ETV Bharat / health

ଗୋଟିଏ ଦିନରେ କେତେ କପ୍‌ ଚା ଓ କଫି ପିଇବା ଉଚିତ୍ ? ଜାଣନ୍ତି କି - ICMR Report On Tea

author img

By ETV Bharat Odisha Team

Published : May 19, 2024, 8:58 PM IST

ICMR Advices For Tea And Coffee Lovers: ଗୋଟିଏ ଦିନରେ ଜଣେ ବ୍ୟକ୍ତି କେତେ କପ୍‌ ଚା କିମ୍ବା କଫି ପିଇବା ଉଚିତ । ଆଇସିଏମ୍ଆର ଏକ ରିପୋର୍ଟରେ ତାହା ପ୍ରକାଶ କରିଛି । ଅଧିକ ପଢ଼ନ୍ତୁ

ଗୋଟିଏ ଦିନରେ କେତେ କପ୍‌ ଚା ଓ କଫି ପିଇବା ଉଚିତ
ଗୋଟିଏ ଦିନରେ କେତେ କପ୍‌ ଚା ଓ କଫି ପିଇବା ଉଚିତ (ETV Bharat Odisha)

ହାଇଦ୍ରାବାଦ: ଭାରତ ଏମିତି ଏକ ଦେଶ ଯେଉଁଠି ଚା’ ଏବଂ କଫି ପ୍ରେମୀଙ୍କ ଅଭାବ ନାହିଁ । ପ୍ରାୟତଃ ଆମେ ଯେତେବେଳେ କେଉଁ ବନ୍ଧୁ ବାନ୍ଧବଙ୍କ ଘରକୁ ଯାଆନ୍ତି, ଅତିଥି ଚର୍ଚ୍ଚା ଚା କିମ୍ବା କଫିରୁ ଆରମ୍ଭ ହୋଇଥାଏ । ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନଙ୍କ ଦିନ କପେ ଚା କିମ୍ବା କଫିରୁ ଆରମ୍ଭ ହୁଏ । ତେବେ ଆପଣମାନେ କେବେ ଭାବିଛନ୍ତି କି ? ଜଣେ ବ୍ୟକ୍ତ ଗୋଟିଏ ଦିନରେ କେତେ ପରିମାଣର ଚା କିମ୍ବା କଫି ପିଇବା ଉିଚିତ ?

ତେବେ ଗୋଟିଏ ଦିନରେ କେତେ ଚା’ କିମ୍ବା କଫି ପିଇବା ଉଚିତ୍ ତାହା ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ତାର ରିପୋର୍ଟରେ ପ୍ରକାଶ କରିଛି । ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁଟ୍ରିସନ୍ (NIN)ର ସହଯୋଗରେ ଆଇସିଏମ୍ଆର ଏକ ରିପୋର୍ଟ ପ୍ରକାଶ କରିଛି ଯେ, କୌଣସି ବ୍ୟକ୍ତି ଚା ଓ କଫିର ଅତ୍ୟଧିକ ବ୍ୟବହାରରୁ ଦୂରେଇ ରହିବା ଉଚିତ୍ । କାରଣ ଚା ଓ କଫିରେ କଫିନ୍ ଥାଏ । ଯାହା ଶରୀରରେ ଅତ୍ୟଧିକ ପରିମାଣ ହେଲେ ସ୍ବସ୍ଥ୍ୟ ପାଇଁ କ୍ଷତିକାରକ ।

ଆଇସିଏମଆର ରିପୋର୍ଟ ଅନୁସାରେ, କଫିନ୍‌ର ଅତ୍ୟଧିକ ବ୍ୟବହାର ଶରୀରର ସ୍ନାୟୁ ପ୍ରଣାଳୀ ଉପରେ ପ୍ରଭାବ ପକାଇଥାଏ । ଯଦି କେହି ଚା’ କିମ୍ବା କଫି ପିଇବାରେ ଅଭ୍ୟସ୍ତ ହୋଇଯାଆନ୍ତି ତେବେ ଯଥା ସମ୍ଭବ ଏହାଠାରୁ ଦୂରେଇ ରହିବା ଉଚିତ । କାରଣ ଏଥିରେ ଥିବା କଫିନ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ଆଇସିଏମଆର କହିଛି ଯେ, ଚା କିମ୍ବା କଫି ଅତ୍ୟଧିକ ପିଉଥିଲେ ଏଥିରୁ ଦୂରେଇ ରହିବା ଉଚିତ୍ । ତେବେ ଆପଣମାନଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, ଜଣେ ବ୍ୟକ୍ତି କେତେ ଚା ପିଇବା ଉଚିତ୍‌ ? ଆସନ୍ତୁ ଜାଣିବା ।

ଗୋଟିଏ ଦିନରେ କେତେ କପ୍‌ ଚା ଓ କଫି ପିଇବା ଉଚିତ
ଗୋଟିଏ ଦିନରେ କେତେ କପ୍‌ ଚା ଓ କଫି ପିଇବା ଉଚିତ (Getty Images)

ସ୍ବାସ୍ଥ୍ୟ ପାଇଁ ଗୋଟିଏ ଦିନରେ କେତେ କଫିନ୍ ଭଲ?

ଆଇସିଏମଆର ରିପୋର୍ଟ ଅନୁଯାୟୀ, 150 ମିଲିଲିଟର କପ୍ ବ୍ରୁଡ୍ କଫିରେ 80ରୁ 120 ମିଲିଗ୍ରାମ କଫିନ୍ ଥିବାବେଳେ ଇନଷ୍ଟାଣ୍ଟ କଫିରେ 50ରୁ 65 ମିଲିଗ୍ରାମ କଫିନ୍ ଥାଏ । ଚା’ ବିଷୟରେ କହିବାକୁ ଗଲେ, ଗୋଟିଏ କପ୍ ଚା'ରେ ପ୍ରାୟ 30ରୁ 65 ମିଲିଗ୍ରାମ କଫିନ ଥାଏ । ଆଇସିଏମଆର ରିପୋର୍ଟରେ ଦର୍ଶାଯାଇଛି ଯେ, ଜଣେ ବ୍ୟକ୍ତି ଦିନକୁ 300 ମିଲିଗ୍ରାମ କଫିନରୁ ଅଧିକ କଫିନ ଗ୍ରହଣ କଲେ ତାହା ଶରୀରରେ ସମସ୍ୟା ସୃଷ୍ଟି କରିପାରେ । ତେଣୁ ଗୋଟିଏ ଦିନରେ ଜଣେ ବ୍ୟକ୍ତି ଅଢେଇ କପ୍ ବ୍ରେଡ୍ କଫି ଓ ସାଢେ 4 କପ୍ ଇନଷ୍ଟାଣ୍ଟ କଫି ପିଇ ପାରିବେ । ସେହିପରି ପ୍ରାୟ ସାଢେ 4 କପ୍ ଚା ପିଇପାରିବେ । କିନ୍ତୁ ଏହାଠାରୁ ଅଧିକ ଚା କିମ୍ବା କଫି ଖାଇବା ଦ୍ୱାରା କାହା ପାଇଁ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ।

ଗୋଟିଏ ଦିନରେ କେତେ କପ୍‌ ଚା ଓ କଫି ପିଇବା ଉଚିତ
ଗୋଟିଏ ଦିନରେ କେତେ କପ୍‌ ଚା ଓ କଫି ପିଇବା ଉଚିତ (Getty Images)

ଏହା ମଧ୍ୟ ପଢ଼ନ୍ତୁ...ଖାଇବା ପରେ ବା ପୂର୍ବରୁ ଚା'-କଫି ପିଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ - ICMR Instruction To Avoid Tea

ଖାଦ୍ୟ ଏବଂ ଚା ଓ କଫି ମଧ୍ୟରେ ରଖନ୍ତୁ ବ୍ୟବଧାନ:

ଚା' ଏବଂ କଫିରେ କଫିନ୍ ଏବଂ ଟେନିନ୍ ଥାଏ । କଫିନ ସେଣ୍ଟ୍ରାଲ ସ୍ନାୟୁ ପ୍ରଣାଳୀରେ ଏବଂ ଖାଦ୍ୟର ଆଇରନ ଉପରେ ଟେନିନ୍ ଉପରେ ଅଧିକ ପ୍ରଭାବ ପକାଇଥାଏ । ଟେନିନ୍ ଖାଇବା ସମୟରେ ଖାଦ୍ୟରେ ଥିବା ଆଇରନର ପରିମାଣକୁ ହ୍ରାସ କରିଥାଏ । ଏହି ଆଇରନ ଶରୀରରେ ପ୍ରୋଟିନ୍ ହେମୋଗ୍ଲୋବିନ୍ ତିଆରି କରିଥାଏ । ଏହା ସମଗ୍ର ଶରୀରକୁ ଅମ୍ଳଜାନ ଯୋଗାଇବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏଣୁ ଏହାକୁ ପିଇଲେ ଉପସ୍ଥିତ ଥିବା ଟେନିନ୍‌ ଗୁଡ଼ିକରେ ଆଇରନ ଅବଶୋଷଣ ପ୍ରକ୍ରିୟାରେ ବାଧା ସୃଷ୍ଟି ହେବାର ଆଶଙ୍କା ଥାଏ, ତେଣୁ ଭୋଜନ ପୂର୍ବରୁ ଏବଂ ପରେ ଚା' କଫି ନ ପିଇବାକୁ ପରାମର୍ଶ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.