ETV Bharat / bharat

ଆସାମରେ ବ୍ରହ୍ମପୁତ୍ର ନଦୀରେ ବୁଡିଗଲା ବୋଟ, ଏକାଧିକ ନିଖୋଜ

author img

By

Published : Sep 29, 2022, 2:30 PM IST

Updated : Sep 29, 2022, 4:25 PM IST

ଆସାମର ଦ୍ରୁବି ଜିଲ୍ଲାରେ ବ୍ରହ୍ମପୁତ୍ର ନଦୀରେ ବୁଡିଗଲା ବୋଟ (several missing in boat capsized)। ଏକାଧିକ ନିଖୋଜ । ଅଧିକ ପଢନ୍ତୁ

boat capsized in the Brahmaputra river in assam several missing
ଆସାମରେ ବ୍ରହ୍ମପୁତ୍ର ନଦୀରେ ବୁଡିଗଲା ବୋଟ, ଏକାଧିକ ନିଖୋଜ

ଗୌହାଟୀ:ଆସାମର ଦ୍ରୁବି ଜିଲ୍ଲାରେ ବ୍ରହ୍ମପୁତ୍ର ନଦୀରେ ଏକ ଦେଶୀ ଡଙ୍ଗା ବୁଡିଯିବା ଫଳରେ 7 ଯାତ୍ରୀ ନିଖୋଜ ହୋଇଯାଇଛନ୍ତି । ଡଙ୍ଗାରେ କ୍ଷମତାଠାରୁ ଅଧିକ ଯାତ୍ରୀ ଥିବାରୁ ଏହି ଅଘଟଣ ଘଟିଛି (several missing in boat capsized)। ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚି ଅପରେସନ ଜାରି ରଖିଛନ୍ତି । ଉକ୍ତ ଡଙ୍ଗାରେ ଅତି କମ୍‌ରେ ୫୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି ।

ଆସାମରେ ବ୍ରହ୍ମପୁତ୍ର ନଦୀରେ ବୁଡିଗଲା ବୋଟ, ଏକାଧିକ ନିଖୋଜ

ଏହାକୁ ନେଇ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ମୁଖ୍ୟ ଜ୍ଞାନେନ୍ଦ୍ର ଦେବ ତ୍ରିପାଠୀ କହିଛନ୍ତି, "ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ତୁରନ୍ତ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।"

  • Assam | A country-made boat capsized in the Brahmaputra river in Dhubri district. Search and rescue teams have started the operations. More details awaited: Gyanendra Dev Tripathi, Chief Executive Officer, Assam State Disaster Management Authority

    — ANI (@ANI) September 29, 2022 " class="align-text-top noRightClick twitterSection" data=" ">

ବ୍ରହ୍ମପୁତ୍ର ନଦୀରେ ୭ ଜଣ ଯାତ୍ରୀ ନିଖୋଜ ରହିଛନ୍ତି । ସେମାନଙ୍କ ମଧ୍ୟରେ ଦ୍ରୁବିର ସର୍କଲ ଅଫିସର ମଧ୍ୟ ସାମିଲ ରହିଛନ୍ତି । ନିଖୋଜଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ସମସ୍ତ ପ୍ରକାର ଚେଷ୍ଟା ଚଳାଇଛନ୍ତି ।

ତେବେ ଅଘଟଣ ସମୟର ଭିଡିଓ ମଧ୍ୟ ମୋବାଇଲ କ୍ୟାମେରାରେ କଏଦ ହୋଇଛି (several missing in boat capsized)। ପ୍ରତ୍ୟେକ୍ଷଦର୍ଶୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଉକ୍ତ ଦେଶୀ ଡଙ୍ଗାରେ ସଂଖ୍ୟାଧିକ ଯାତ୍ରୀଙ୍କ ସହ 10ଟି ମୋଟରସାଇକେଲ ମଧ୍ୟ ଥିଲା । ପ୍ରଥମେ 15 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ମଧ୍ୟ ସୂଚନା ମିଳିଥିଲା । ନିଖୋଜଙ୍କ ମଧ୍ୟରେ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ଥିବା କୁହାଯାଉଛି । ପ୍ରଶାସନିକ ଅଧିକାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 29, 2022, 4:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.