ETV Bharat / state

ରାଜ୍ୟ ବିଜେପିର ନୂଆ ଟିମ୍ ଘୋଷଣା: ୧୦ ଉପସଭାପତି, ୫ ସାଧାରଣ ସମ୍ପାଦକ

author img

By

Published : Aug 4, 2023, 12:06 PM IST

Updated : Aug 4, 2023, 2:25 PM IST

୨୦୨୪ ପାଇଁ ରାଜ୍ୟ ବିଜେପିର ନୂଆ ଟିମ୍ ଘୋଷଣା । ୧୦ ଜଣ ଉପସଭାପତି ଓ ୫ ଜଣଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ବ । ଅଧିକ ପଢନ୍ତୁ

ରାଜ୍ୟ ବିଜେପିର ନୂଆ ଟିମ୍ ଘୋଷଣା
ରାଜ୍ୟ ବିଜେପିର ନୂଆ ଟିମ୍ ଘୋଷଣା

ରାଜ୍ୟ ବିଜେପିର ନୂଆ ଟିମ୍ ଘୋଷଣା

ଭୁବନେଶ୍ବର: ୨୦୨୪ ପାଇଁ ବିଜେପିର ଯୋଦ୍ଧା ପ୍ରସ୍ତୁତ । ଗଠନ ହେଲା ରାଜ୍ୟ ବିଜେପିର ନୂଆ ଟିମ୍ । ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ପୂର୍ବରୁ ଆଜି ମନମୋହନ ସାମଲ ରାଜ୍ୟ ବିଜେପି ପଦାଧିକାରୀଙ୍କ ତାଲିକା ଜାରି କରିଛନ୍ତି । ମନମୋହନଙ୍କ ନୂଆ ଟିମରେ ୩୫ ଜଣଙ୍କୁ ସ୍ଥାନ ମିଳିଛି । ତାଲିକାରେ ୧୦ ଜଣ ଉପସଭାପତି ଥିବାବେଳେ ୫ ଜଣ ସାଧାରଣ ସମ୍ପାଦକ ଅଛନ୍ତି । ବିଧାୟକ ନାଉରି ନାୟକ, ସାଂସଦ ଅପରାଜିତା ଷଡଙ୍ଗୀ, ରବି ନାରାୟଣ ନାୟକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗୋଲକ ପ୍ରସାଦ ମହାପାତ୍ର, କୁସୁମ ଟେଟେ, ଲେଖାଶ୍ରୀ ସାମନ୍ତସିଂହାର, ସୁକେଶ ଓରାମ ଓ ବିରଞ୍ଚି ନାରାୟଣ ତ୍ରିପାଠୀଙ୍କୁ ଉପସଭାପତି ଦାୟିତ୍ବ ମିଳିଛି ।

ସେହିପରି ସାଧାରଣ ସମ୍ପାଦକ ତାଲିକାରେ ଜତିନ ମହାନ୍ତି, ସାରଦା ପ୍ରସାଦ ଶତପଥି, ପୂର୍ଣ୍ଣିମା କେର୍କେଟା, ସୀମାଞ୍ଚଳ ଖଟେଇ, ମାନସ କୁମାର ମହାନ୍ତିଙ୍କ ନାମ ରହିଛି । ଏହାବ୍ୟତୀତ ରାଜ୍ୟ ବିଜେପି ମୋର୍ଚ୍ଚାର ୩ ଜଣ ସଭାପତି ବଦଳିଛନ୍ତି । ବିଜେପି ଯୁବମୋର୍ଚ୍ଚା ସଭାପତି ହୋଇଛନ୍ତି ଅଭିଳାଷ ପଣ୍ଡା । ମହିଳା ମୋର୍ଚ୍ଚା ସଭାପତି ଐଶ୍ବର୍ଯ୍ୟା ବିଶ୍ବାଳ ଓ କିଷାନ ମୋର୍ଚ୍ଚାର ସଭାପତି ମହେଶ୍ବର ସାହୁ ହୋଇଛନ୍ତି । ଏସଟି ମୋର୍ଚ୍ଚା ପାଇଁ ନିତ୍ୟାନନ୍ଦ ଗଣ୍ଡଙ୍କୁ ସଭାପତି ଦାୟିତ୍ବ ମିଳିଛି । ବିଭୁପ୍ରସାଦ ତରାଇଙ୍କୁ ଏସ୍‌ସି ମୋର୍ଚ୍ଚା ସଭାପତି କରାଯାଇଛି । ସୁରଥ ବିଶ୍ବାଳ ଓବିସି ମୋର୍ଚ୍ଚା ସଭାପତି ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ବିଜେପିର ନୂଆ ଟିମ୍: ଫୋକସରେ ଲୋକସଭା ଲଢେଇ, ପୁଣି ଥରେ ବୈଜୟନ୍ତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ

କୃଷକ ମୋର୍ଚ୍ଚା ସଭାପତି ଥିବା ପ୍ରଦୀପ ପୁରୋହିତ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କୁ ବାଦ୍ ଦିଆଯାଇଛି । ସେହିପରି ଈରାଶିଷ ଆଚାର୍ଯ୍ୟଙ୍କୁ ଯୁବ ମୋର୍ଚ୍ଚା ସଭାପତି ପଦରୁ ପରିବର୍ତ୍ତନ କରି ରାଜ୍ୟ ସମ୍ପାଦକ ଦାୟିତ୍ଵ ମିଳିଛି । ସଙ୍ଗଠନରୁ ବାଦ୍ ପଡ଼ିଥିବା ନେତାମାନଙ୍କୁ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ କୁହାଯାଇଥିବା ଚର୍ଚ୍ଚା ହେଉଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ତଳେ କେନ୍ଦ୍ରୀୟ ପଦାଧିକାରୀଙ୍କ ତାଲିକା ଘୋଷଣା ହୋଇଥିଲା । ମୋଦିଙ୍କ ନୂଆ ଟିମରେ ୩୮ ଜଣ ନେତାଙ୍କ ନାଁ ରହିଥିଲା । ୧୩ ଜଣ ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ୮ ଜଣ ସମ୍ପାଦକ, ଜଣେ ଲେଖାଏଁ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ, ରାଷ୍ଟ୍ରୀୟ ସହ ସଂଗଠନ ମହାମନ୍ତ୍ରୀ, ୧୩ ଜଣ ରାଷ୍ଟ୍ରୀୟ ସଚିବ ଏବଂ ଜଣେ ଲେଖାଏଁ କୋଷାଧ୍ୟକ୍ଷ ଓ ସହ କୋଷାଧ୍ୟକ୍ଷ ନିଯୁକ୍ତ ହୋଇଥିଲେ । ସେହିପରି ତୃତୀୟ ଥର ବୈଜୟନ୍ତ ପଣ୍ଡାଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ବ ମିଳିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Aug 4, 2023, 2:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.