ETV Bharat / state

Weather update: ୪୮ ଘଣ୍ଟାରେ ଚଳିତ ମୌସୁମୀର ପ୍ରତ୍ୟାବର୍ତ୍ତନ, ଆଗକୁ ବଢିବ ତାତି

author img

By ETV Bharat Odisha Team

Published : Oct 9, 2023, 6:15 PM IST

ଆସନ୍ତା ୪୮ ଘଣ୍ଟାରେ ଚଳିତ ମୌସୁମୀର ପ୍ରତ୍ୟାବର୍ତ୍ତନ । ଆଗକୁ ତାତି ବଢିବା ନେଇ ପାଣିପାଗ ବିଭାଗର ଆକଳନ । ଅଧିକ ପଢନ୍ତୁ

Weather update
Weather update

Weather update: ୪୮ ଘଣ୍ଟାରେ ଚଳିତ ମୌସୁମୀର ପ୍ରତ୍ୟାବର୍ତ୍ତନ, ଆଗକୁ ବଢିବ ତାତି

ଭୁବନେଶ୍ବର: କମିଲା ବର୍ଷା । ଆଗକୁ ଖାଲି ବଢିବ ତାତି । ଅକ୍ଟୋବର ମାସ ସାରା ରାଜ୍ କରିବ ତାତି । ରେଡ୍ ମାର୍କରେ ରହିଛି ଓଡ଼ିଶା । ସ୍ବାଭାବିକଠାରୁ ୨ ରୁ ୩ ଡିଗ୍ରୀ ଉପରେ ରହିବ ପାରଦ । ଗୋଟିଏ ପଟେ ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଓଡ଼ିଶାରୁ ମୌସୁମୀ ଫେରିଯିବା ପାଇଁ ପାଗ ଅନୁକୂଳ ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଓଡ଼ିଶାକୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ବଢିଥିବା ବେଳେ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ କମିଛି । ଫଳରେ ଆଜି ଠାରୁ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରୁ ମୌସୁମୀ ବିଦାୟ ନେଇଛି । ଚଳିତ ବର୍ଷ ଜୁନ ୨୨ରେ ଓଡ଼ିଶା ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ୮ ଦିନ ବିଳମ୍ବରେ ଆସିଥିଲେ ମଧ୍ୟ ୫ ଦିନ ପୂର୍ବରୁ ଫେରିବା ଆରମ୍ଭ କରିଛି ମୌସୁମୀ । ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ସ୍ବାଭାବିକ ସମୟ ଅକ୍ଟୋବର ୧୫ ତାରିଖ ।

ଏହା ବି ପଢନ୍ତୁ- Weather update: ଫେରୁଛି ମୌସୁମୀ, କମିବ ବର୍ଷାର ପ୍ରଭାବ

ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ମୌସୁମୀ ରାଜସ୍ଥାନ, ଗୁଜୁରାଟ, ହରିୟାଣା, ପଞ୍ଜାବ ସମେତ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଜମ୍ମୁ-କାଶ୍ମୀରର କେତେକ ଅଞ୍ଚଳରୁ ସମ୍ପୂର୍ଣ୍ଣ ରୂପରେ ଅପସାରଣ ହୋଇଛି । ଆଗାମୀ ୨ରୁ ତିନି ଦିନ ମଧ୍ୟରେ ବିହାର, ପଶ୍ଚିମବଙ୍ଗ, ଛତିଶଗଡ ଅଞ୍ଚଳରୁ ଫେରିବା ନେଇ ପାଗ ଅନୁକୂଳ ରହିଛି । ମୌସୁମୀ ଫେରିବା ପରେ ରାଜ୍ୟରେ ଉପରମୁହାଁ ହୋଇଛି ପାରଦ । ଆଜି ଅଧିକାଂଶ ଜିଲ୍ଲାରେ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ ଉପରେ ରହିଥିବା ବେଳେ ଗରମରେ ଅସ୍ତବ୍ୟସ୍ତ ହେଉଛନ୍ତି ଲୋକେ ।

ଅନ୍ୟପଟେ ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ବର୍ଷାକୁ ନେଇ କୌଣସି ସତର୍କ ସୂଚନା ନାହିଁ । ଏହି କ୍ରମରେ ଆସନ୍ତା ୩ଦିନି ଧରି ରାଜ୍ୟରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବା ସହ ଧୀରେ ଧୀରେ ବଢୁଛି ରାଜ୍ୟର ତାପମାତ୍ରା । ଗୁଳୁଗୁଳି ମଧ୍ୟ ଜାରି ରହିବ । ପରେ ପୁଣି ୧୨ରୁ ରାଜ୍ୟର କିଛି ଅଞ୍ଚଳ ଯେପରିକି କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ଗତ ରାଜ୍ୟର କିଛି ଜିଲ୍ଲା ଯେପରିକି କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବର, ସୁନ୍ଦରଗଡ଼, ଗଜପତି ଓ ଗଞ୍ଜାମରେ ବିଜୁଳି ଘଡଘଡି ସହ ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜର କରଞ୍ଜିଆରେ ସର୍ବାଧିକ ୩୨.୦୦ ମିମି ବର୍ଷା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.