ETV Bharat / state

ମିଲେଟ ମ୍ୟାଜିକ, ଲୋକଙ୍କୁ ଟାଣୁଛି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ଖାଦ୍ୟ

author img

By

Published : May 21, 2023, 8:35 PM IST

ରାଜ୍ୟରେ ମିଲେଟକୁ ପ୍ରୋତ୍ସାହିତ କରିବା ପାଇଁ ଫୁଡ୍ ଫେଷ୍ଟିଭାଲ କରାଯାଇଥିଲା । ପ୍ରସ୍ତୁତି ହୋଇଛି ମିଲେଟରେ ଭଳିକି ଭଳି ଖାଦ୍ୟ । ଅଧିକ ପଢ଼ନ୍ତୁ

ଫୁଡ୍ ଫେଷ୍ଟିଭାଲ
ଫୁଡ୍ ଫେଷ୍ଟିଭାଲ

ମିଲେଟରେ ପ୍ରସ୍ତୁତ ଭଳିକି ଭିଳି ସ୍ବାସ୍ଥ କର ଖାଦ୍ୟ କରୁଛି ଲୋକଙ୍କୁ ଆକର୍ଷଣ

ଭୁବନେଶ୍ଵର: ମିଲେଟର ମ୍ୟାଜିକ । ଲୋକଙ୍କ ମଧ୍ୟରେ ଉତ୍ସାହ ବଢାଇବା ପାଇଁ ପ୍ରସ୍ତୁତ ହୋଇଛି ଭଳିକି ଭଳି ମେଲେଟ ଖାଦ୍ୟ । ଭୁବନେଶ୍ଵର ଓଡ଼ିଶା ମିଲେଟ ମିଶନ ପ୍ରତିଷ୍ଠିତ ରେସ୍ତୋରାଁ ମାଇକେଲସ କିଚେନ ସହ ଭାଗୀତାରେ ଅନ୍ତର୍ଜାତୀୟ ମିଲେଟ ବର୍ଷ ୨୦୨୩ ପରିପ୍ରେକ୍ଷୀରେ ମିଲେଟ ଫୁଡ ଫେଷ୍ଟିଭାଲ ଆୟୋଜନ ହୋଇଥିଲା । ମଇ ୫ ତାରିଖରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଏହି ଫୁଡ୍ ଫେଷ୍ଟିଭାଲ । ତେବେ ଏହି ୧୫ ଦିନ ବ୍ୟାପି ଏହି ଫେଷ୍ଟିଭାଲରେ ମିଲେଟକୁ ମୁଖ୍ୟ ଉପାଦାନ ଭାବରେ ବ୍ୟବହାର କରି ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ଖାଦ୍ୟ ପ୍ରସ୍ତୁତ କରାଯାଇଛି ।

ଏହା ବି ପଢନ୍ତୁ 2000ନୋଟ ବଦଳାଇବା ଲାଗି ଆବଶ୍ୟକ ନାହିଁ ପରିଚୟ ପତ୍ର: SBI

ରେସ୍ତୋରାଁ ପରିଚାଳନା ଏବଂ ମିଲେଟରୁ ନୂଆ ନୂଆ ଡିସେସ୍ ଓ ଫୁଡ୍‌ ଆଇଟମ୍ସ ତିଆରି କରିବା ବିଷୟରେ ଉପଯୋଗୀ ଜ୍ଞାନ ଦିଆଯାଇଥିଲା । ନିଜର ବ୍ୟବସାୟିକ ବୁଦ୍ଧି ଓ ପରିଚାଳନାର ବିକାଶ ପାଇଁ ଉତ୍ସୁକ ୩୦ରୁ ଊର୍ଦ୍ଧ୍ବ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ । ସେମାନେ ବିଭିନ୍ନ ମିଲେଟର ବ୍ୟବହାର ଖାଦ୍ୟ ଆଦି ପ୍ରସ୍ତୁତ କରିବା ସହ ନୂଆନୂଆ ଖାଦ୍ୟ ପ୍ରଣାଳୀ ଆଦି ପ୍ରସ୍ତୁତ କରିବା ଜ୍ଞାନ ମଧ୍ୟ ନେଇଥିଲେ । ମିଲେଟ କିଭଳି ଭାବରେ ଲୋକମାନଙ୍କ ପକ୍ଷରେ ପହଞ୍ଚିବ ସେନେଇ ଅନେକ ମହିଳାମାନେ ଏଥିରେ ସାମିଲ ହୋଇଛନ୍ତି ।

ସେଫ ମାଇକେଲ କହିଛନ୍ତି ,‘‘ମିଲେଟରେ କିଭଳି ଭାବରେ ଖାଦ୍ୟ ତିଆରି ହୋଇ ପାରିବ ? ଖାଦ୍ୟର କିଭଳି ଟେଷ୍ଟ ରହିବ ? ଏନେଇ ସମସ୍ତଙ୍କୁ ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ଏହି ଫୁଡ୍ ଫେଷ୍ଟିଭାଲ କରାଯାଇଛି । ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ଥରୀୟ ଖାଦ୍ୟକୁ ଧ୍ୟାନରେ ରଖାଯାଇ ପ୍ରସ୍ତୁତ କରାଯାଇଛି । ଏଥିରେ ଗୁପଚୁପ ଠାରୁ ଆରମ୍ଭ କରି ଚାଓମିନ, ବିରିୟାନୀ, ବର୍ଗର, ପିଜା ସମେତ ଚାଇନିଜ ଖାଦ୍ୟ ମଧ୍ୟ ମିଲେଟରୁ ପ୍ରସ୍ତୁତ ହୋଇଛି । ତେବେ ମିଲେଟରେ ପ୍ରସ୍ତୁତ ଖାଦ୍ୟ ତିଆରି ଶିଖିବା ଜାଣିବା ପାଇଁ ଅନେକ ଗୃହିଣୀଙ୍କୁ ଆକୃଷ୍ଟ କରିଥିଲା ।

ଓଡିଶା ମିଲେଟ ମିଶନର ଯଏଣ୍ଟ ଡାଇରେକ୍ଟର ସୈଳେନ୍ଦ୍ର ମହାନ୍ତି କହିଛନ୍ତି, "ରାଜ୍ୟ ସରକାର ମିଲେଟକୁ ନେଇ ଅନେକ ପଦକ୍ଷେପ ନେଉଛନ୍ତି । ସେଫ୍ ମାଇକେଲ ଏହାକୁ ପ୍ରତ୍ୟେକଟି ଗୃହିଣୀଙ୍କ ମନରେ ମିଲେଟକୁ ନେଇ ଏକ ସଚେତନତା ସହ କିଭଳି ପ୍ରସ୍ତୁତ କରାଯିବ । ଏହାର ଟେଷ୍ଟ କଣ ସମସ୍ତ କାର୍ଯ୍ୟକୁ ଗୁରୁତ୍ଵ ଦେଇଛନ୍ତି । ଯାହା ଫଳରେ ସମସ୍ତେ ମିଲେଟ୍ସକୁ ଅଧିକ ଗୁରୁତ୍ଵ ଦେଇପାରିବେ ।’’

ଇଟିଭି ଭାରତ, ଭୁବନେଶ୍ଵର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.