ବାଲୁକା ଚିତ୍ରକଳାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ - PM MODI SAND ART

By ETV Bharat Odisha Team

Published : May 19, 2024, 10:15 PM IST

thumbnail
ବାଲୁକା ଚିତ୍ରକଳାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ (ETV Bharat Odisha)

WELCOME TO PM MODI IN SAND ART: ପୁରୀ: ବାଲୁକା କଳାରେ ମୋଦିଙ୍କୁ ସ୍ବାଗତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି (ସୋମବାର) ସକାଳେ ପୁରୀରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିବେ । ପରେ ବଡ଼ଦାଣ୍ଡରେ ଏକ ରୋଡ ସୋ କରିବେ । ତେବେ ପୁରୀକୁ ପ୍ରଧାନମନ୍ତ୍ରୀଙ୍କ ଆଗମନକୁ ନେଇ ଲୋକଙ୍କ ଭିତରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ଓ ତାଙ୍କୁ ଅଭିବାଦନ କରିବାକୁ ଲୋକମାନେ ଅପେକ୍ଷାରେ ଅଛନ୍ତି । ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଏକ ବାଲୁକା ଚିତ୍ର କଳା ମାଧ୍ୟମରେ ସ୍ଵାଗତ ଜଣାଇଛନ୍ତି । ପୁରୀ ନିଳାଦ୍ରୀ ବେଳାଭୂମିରେ ଏହି ସୁନ୍ଦର ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଲୁକା ଚିତ୍ରକଳାରେ ପ୍ରଭୁ ଜଗନ୍ନାଥଙ୍କୁ ପ୍ରଧାନମନ୍ତ୍ରୀ ପ୍ରଣାମ କରୁଥିବା ଦୃଶ୍ୟକୁ ସ୍ଥାନ ଦେଇଛନ୍ତି । ବାଲୁକା ଚିତ୍ରକଳାଟି ବେଶ ଚମତ୍କାର ହୋଇଛି । ଏହାକୁ ଦେଖିବାକୁ ନୀଳାଦ୍ରି ବିଚରେ ଶହ ଶହ ପର୍ଯ୍ୟଟକଙ୍କ ଭିଡ ହୋଇଥଲା । 

ଏହା ମଧ୍ୟ ପଢନ୍ତୁ.....ବାଲୁକା ଚିତ୍ରକଳାରେ ମତଦାନ ପାଇଁ ସଚେତନତା ବାର୍ତ୍ତା - Voting Awareness

ତେବେ ପୁରୀ ଗସ୍ତରେ ପ୍ରଧାନମନ୍ତ୍ରୀ ଆସିବା ଆମ ପାଇଁ ବେଶ୍ ଖୁସି ଓ ଗର୍ବର ବିଷୟ ବୋଲି ସୁଦର୍ଶନ ପଟ୍ଟନାୟକ କହିଛନ୍ତି । ସାରା ବିଶ୍ଵରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଶ୍ ଲୋକପ୍ରିୟ । ତାଙ୍କ ଝଲକ ଟିକିଏ ପାଇବା ପାଇଁ ଲୋକମାନେ ଅପେକ୍ଷାରେ ରହିଛନ୍ତି । ପ୍ରଧାନମନ୍ତ୍ରୀ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ବେଶ୍ ଖୁସିର ବିଷୟ ବୋଲି ସୁଦର୍ଶନ ପଟ୍ଟନାୟକ କହିଛନ୍ତି । ତେବେ ବାଲୁକା 2ହଜାର ଦୀପକୁ ସ୍ଥାନ ଦେଇଛନ୍ତି ସେ । ସୁଦର୍ଶନ କହିଛନ୍ତି ଆମ ଘରକୁ କେହି ଆସିଲେ ଆମେ ଦୀପରେ ସ୍ଵାଗତ କରିଥାଉ । ଏଣୁ ବାଲୁକା ଚିତ୍ରକଳାରେ 2 ହଜାର ଦୀପକୁ ସ୍ଥାନ ଦିଆଯାଇଛି ।

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.