ETV Bharat / state

ଝାରସୁଗୁଡାର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପରଲୋକ

author img

By

Published : Mar 19, 2023, 10:18 AM IST

Updated : Mar 19, 2023, 10:50 AM IST

ଝାରସୁଗୁଡା ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ଦେହାନ୍ତ ହୋଇଛି । ଆଜି ଚିକିତ୍ସାଧୀନ ଅବସ୍ଥାରେ ଏକ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଅଧିକ ପଢନ୍ତୁ

former mla birendra pande passes away
ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ବିୟୋଗ

former mla birendra pande passes away

ଝାରସୁଗୁଡା: ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପରଲୋକ ହୋଇଛି । ଯକୃତ ଜନିତ ସମସ୍ୟାରେ ପୀଡିତ ବୀରେନ୍ଦ୍ର ଆଜି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 74 ବର୍ଷ ବୟସ ହୋଇଥିଲା । ଗତ 16 ତାରିଖ ଦିନ ସେ ଅସୁସ୍ଥ ହୋଇ ପଡିବାକୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । 3 ଥର କଂଗ୍ରେସ ବିଧାୟକ ଥିଲେ ବୀରେନ୍ଦ୍ର ।

କିଛି ବର୍ଷ ହେବ ଯକୃତଜନିତ ସମସ୍ୟାରେ ପୀଡିତ ଥିଲେ ବୀରେନ୍ଦ୍ର । ଗତ 16 ତାରିଖ ଦିନ ସ୍ବାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ସମ୍ବଲପୁରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି (ରବିବାର) ଭୋରୁ ବୀରେନ୍ଦ୍ର ପାଣ୍ଡେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ହସ୍ପିଟାଲରେ ତାଙ୍କ ପରିବାର ଲୋକ ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ...ଲଗାଣ ବର୍ଷାରେ କାନ୍ଥ ପଡି ୪ ମାସର ଶିଶୁ ମୃତ, ବାପାମାଆ ଗୁରୁତର

ଏହା ବି ପଢନ୍ତୁ...ଭିମସାର ନିର୍ଦ୍ଦେଶକ ପଦ ପାଇଁ ବିଜ୍ଞପ୍ତି, ଏପ୍ରିଲ ୨୦ ସୁଦ୍ଧା କରନ୍ତୁ ଆବେଦନ

ବୀରେନ୍ଦ୍ର ପାଣ୍ଡେ କଂଗ୍ରେସକୁ ଟିକେଟ ପାଇଁ ଝାରସୁଗୁଡା ବିଧାନସଭା ଆସନରୁ 3 ଥର ବିଧାୟକ ହୋଇଥିଲେ । 1980, 1985 ଓ 1995ରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କାଉନସିଲରରୁ ନିଜର ରାଜନୈତିକ କ୍ୟାରିଆର ଆରମ୍ଭ କରି ତିନି ଥର ଝାରସୁଗୁଡାର ବିଧାୟକ ହୋଇଥିଲେ ।୧୯୮୦ ରୁ ୧୯୯୦ ପର୍ଯ୍ୟନ୍ତ ଲଗାତାର 2ଥର ବିଧାୟକ ହୋଇଥିବା ବେଳେ ୧୯୯୫ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ସେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । 1980 ମସିହାରେ ବୀରେନ୍ଦ୍ର ପାଣ୍ଡେ ପ୍ରଥମ ମାଟି ସନ୍ତାନ ଭାବେ ଝାରସୁଗୁଡାରୁ ବିଧାୟକ ହୋଇଥିଲେ । ରାଜନୀତିକୁ ଆସିବା ପରେ ଝାରସୁଗୁଡା ପୌରାଞ୍ଚଳ ଓ ଅନ୍ୟ ଗ୍ରାମାଞ୍ଚଳରେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଅନେକ ପ୍ରଚେଷ୍ଟା କରିଥିଲେ ।

ଝାରସୁଗୁଡା ସହରରେ ରହିଥିବା ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ପାଇଁ ମାର୍ଗଦର୍ଶକ ଥିଲେ । ତାଙ୍କର ଏକମାତ୍ର ଲକ୍ଷ୍ୟ ରହିଥିଲା ଝାରସୁଗୁଡ଼ା ବିକାଶ । ରାଜନୀତି ଗୋଟି ଚାଳନାରେ ସିଦ୍ଧହସ୍ତ ବୀରେନ୍ଦ୍ର ଦୀର୍ଘ ବର୍ଷ ହେବ ରାଜନୀତିରୁ ଦୂରେଇ ରହିଥିଲେ । ବୀରେନ୍ଦ୍ର ଜଣେ ମିଷ୍ଟଭାଷୀ ଲୋକ ଥିଲେ । ଜନ ପ୍ରିତିନିିଧି ଭାବେ ଲୋକଙ୍କ ସହିତ ତାଙ୍କର ସୁସମ୍ପର୍କ ଥିଲା । ବିଧାନସଭାରେ ନିଜ ଅଞ୍ଚଳର ସମସ୍ୟାକୁ ଉଠାଉଥିଲେ । ତାଙ୍କ ବିୟୋଗରେ ରାଜ୍ୟ କଂଗ୍ରେସ ଶୋକ ପ୍ରକାଶ କରିଛି । ଦଳୀୟ କର୍ମୀ ଓ ନେତାମାନେ ଅନ୍ତିମ ଦର୍ଶନ କରିବା ପରେ ଆଜି ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।

ଇଟିଭି ଭାରତ, ଝାରସୁଗୁଡା

Last Updated : Mar 19, 2023, 10:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.