ମିମି ବର୍ଷା ରେକର୍ଡ କରାଯାଇଛି ଯାହାକି ସ୍ଵାଭାବିକ ଠାରୁ ୨୫ ମିମି ଅଧୀକ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.