ETV Bharat / state

Mission 2024: ଶରତଙ୍କ ନେତୃତ୍ୱରେ ଲଢିବ କଂଗ୍ରେସ, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ AICC

author img

By

Published : Dec 23, 2022, 6:24 PM IST

ପିସିସି ସଭାପତି ଶରତ ପଟ୍ଟନାୟକ
ପିସିସି ସଭାପତି ଶରତ ପଟ୍ଟନାୟକ

ପିସିସି ସଭାପତି ଶରତ ପଟ୍ଟନାୟକ (Odisha Pradesh Congress Committee Sarat Patnaik) ଙ୍କ ନେତୃତ୍ବରେ 2024 ନିର୍ବାଚନ ଲଢିବ କଂଗ୍ରେସ । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବେ ତାହା ଦଳ ଘୋଷଣା କରିବ ବୋଲି କହିଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା । ଅଧିକ ପଢନ୍ତୁ

ମିଶନ 2024, ଶରତଙ୍କ ନେତୃତ୍ବରେ ଲଢିବ କଂଗ୍ରେସ, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ AICC

ଭୁବନେଶ୍ବର: ପିସିସି ସଭାପତି ଶରତ ପଟ୍ଟନାୟକ (Odisha Pradesh Congress Committee Sarat Patnaik) ଙ୍କ ନେତୃତ୍ବରେ 2024 ନିର୍ବାଚନ ଲଢିବ କଂଗ୍ରେସ । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବେ ତାହା ଦଳ ଘୋଷଣା କରିବ । କିନ୍ତୁ ଶରତଙ୍କ ନେତୃତ୍ବରେ ଲଢିବ ଦଳ । 9 ରୁ 90 ଲକ୍ଷ୍ୟ ହାସଲ ପାଇଁ ନୂଆବର୍ଷରୁ ନୂଆ ରଣନୀତି ସହ ମୈଦାନକୁ ଓହ୍ଲାଇବ କଂଗ୍ରେସ । କ୍ଷମତା ଦଖଲ ପାଇଁ ପୁରା ରଣନୀତି ସହ ଲଢିବ ଦଳ । ଦଳର ସବୁ ନେତା ଏକ ହୋଇ ବିଜେପି ବିଜେଡି ବିରୋଧରେ ଲଢିବେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିକୁ ମୁଦ୍ଦା କରି ନିର୍ବାଚନ ଲଢିବ ଦଳ । ଆଜି ଏହି ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।

ସାଲୁଜା କହିଛନ୍ତି, ‘‘ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଦଳ 2024 ନିର୍ବାଚନ ଲଢିବ । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ସେ ଘୋଷଣା କେନ୍ଦ୍ର ନେତୃତ୍ବ କରିବ । କିନ୍ତୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ମୁଦ୍ଦା କରି ଦଳ ନିର୍ବାଚନୀ ବୈତରଣୀ ପାର ହେବ ।’’

ଏହାବି ପଢନ୍ତୁ- ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ହେବେ ଧର୍ମେନ୍ଦ୍ର ପ୍ରଧାନ, ନିର୍ବାଚନ ଆଗରୁ ଘୋଷଣା କରିବ ଦଳ !

ଚର୍ଚ୍ଚା ହେଉଥିଲା ବ୍ରଜରାଜନଗର ଉପ ନିର୍ବାଚନରେ ଦ୍ବିତୀୟ ସ୍ଥାନରେ ରହିଥିବା କଂଗ୍ରେସ ଧାମନଗର ଏବଂ ପଦମପୁର ଉପ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ । କିନ୍ତୁ ସେମିତି କିଛି ହେଲା ନାହିଁ । ଧାମନଗରରେ କଂଗ୍ରେସ ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଥିବା ବେଳେ ପଦମପୁରରେ ଅମାନତ ଉଡିଗଲା । ମାତ୍ର 3ହଜାର ଭୋଟ ପାଇଲା ଦଳ । ଚର୍ଚ୍ଚା ଏହା ମଧ୍ୟ ଏହା ହେଲା ଯେ କଂଗ୍ରେସ ଭୋଟ ବିକ୍ରି ହୋଇଯାଇଛି । କଣ ଏହା ପଛର କାରଣ । ତାର ତର୍ଜମା କରୁଛି ଦଳ । ଏହି ସବୁ ଭିତରେ ଏବେ ଦଳ 2024 ନିର୍ବାଚନ ପ୍ରସ୍ତୁତିରେ ଲାଗିଛି ।

ଏହାବି ପଢନ୍ତୁ- Sikkim Road Accident: ଖାଇକୁ ଖସିଲା ସେନା ଗାଡ଼ି, ୧୬ ଯବାନ ଶହୀଦ, ପ୍ରତିରକ୍ଷା ମନ୍ତ୍ରୀଙ୍କ ଶୋକ ପ୍ରକାଶ

ପୂର୍ବରୁ ପିସିସି ସଭାପତି କହିସାରିଛନ୍ତି 2024ରେ କଂଗ୍ରେସର ମିଶନ ହେଲା 9ରୁ 90 ଆସନ । କିନ୍ତୁ ରାଜନୈତିକ ସମୀକ୍ଷକଙ୍କ ମତରେ କଂଗ୍ରେସ କ୍ରମାଗତ ଭାବେ ନୈରାଶ୍ୟଜନକ ପ୍ରଦର୍ଶନ କରିଚାଲିଛି । ପଦମପୁର ଫଳାଫଳ ଆସିବା ପରେ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ତୃତୀୟ ସ୍ଥାନରେ ଲୋକେ କଂଗ୍ରେସକୁ ରଖିବାକୁ ଚାହୁଁଥିଲେ । 2024ରେ କଂଗ୍ରେସର ଲକ୍ଷ୍ୟ ଅସମ୍ଭବ ପରି ମନେହେଉଛି । ଏଥିପାଇଁ ଦାୟୀ କଂଗ୍ରେସ ନେତୃବୃନ୍ଦ । ଦଳ ଭିତରେ ଗୋଷ୍ଠୀ କନ୍ଦଳ ଏହା ପଛର ମୁଖ୍ୟ କାରଣ ବୋଲି କୁହାଯାଉଛି । ଏଥିସହ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଓଡ଼ିଶା ପ୍ରତି ଅବହେଳା ମଧ୍ୟ ଆଉ ଏକ କାରଣ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ପ୍ରସନ୍ନ ମହାନ୍ତି ।

ଏହାବି ପଢନ୍ତୁ- Rehman Khan Wedding: ୩ୟ ବିବାହ କଲେ ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ

ସୂଚନାଯୋଗ୍ୟଯେ 2019 ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ପରେ ରାଜ୍ୟରେ ପରବର୍ତ୍ତି ସମୟରେ ହୋଇଥିବା ଉପ ନିର୍ବାଚନ ଗୁଡିକରେ ମଧ୍ୟ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ସାଂଗଠନିକ ସ୍ତରରେ ଦଳ ମଜଭୁତ ନରହିବା, ସାଂଗଠନିକ ନେତୃତ୍ବକୁ ନମାନିବା ଆଦି କାରଣ କଂଗ୍ରେସକୁ ପରଜୟର ଦ୍ବାରଦେଶକୁ ଠେଲି ଦେଉଛି । ଏବେ ଦେଖିବାର କଥା ସଭାପତି ଦଳକୁ ସଜାଡି, ମତଭେଦକୁ ଦୂର କରି ନୂଆ ବର୍ଷରୁ କିଭଳି ନିର୍ବାଚନ ପାଇଁ ପ୍ରସ୍ତୁତି ରଣନୀତି କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.