ETV Bharat / state

Budget Session: ଶୋକ ପ୍ରସ୍ତାବ ଆଗତ ପରେ ପ୍ରଶ୍ନପତ୍ର ଲିକ ନେଇ ଗୃହରେ ହଟ୍ଟଗୋଳ, ଅପରାହ୍ନ 4ଟା ଯାଏଁ ମୁଲତବୀ

ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଂବଗତ ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ନେଇ ଗୃହରେ ଶୋକ ପ୍ରକାଶ ଆଗତ କରିଥିଲେ । ଅଧିକ ପଢନ୍ତୁ

cm pays tribute former mla birendra pandey
Budget Session
author img

By

Published : March 20, 2023 at 11:38 AM IST

|

Updated : March 20, 2023 at 12:03 PM IST

Choose ETV Bharat
Budget Session
Budget Session

ଭୁବନେଶ୍ବର: ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ଆଜି ଗୃହରେ ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ ବିରୋଧୀ ଦଳ ନେତା । ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ବିୟୋଗ ଗୃହରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ଏହାପରେ ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ବିରୋଧୀ ମାଟ୍ରିକ ପ୍ରଶ୍ନପତ୍ର ଲିକ ପ୍ରସଙ୍ଗରେ ଗୃହରେ ହୋହଲ୍ଲା ସହ ନାରାବାଜି କରିଥିଲେ । ଫଳର ଅପରାହ୍ନ 4ଟା ପର୍ଯ୍ୟନ୍ତ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।

ବୀରେନ୍ଦ୍ର ପାଣ୍ଡେଙ୍କ ବିୟୋଗରେ ଶୋକ ପ୍ରକାଶ ଆଗତ କରି ତାଙ୍କ ବିଷୟରେ ବିବୃତ୍ତି ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ବିରୋଧୀ ଦଳ ମୁଖ୍ୟ ସଚତେକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଦିଂବଗତ ବିଧାୟକଙ୍କ ନେଇ ଆଗତ ଶୋକ ପ୍ରସ୍ତାବକୁ ସମର୍ଥନ କରି ଗୃହରେ ବିବୃତ୍ତି ରଖିଥିଲେ । ଏହାପରେ ବାଚସ୍ପତି ଗୃହରେ ଉପସ୍ଥିତ ସଦସ୍ୟଙ୍କୁ ବୀରେନ୍ଦ୍ର ପାଣ୍ଡେଙ୍କ ବିଷୟରେ ଅବଗତ କରାଇଥିଲେ । ବର୍ଷିୟାନ ନେତାଙ୍କ ବିୟୋଗରେ ଆଗତ ଶୋକ ପ୍ରସ୍ତାବକୁ ସହମତ ପ୍ରକାଶ କରିଥିବା କହିଥିଲେ ବାଚସ୍ପତି । ଏହାପରେ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଗୃହରେ 1 ମିନିଟ ନୀରବ ପ୍ରାର୍ଥନା କରିଥିଲେ ଗୃହ ସଦସ୍ୟ ।

ଏହା ପରେ ପ୍ରଶ୍ନକାଳ ଆରମ୍ଭ ହୋଇଥିଲା । ଆରମ୍ଭରୁ ହିଁ ହୋହଲ୍ଲା କରିଥିଲେ । ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ ନେଇ କମ୍ପିଥିଲା ଗୃହ । ପ୍ରଶ୍ନପତ୍ର ଲିକ ପାଇଁ ଦାୟୀ କିଏ ବୋଲି ପ୍ରଶ୍ନରେ କମ୍ପିଥିଲା ଗୃହ । ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରି ହଟ୍ଟଗୋଳ କରିଥିଲେ ବିରୋଧୀ । ଶୂନ୍ୟକାଳରେ ପ୍ରଶ୍ନ ଉଠାଇବା ନେଇ ବାଚସ୍ପତି ଯେତେ କହିଥିଲେ ସୁଦ୍ଧା ବିରୋଧୀ ଶୁଣିବାକୁ ନାରାଜ ଥିଲେ । ଗୃହ ମଧ୍ୟଭାଗକୁ ଆସି ପୋଡିୟମ ନିକଟରେ ହୋହଲ୍ଲା କରିଥିଲେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ । ଫଳରେ ଗୃହକାର୍ଯ୍ୟ ଚଳାଇବା ମୁସ୍କିଲ ହୋଇଥିଲା ତେଣୁ ଅପରାହ୍ନ 4ଟା ଯାଏ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ବିକ୍ରମ ଆରୁଖ ।

ଏହା ବି ପଢନ୍ତୁ...ଝାରସୁଗୁଡାର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପରଲୋକ

ପ୍ରକାଶଥାଉ କି, ଗତକାଲି (ରବିବାର) ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପରଲୋକ ହୋଇଥିଲା । ଯକୃତ ଜନିତ ସମସ୍ୟାରେ ପୀଡିତ ବୀରେନ୍ଦ୍ର ଚିକିତ୍ସାଧୀନ ଅବସ୍ଥାରେ 74 ବର୍ଷ ବୟସରେ ଆଖି ବୁଜିଥିଲେ । ସେ 3 ଥର କଂଗ୍ରେସ ବିଧାୟକ ଥିଲେ । 1984ରେ ଝାରସୁଗୁଡା ମ୍ୟୁନସିପାଲଟିର ଅଧ୍ୟକ୍ଷ ଥିଲେ । 1980, 1985 ଓ 1995ରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କାଉନସିଲରରୁ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରି ତିନି ଥର ଝାରସୁଗୁଡାର ବିଧାୟକ ହୋଇଥିଲେ । ବୀରେନ୍ଦ୍ର ଜଣେ ମିଷ୍ଟଭାଷୀ ଲୋକ ଥିଲେ । ଜନତାଙ୍କ ବିକାଶ ପାଇଁ କାର୍ଯ୍ୟ କରିଥିଲେ । ଗୃହର ପୂର୍ବତନ ସଦସ୍ୟ ବୀରେନ୍ଦ୍ର ପାଣ୍ଡେ 1948 ମସିହା ମାର୍ଚ୍ଚ 1 ତାରିଖରେ ଝାରସୁଗୁଡା ଜିଲ୍ଲା ପୁରୁଣା ବସ୍ତି ଠାରେ ଜନ୍ମଗ୍ରହଣ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : March 20, 2023 at 12:03 PM IST