ETV Bharat / state

Coromandel Express Accident: 20ରୁ ଊର୍ଦ୍ଧ୍ବ ଟ୍ରେନ ବାତିଲ

author img

By

Published : Jun 3, 2023, 7:18 AM IST

Coromandel Express Accident
Coromandel Express Accident

ବାହାନଗା ରେଳ ଷ୍ଟେସନରେ ଭୟଙ୍କର ଟ୍ରେନ ଦୁର୍ଘଟଣା । 20ରୁ ଊର୍ଦ୍ଧ୍ବ ଟ୍ରେନକୁ ବାତିଲ ହୋଇଥିବା ବେଳେ କିଛି ଟ୍ରେନର ଦିଗ ପରିବର୍ତ୍ତନ କରାଯାଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ବାହାନଗା ରେଳ ଷ୍ଟେସନରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟଣା । ସମୟ ଗଡିବା ସାଙ୍ଗକୁ ବଢି ଚାଲିଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ମୃତ୍ୟୁ ସଂଖ୍ୟା 233 ପାର କରିଥିବା ବେଳେ ଆହତ ସଂଖ୍ୟା 900ରୁ ଊର୍ଦ୍ଧ୍ବ ରହିଛି । ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ, ଏନଡିଆରଏଫ, ବାୟୁସେନା ଓ ସ୍ଥଳ ସେନାର କର୍ମଚାରୀ ନିୟୋଜତି ଅଛନ୍ତି । ଟ୍ରେନ ଦୁର୍ଘଟଣା ପରେ 20ରୁ ଊର୍ଦ୍ଧ୍ବ ଟ୍ରେନକୁ ବାତିଲ କରି ଦିଆଯାଇଛି । ଏହା ସହ ଅନେକ ଟ୍ରେନର ଦିଗ ପରିବର୍ତ୍ତନ କରାଯାଇଛି । ନଜର ପକାନ୍ତୁ କେଉ କେଉଁ ଟ୍ରେନ ବାତିଲ ହୋଇଛି ।

ବାତିଲ ଟ୍ରେନ: ହାୱଡା ପୁରୀ ଏକ୍ସପ୍ରେସ, ହାୱଡା ସାଲିମାର ଟର୍ମିନାଲ୍ ଏକ୍ସପ୍ରେସ, ହାୱଡା-ଚେନ୍ନାଇ ଟ୍ରେନ, ଶାଲିମାର -ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ, ଶାଲିମାର-ସମ୍ବଲପୁର ଏକ୍ସପ୍ରେସମ୍ ସାନ୍ତ୍ରାଗାଚି- ପୁରୀ ଏକ୍ସପ୍ରେସ, ଦୁରୋନ୍ତ ଏକ୍ସପ୍ରେସ। ଭୁବନେଶ୍ୱର ହାୱଡା ଜନ ଶତାବ୍ଦୀ ଏକ୍ସପ୍ରେସ, ହାୱଡାରୁ ଭୁବନେଶ୍ୱର ଜନ ଶତାବ୍ଦୀ ଏକ୍ସପ୍ରେସ, ପୁରୀ- ହାୱଡ଼ା ଶତାବ୍ଦୀ ଏକ୍ସପ୍ରେସ । ହାୱଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ, ପୁରୀ- ଶାଲିମାର ଧଉଲି ଏକ୍ସପ୍ରେସ । ଶାଲିମାର ପୁରୀ ଧଉଳି ଏକ୍ସପ୍ରେସ। ପୁରୀ-ବାଙ୍ଗିରିପୋସି, ବାଙ୍ଗିରିପୋସି -ପୁରୀ ଏକ୍ସପ୍ରେସ, ପୁରୀ- ସାନ୍ତ୍ରାଗାଚି ସ୍ପେଶାଲ ଟ୍ରେନ, ଚେନ୍ନାଇରୁ ଚେନ୍ନାଇ- ଶାଲିମାର କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗାଲୁରୁ-ଗୁଆହାଟି ଏକ୍ସପ୍ରେସ ବାତିଲ ।

ଏହା ମଧ୍ୟ ପଢନ୍ତୁ-Coromandel Express Accident: କାହିଁକି ଘଟିଲା ଦୁର୍ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ରେଳମନ୍ତ୍ରୀ

ଟାଟାନଗର ମାଧ୍ୟମରେ ଟ୍ରେନର ବିଭାଜନ: ସାନ୍ତ୍ରାଗାଚି-ଚେନ୍ନାଇ ଏକ୍ସପ୍ରେସ, ଦିଗା-ବିଶାଖାପାଟନମ୍ ଏକ୍ସପ୍ରେସ, ଶାଲିମାର-ପୁରୀ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ, ହାୱଡା- ମହୀଶୂର ଏକ୍ସପ୍ରେସ, ନୂଆଦିଲ୍ଲୀ -ପୁରୀ ପୁରୋଷୋତ୍ତମ୍ ଏକ୍ସପ୍ରେସ ଟାଟା, କେନ୍ଦୁଝର ରୋଡ ଦେଇ ଚଳାଚଳ କରିବ । ହୃଷିକେଶରୁ ହୃଷିକେଶ -ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଟାଟା-କେନ୍ଦୁଝର ରୋଡ଼ ଦେଇ ଚାଲିବ । ପୁରୀରୁ ନନ୍ଦନକାନନ ଏକ୍ସପ୍ରେସ ଜାଖାପୁରା-ଜାରୋଲି ଦେଇ ଚାଲିବ । ଜଲେଶ୍ୱର-ପୁରୀ ସ୍ପେଶାଲ୍ ଜଳେଶ୍ୱର ପରିବର୍ତ୍ତେ ଭଦ୍ରକରୁ ଚାଲିବ ।

ମିଳିଥିବା ସୂଚନା ଅନୁୟାୟୀ, ଗତକାଲି ବାଲେଶ୍ୱର ବାହାନଗା ନିକଟରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଗସ୍ତ ହୋଇଥିବା । ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ମାଲବାହୀ ଟ୍ରେନ ଓ ବେଙ୍ଗାଲୁରୁ ହାୱଡା ଦୂରାନ୍ତ ଏକ୍ସପ୍ରେସ ମଧ୍ୟରେ ଧକ୍କା ହୋଇଥିଲା । ପ୍ରଥମେ କରମଣ୍ଡଳ ଏକ୍ସପ୍ରେସ ମାଲବାହୀ ଟ୍ରେନକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇ ଏହାର ବଗି ବିପରିତ ଟ୍ରାକରେ ପଡିଯାଇଥିଲା । ଠିକ୍ ଏହି ସମୟରେ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ ଆସି କରମଣ୍ଡଳକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 233 ପାର କରିଛି । ଅନ୍ୟପଟେ ଆହତଙ୍କ ସଂଖ୍ୟା 900ରୁ ଉର୍ଦ୍ଧ୍ବ ରହିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.