ETV Bharat / state

Budget Session: ଶୋକ ପ୍ରସ୍ତାବ ଆଗତ ପରେ ପ୍ରଶ୍ନପତ୍ର ଲିକ ନେଇ ଗୃହରେ ହଟ୍ଟଗୋଳ, ଅପରାହ୍ନ 4ଟା ଯାଏଁ ମୁଲତବୀ

author img

By

Published : Mar 20, 2023, 11:38 AM IST

Updated : Mar 20, 2023, 12:03 PM IST

ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଂବଗତ ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ନେଇ ଗୃହରେ ଶୋକ ପ୍ରକାଶ ଆଗତ କରିଥିଲେ । ଅଧିକ ପଢନ୍ତୁ

cm pays tribute former mla birendra pandey
Budget Session

Budget Session
Budget Session

ଭୁବନେଶ୍ବର: ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ଆଜି ଗୃହରେ ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ ବିରୋଧୀ ଦଳ ନେତା । ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ବିୟୋଗ ଗୃହରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ଏହାପରେ ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ବିରୋଧୀ ମାଟ୍ରିକ ପ୍ରଶ୍ନପତ୍ର ଲିକ ପ୍ରସଙ୍ଗରେ ଗୃହରେ ହୋହଲ୍ଲା ସହ ନାରାବାଜି କରିଥିଲେ । ଫଳର ଅପରାହ୍ନ 4ଟା ପର୍ଯ୍ୟନ୍ତ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।

ବୀରେନ୍ଦ୍ର ପାଣ୍ଡେଙ୍କ ବିୟୋଗରେ ଶୋକ ପ୍ରକାଶ ଆଗତ କରି ତାଙ୍କ ବିଷୟରେ ବିବୃତ୍ତି ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ବିରୋଧୀ ଦଳ ମୁଖ୍ୟ ସଚତେକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଦିଂବଗତ ବିଧାୟକଙ୍କ ନେଇ ଆଗତ ଶୋକ ପ୍ରସ୍ତାବକୁ ସମର୍ଥନ କରି ଗୃହରେ ବିବୃତ୍ତି ରଖିଥିଲେ । ଏହାପରେ ବାଚସ୍ପତି ଗୃହରେ ଉପସ୍ଥିତ ସଦସ୍ୟଙ୍କୁ ବୀରେନ୍ଦ୍ର ପାଣ୍ଡେଙ୍କ ବିଷୟରେ ଅବଗତ କରାଇଥିଲେ । ବର୍ଷିୟାନ ନେତାଙ୍କ ବିୟୋଗରେ ଆଗତ ଶୋକ ପ୍ରସ୍ତାବକୁ ସହମତ ପ୍ରକାଶ କରିଥିବା କହିଥିଲେ ବାଚସ୍ପତି । ଏହାପରେ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଗୃହରେ 1 ମିନିଟ ନୀରବ ପ୍ରାର୍ଥନା କରିଥିଲେ ଗୃହ ସଦସ୍ୟ ।

ଏହା ପରେ ପ୍ରଶ୍ନକାଳ ଆରମ୍ଭ ହୋଇଥିଲା । ଆରମ୍ଭରୁ ହିଁ ହୋହଲ୍ଲା କରିଥିଲେ । ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ ନେଇ କମ୍ପିଥିଲା ଗୃହ । ପ୍ରଶ୍ନପତ୍ର ଲିକ ପାଇଁ ଦାୟୀ କିଏ ବୋଲି ପ୍ରଶ୍ନରେ କମ୍ପିଥିଲା ଗୃହ । ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରି ହଟ୍ଟଗୋଳ କରିଥିଲେ ବିରୋଧୀ । ଶୂନ୍ୟକାଳରେ ପ୍ରଶ୍ନ ଉଠାଇବା ନେଇ ବାଚସ୍ପତି ଯେତେ କହିଥିଲେ ସୁଦ୍ଧା ବିରୋଧୀ ଶୁଣିବାକୁ ନାରାଜ ଥିଲେ । ଗୃହ ମଧ୍ୟଭାଗକୁ ଆସି ପୋଡିୟମ ନିକଟରେ ହୋହଲ୍ଲା କରିଥିଲେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ । ଫଳରେ ଗୃହକାର୍ଯ୍ୟ ଚଳାଇବା ମୁସ୍କିଲ ହୋଇଥିଲା ତେଣୁ ଅପରାହ୍ନ 4ଟା ଯାଏ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ବିକ୍ରମ ଆରୁଖ ।

ଏହା ବି ପଢନ୍ତୁ...ଝାରସୁଗୁଡାର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପରଲୋକ

ପ୍ରକାଶଥାଉ କି, ଗତକାଲି (ରବିବାର) ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପରଲୋକ ହୋଇଥିଲା । ଯକୃତ ଜନିତ ସମସ୍ୟାରେ ପୀଡିତ ବୀରେନ୍ଦ୍ର ଚିକିତ୍ସାଧୀନ ଅବସ୍ଥାରେ 74 ବର୍ଷ ବୟସରେ ଆଖି ବୁଜିଥିଲେ । ସେ 3 ଥର କଂଗ୍ରେସ ବିଧାୟକ ଥିଲେ । 1984ରେ ଝାରସୁଗୁଡା ମ୍ୟୁନସିପାଲଟିର ଅଧ୍ୟକ୍ଷ ଥିଲେ । 1980, 1985 ଓ 1995ରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କାଉନସିଲରରୁ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରି ତିନି ଥର ଝାରସୁଗୁଡାର ବିଧାୟକ ହୋଇଥିଲେ । ବୀରେନ୍ଦ୍ର ଜଣେ ମିଷ୍ଟଭାଷୀ ଲୋକ ଥିଲେ । ଜନତାଙ୍କ ବିକାଶ ପାଇଁ କାର୍ଯ୍ୟ କରିଥିଲେ । ଗୃହର ପୂର୍ବତନ ସଦସ୍ୟ ବୀରେନ୍ଦ୍ର ପାଣ୍ଡେ 1948 ମସିହା ମାର୍ଚ୍ଚ 1 ତାରିଖରେ ଝାରସୁଗୁଡା ଜିଲ୍ଲା ପୁରୁଣା ବସ୍ତି ଠାରେ ଜନ୍ମଗ୍ରହଣ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Mar 20, 2023, 12:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.