ETV Bharat / state

ଜବରଦଖଲ ଉଚ୍ଛେଦ ଦାବିରେ ଜାତୀୟ ରାଜପଥ ଅବରୋଧ

author img

By

Published : Sep 29, 2022, 6:07 PM IST

ଜବରଦଖଲ ଉଚ୍ଛେଦ ଦାବିରେ ଜାତୀୟ ରାଜପଥ ଅବରୋଧ
ଜବରଦଖଲ ଉଚ୍ଛେଦ ଦାବିରେ ଜାତୀୟ ରାଜପଥ ଅବରୋଧ

ଖୋର୍ଦ୍ଧା ପିଚୁକୁଳି ପଞ୍ଚାୟତରେ ଜଣେ ବ୍ୟକ୍ତିଙ୍କ ବାଉଁଶ ବୁଦା ରାସ୍ତାକୁ ମାଡି ରହିଥିବା କାରଣରୁ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଲୋକେ । ଏନେଇ ସ୍ଥାନୀୟବାସିନ୍ଦା ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିଲାନି । ଶେଷରେ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ପିଚୁକୁଳି ଠାରେ ରାସ୍ତା ଅବରୋଧ (Locals road Blocked in Pichukuli) କଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ଖୋର୍ଦ୍ଧା : ଜବରଦଖଲ ଉଚ୍ଛେଦ ଦାବିରେ ଜାତୀୟ ରାଜପଥ ଅବରୋଧ । ବୋଲଗଡ ବ୍ଲକ ପିଚୁକୁଳି ପଞ୍ଚାୟତ କାର୍ଯ୍ଯାଳୟ ଓ ନୂଆ ସାହି ରାସ୍ତା ପାର୍ଶ୍ବରେ ଜଣେ ବ୍ୟକ୍ତିଙ୍କ ବାଉଁଶ ବୁଦା ରାସ୍ତାକୁ ମାଡି ରହିଥିବା କାରଣରୁ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଲୋକେ । ଏହାର ପ୍ରତିବାଦରେ ଗୁରୁବାର ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ପିଚୁକୁଳି ଠାରେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ(Locals road Blocked in Pichukuli) ।

ଜବରଦଖଲ ଉଚ୍ଛେଦ ଦାବିରେ ଜାତୀୟ ରାଜପଥ ଅବରୋଧ

ଖବର ପାଇଁ ବେଗୁନିଆ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅବରୋଧକାରୀଙ୍କ ସହ ଆଲୋଚନା ପରେ ରାସ୍ତା ଅବରୋଧ ହଟିଥିଲା । ପରେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହ ବୋଲଗଡ ତହସିଲଦାର ଆଲୋଚନା କରି ୧୫ ଦିନ ଭିତରେ ରାସ୍ତାର ଜବରଦଖଲ ଉଚ୍ଛେଦ କରିବାକୁ ପ୍ରତିଶୃତି ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଆସାମରେ ବ୍ରହ୍ମପୁତ୍ର ନଦୀରେ ବୁଡିଗଲା ବୋଟ, ଏକାଧିକ ନିଖୋଜ

ସୂଚନା ଅନୁସାରେ, ପିଚୁକୁଳି ପଞ୍ଚାୟତ କାର୍ଯ୍ଯାଳୟ ଓ ନୂଆ ସାହି ରାସ୍ତା ପାର୍ଶ୍ବରେ ଜଣେ ବ୍ୟକ୍ତି ବାଉଁଶ ବୁଦା ରାସ୍ତାକୁ ମାଡି ରହିଥିବା ବେଳେ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଏନେଇ ସ୍ଥାନୀୟ ବାସିନ୍ଦା ତହସିଲଦାରଙ୍କୁ ଜଣାଇଥିଲେ । ତେବେ ତହସିଲଦାର ଜବରଦଖଲ ଯାଗାକୁ ଉଚ୍ଛେଦ ନକରି ଚୁପ ବସିଥିବା ଅଭିଯୋଗ ହୋଇଥିଲା । ଏହାକୁ ବିରୋଧ କରି ଗୁରୁବାର ଶତାଧିକ ଗ୍ରାମବାସୀଙ୍କ ସହ ଜନ ପ୍ରତିନିଧି ତୁରନ୍ତ ଜବରଦଖଲ ହଟେଇବା ଦାବିରେ ରାସ୍ତାରୋକ କରିଥିଲେ ।

ଏନେଇ ପିଚୁକୁଳି ଗ୍ରାମପଞ୍ଚାୟତ ସମିତିସଭ୍ୟ କହିଛନ୍ତି ଯେ, "ଏହା ଦୀର୍ଘ ଦିନର ସମସ୍ୟା ଅଟେ । ପ୍ରଶାସନିକ ଅଧିକାରୀଙ୍କ ଅବହେଳା କାରଣରୁ ଏଭଳି ସମସ୍ୟା ଉପୁଜିଛି । ଜଣେ ବ୍ୟକ୍ତି ନିଜ ଜିଦଖୋର ମନଭାବ ଯୋଗୁଁ ସରକାରୀ ରାସ୍ତାକୁ ଅବରେଧ କରିଛି । ସରକାରଙ୍କ ଅବହେଳା ଯୋଗୁଁ ସମାଧାନ ହୋଇପାରୁନାହିଁ । ତେଣୁ ବାଧ୍ୟ ହୋଇ ରାସ୍ତାରୋକ କରାଯାଇଛି ।"

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, " ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ପିଚୁକୁଳି ରାସ୍ତାକୁ ଏକ ବ୍ୟକ୍ତି ଅବରୋଧ କରିଛି । ଏନେଇ ୨୦୨୧ ମସିହାରୁ ଆମେ ତହସିଲଦାରଙ୍କ ପାଖେ ଅଭିଯୋଗ କରିଥିଲେ । କିନ୍ତୁ କୌଣସି ସଫଳ ନମିଳିବା କାରଣରୁ ଆମେ ବାଧ୍ୟ ହୋଇ ରାସ୍ତାରୋକ କରିଛୁ । ପରେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହ ବୋଲଗଡ ତହସିଲଦାର ଆଲୋଚନା କରି ୧୫ ଦିନଭିତରେ ରାସ୍ତାର ଜବରଦଖଲ ଉଚ୍ଛେଦ କରିବାକୁ ପ୍ରତିଶୃତି ଦେଇଥିଲେ । ଯଦି ପ୍ରତିଶୃତି ପୂରଣ ନକରନ୍ତି ତାହାହେଲେ ଆଗକୁ ଆନ୍ଦୋଳନକୁ ତୀବ୍ର କରିବୁ ।"

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.