ETV Bharat / state

ଓଡିଶାରେ ନୂତନ BSF ଆଇଜି, ଛତିଶଗଡ଼ୀ ନକ୍ସଲ ଦମନ ମୂଳଲକ୍ଷ୍ୟ

author img

By ETV Bharat Odisha Team

Published : Jan 3, 2024, 10:33 PM IST

ଓଡିଶାରେ ଯୋଗଦେଲେ ନୂତନ BSF ଆଇଜି, ଛତିଶଗଡ଼ୀ ନକ୍ସଲ ଦମନ ମୂଳଲକ୍ଷ୍ୟ
ଓଡିଶାରେ ଯୋଗଦେଲେ ନୂତନ BSF ଆଇଜି, ଛତିଶଗଡ଼ୀ ନକ୍ସଲ ଦମନ ମୂଳଲକ୍ଷ୍ୟ

New Joined BSF IG in Odisha : ଓଡିଶାରେ ଯୋଗଦେଲେ ନୂତନ BSF ଆଇଜି କୈଳାଶ ଚନ୍ଦ୍ର ଜଟ । ଜାମ୍ମୁ କାଶ୍ମୀରରେ ମିଲିଟାରି ତାଲିମ ଓ ଅପରେସନର ରହିଛି ଅଭିଜ୍ଞତା । ଅଧିକ ପଢନ୍ତୁ

ଭୁବନେଶ୍ବର : ଓଡିଶାରେ ଯୋଗଦେଲେ ନୂତନ BSF ଆଇଜି । ପୁର୍ବତନ ବିଏସଏଫ ଆଇଜି ଡି କେ ଶର୍ମା ଙ୍କ ସ୍ଥାନରେ ଏବେ ଯୋଗଦେଇଛନ୍ତି କୈଳାଶ ଚନ୍ଦ୍ର ଜଟ । ତାଙ୍କର ଜାମ୍ମୁ କାଶ୍ମୀରରେ ମିଲିଟାରି ତାଲିମ ଓ ଅପରେସନର ଅଭିଜ୍ଞତା ରହିଛି । ତେଣୁ ଖୁବଶୀଘ୍ର ନକ୍ସଲ ଦମନ ନେଇ ହେବ ବଡଧରଣର ପ୍ଲାନ । କାରଣ ଅଧିକାଂଶ ଓଡ଼ିଶା ରେ ଆକ୍ଟିଭ ଥିବା ମାଓବାଦୀଙ୍କୁ ଛତିଶଗଡ ରେ ତାଲିମ ଦିଆଯାଉଛି । ଏନେଇ ଛତିଶଗଡର ବିଶେଷ କରି ଛତିଶଗଡ଼ରେ ନକ୍ସଲ ନିପାତ ପାଇଁ କେନ୍ଦ୍ର ସରକାରଙ୍କ ବଡ ଅପରେସନ ଯୋଜନା କରିଛନ୍ତି ।

ମାଓବାଦୀ ଙ୍କ ଅଭେଦ୍ୟ ଦୁର୍ଗ ଛତିଶଗଡର ଅବୁଝମଦ ଜଙ୍ଗଲରେ ନକ୍ସଲଙ୍କୁ ସମ୍ପୂର୍ଣ ମୂଳପୋଛ କରିବାକୁ ଖୁବ୍ ଶୀଘ୍ର ବଡଧରଣର ଅପରେସନ ହେବାକୁ ଯାଉଛି । ୨୦୧୩ ରେ ମାଲକାନଗିରିରେ ୪ ୟୁନିଟ ଫୋର୍ସ ମୁତୟନ କରି ସୀମାନ୍ତ ଓ ଦୁର୍ଗମ ଅଞ୍ଚଳରେ ଥିବା ଗାଁ ମାନଙ୍କରେ ନକ୍ସଲଦମନ ଅଭିଯାନ ଜାରି ରହିଥିଲା । ଫଳରେ ଗତ ତିନିବର୍ଷ ହେବ ଆଉ ମାଲକାନଗିରି ଆଉ ନକ୍ସଲ ଗତିବିଧି ନଜର ଆସିନାହିଁ ବୋଲି ପୁର୍ବତନ ବିଏସଏଫ ଆଇଜି ଡି କେ ଶର୍ମା କହିଥିଲେ ।

ଏହା ମଧ୍ୟ ପଢନ୍ତୁ ... ରାଜ୍ୟରେ ମାଓ ସଂଗଠନ ଶେଷ ନିଶ୍ୱାସ ନେଉଛି: ବିଏସଏଫ ଆଇଜି

ସୂଚନାଯୋଗ୍ୟ ଯେ ଓଡ଼ିଶାରେ ଏବେ ୮ ଟି ବାଟାଲିୟନ ବିଏସଏଫ ନକ୍ସଲ ମୁକାବିଲା ପାଇଁ କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଆଦି ଜିଲ୍ଲାରେ ମୁତୟନ ରହିଛନ୍ତି । ୨୦୨୪ରେ ବାଲିଗୁଡାରେ ଏକ ଟେକ ହେଡକ୍ବାଟର ପାଇଁ ଯୋଜନା ରହିଛି । BSF ର ନାରାୟଣପୁର ରେ ଛ ଗୋଟି ଅପରେଟିଂ ବେସ୍ ଖୋଲିବାକୁ ନିର୍ଦ୍ଦେଶ ରହିଛି । ତେଣୁ ରାଜ୍ୟରେ ନକ୍ସଲ ମୁକାବିଲା ରେ ନିୟୋଜିତ କମାଣ୍ଡୋ ଫୋର୍ସ ମିଳିତ ଭାବେ ଅପରେଶନରେ ସାମିଲ କରିବାକୁ ବିଚାର ବିମର୍ଶ ହେଉଛି ।

କାରଣ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ 4ହଜାର ବର୍ଗ କିଲୋମିଟର ର ଅବୁଝମଦ ଜଙ୍ଗଲରେ 35 ହଜାର ଆଦିବାସୀ , 237 ଟି ଗ୍ରାମ ରେ ରହିଛନ୍ତି । ସେଠାରେ CPIM ସେଣ୍ଟ୍ରାଲ କମିଟି ପଲିଟ ବ୍ୟୁରୋର ଦବ ଦବା ରହିଛି । ଛତିଶଗଡ଼, ଆନ୍ଧ୍ର , ଓଡ଼ିଆ ନକ୍ସଲ ଙ୍କୁ ବସ୍ତର ଅଞ୍ଚଳରେ ସେଠାରେ ପ୍ରଶିକ୍ଷଣ ଦିଆଯାଉଛି । ଏବେ ଦଣ୍ଡକାରଣ୍ୟ ସ୍ପେଶଲ୍ ଜୋନାଲ କମିଟି ରେ ପ୍ରାୟ 9ସହ ମାଓବାଦୀ ଆକ୍ଟିଭ ରହିଛନ୍ତି । ତେଣୁ ନକ୍ସଲ ଅପରେସନ ନେଇ ଜୋରଦାର ପ୍ଲାନ୍ ସହ ସମନ୍ବୟ କରିବାକୁ ସହ ଆଗକୁ ଓଡ଼ିଶାରେ ସାଧାରଣ ନିର୍ବାଚନ ବେଳେ ନକ୍ସଲ ଗତିବିଧି ଉପରେ ନଜର‌ ରଖିବା ବିଏସଏଫ ପାଇ ଚ୍ୟାଲେଞ୍ଜି ହେବ ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.