ବାଲୁକା ଚିତ୍ରକଳାରେ ମତଦାନ ପାଇଁ ସଚେତନତା ବାର୍ତ୍ତା - Voting Awareness

By ETV Bharat Odisha Team

Published : Apr 19, 2024, 7:03 PM IST

thumbnail
()

Voting Awareness Through Sand Art ପୁରୀ: ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଇଛି । ଆଗାମୀ ଦିନରେ ପର୍ଯ୍ୟାୟ କ୍ରମେ ସାରା ଦେଶରେ ବିଭିନ୍ନ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଭୋଟରଙ୍କୁ ମତଦାନ କରିବା ପାଇଁ ସଚେତନତାର ବାର୍ତ୍ତା ଦେଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନୀଳାଦ୍ରି ବିଚ୍‌ରେ ଏକ ସୁନ୍ଦର ବାଲୁକା ଚିତ୍ରକଳା ତିଆରି କରିଛନ୍ତି ସୁଦର୍ଶନ । ସମସ୍ତେ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇ ନିଜ ଅଧିକାର ତଥା ମତଦାନ କରିବାକୁ ସୁଦର୍ଶନ ତାଙ୍କ ବାଲୁକା କଳାରେ ବାର୍ତ୍ତା ଦେଇଛନ୍ତି । ବିଶେଷ କରି ଯୁବପିଢ଼ିଙ୍କୁ ଏହି ମତଦାନ ପ୍ରକ୍ରିୟାରେ ସାମିଲ ହେବାକୁ ସୁଦର୍ଶନ ଅନୁରୋଧ କରିଛନ୍ତି । ସୁଦର୍ଶନ ତାଙ୍କ ବାଲୁକାକଳାରେ "ଚୁନାବ କା ପର୍ବ ଦେଶ କା ଗର୍ବ" ଏବଂ "I VOTE FOR SURE"ର ବାର୍ତ୍ତା ଦେଇ ସମସ୍ତଙ୍କୁ ସଚେତନ କରିଛନ୍ତି । ତେବେ ଏହି ଆକର୍ଷଣୀୟ ବାଲୁକାକଳାକୁ ଦେଖିବା ପାଇଁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ...ବାଲୁକାକଳାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.