ବିରାଟ୍ ଶୋଭାଯାତ୍ରାରେ ଆସି ନାମାନଙ୍କ ଭରିଲେ ଦୁର୍ଗା - DURGA PRASAD PADHI FILES NOMINATION

By ETV Bharat Odisha Team

Published : May 2, 2024, 10:31 PM IST

thumbnail
ବିରାଟ୍ ଶୋଭାଯାତ୍ରାରେ ଆସି ନାମାନଙ୍କ ଭରିଲେ ଦୁର୍ଗା (ETV BHARAT ODISHA)

DURGA PRASAD FILE NOMINATION: ସମ୍ବଲପୁର: ଆଜି ସମ୍ବଲପୁର ବିଧାନସଭାର କଂଗ୍ରେସ ପ୍ରାର୍ଥୀ ଦୁର୍ଗା ପ୍ରସାଦ ପାଢ଼ୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଚଳିତ ସାଧାରଣ ନିର୍ବାଚନ ପାଇଁ ଦୁର୍ଗାଙ୍କୁ କଂଗ୍ରେସ ସମ୍ବଲପୁର ବିଧାନସଭା ପାଇଁ ପ୍ରାର୍ଥୀ କରିଛି । ସେ ଆଜି ସମ୍ବଲପୁର ବାଲିବନ୍ଧା ସ୍ଥିତ ସୋମନାଥ ବାବାଙ୍କ ଆଶୀର୍ବାଦ ନେଇ ନିଜର ଶହ ଶହ ସମର୍ଥକଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରାରେ ବାଲିବାନ୍ଧଠାରୁ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଭରିଥିଲେ । ଏହି ଶୋଭାଯାତ୍ରାରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନ ଓ ରେଢ଼ାଖୋଲୋ ବିଧାନସଭା କଂଗ୍ରେସ ପ୍ରାର୍ଥୀ ଆସଫ ଅଲ୍ଲୀ ଖାନଙ୍କ ସହ ଦଳର ବହୁ ବରିଷ୍ଠ ନେତାମାନେ ଉପସ୍ଥିତ ରହିଥିଲେ । ସେ ଉପଜିଲ୍ଲାପାଳଙ୍କ ଠାରେ 4ଟି ସେଟ୍ ନାମାଙ୍କନ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । 

ଏହା ମଧ୍ୟ ପଢନ୍ତୁ....କାମାକ୍ଷାନଗରରେ ନାମାଙ୍କନ ଭରିଲେ କଂଗ୍ରେସ ଓ ବିଜେପି ବିଧାୟକ ପ୍ରାର୍ଥୀ

ଏହି ଅବସରରେ ସେ କହିଛନ୍ତି ଯେ, ଏବେ ଲୋକେ ପରିବର୍ତ୍ତନ କରିବା ପାଇଁ ମନସ୍ଥ କରିସାରିଛନ୍ତି । 24 ବର୍ଷ ଧରି ରହିଥିବା ବିଜେଡି ସରକାରରେ ଲୋକଙ୍କ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ହୋଇ ପାରିନାହିଁ । ଆମେ ଏହି ସବୁ ମୁଦ୍ଦା ନେଇ ଲୋକଙ୍କ ପାଖକୁ ଯିବୁ । ଆମ ସହିତ ଲୋକଙ୍କ ସମର୍ଥନ ରହିଛି । ଆମେ ନିଶ୍ଚିତ ଭାବେ ଜିତିବୁ ।



ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.