ETV Bharat / business

2000ନୋଟ ବଦଳାଇବା ଲାଗି ଆବଶ୍ୟକ ନାହିଁ ପରିଚୟ ପତ୍ର: SBI

author img

By

Published : May 21, 2023, 6:13 PM IST

ବ୍ୟାଙ୍କରେ 2000 ଟଙ୍କିଆ ନୋଟ ବଦଳାଇବା ଲାଗି ଆବଶ୍ୟକ ନାହିଁ କୌଣସି ପରିଚୟ ପତ୍ର। ଏ ନେଇ ଆଜି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଅଧିକ ପଢନ୍ତୁ

exchange of Rs 2,000 notes
exchange of Rs 2,000 notes

ନୂଆଦିଲ୍ଲୀ: ଆସନ୍ତା 23 ତାରିଖଠାରୁ ବ୍ୟାଙ୍କରେ ଆରମ୍ଭ ହେବ 2000 ଟଙ୍କିଆ ନୋଟ ବଦଳାଇବା ପ୍ରକ୍ରିୟା । ଲୋକେ ନିଜ ଅଞ୍ଚଳର ନିକଟସ୍ଥ ବ୍ୟାଙ୍କକୁ ଯାଇ ଏହି ନୋଟ ବଦଳାଇପାରିବେ । ତେବେ ଜଣେ ବ୍ୟକ୍ତି ଥରକେ 20 ହଜାର ପର୍ଯ୍ୟନ୍ତ ନୋଟ ବଦଳାଇପାରିବେ । ତେବେ ଏଥିଲାଗି କୌଣସି ପରିଚୟ ପତ୍ରର ଆବଶ୍ୟକତା ନାହିଁ ବୋଲି ଆଜି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହାସହିତ ଲୋକଙ୍କୁ କୌଣସି ଫର୍ମ ଭରିବାର ବି ଆବଶ୍ୟକତା ନାହିଁ ବୋଲି ବ୍ୟାଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

SBI
ଆଜି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ପକ୍ଷରୁ ଜାରି ହୋଇଥିବା ନୋଟିସ

ଆଜି SBI ପକ୍ଷରୁ କୁହାଯାଇଛି ଯେ 2000 ଟଙ୍କିଆ ନୋଟ ବଦଳାଇବା ଲାଗି ବ୍ୟାଙ୍କକୁ କୌଣସି ପରିଚୟ ପତ୍ର ଦେବାର ଆବଶ୍ୟକ ନାହିଁ କି କୌଣସି ଫର୍ମ ଭରିବାର ମଧ୍ୟ ଦରକାର ନାହିଁ। 20 ହଜାର ଟଙ୍କା ପର୍ଯ୍ୟନ୍ତ ଖୁବ ସହଜରେ ଲୋକେ 2000 ଟଙ୍କିଆ ନୋଟ ବଦଳାଇପାରିବେ । ଆସନ୍ତା 23 ତାରିଖଠାରୁ ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ ଲୋକେ 2000 ଟଙ୍କିଆ ନୋଟ ବଦଳାଇପାରିବେ । ଏହା ବଦଳରେ ବ୍ୟାଙ୍କରୁ ସେମାନେ 100, 200 କିମ୍ବା 500 ନୋଟ ଆଣିପାରିବେ । ହେଲେ ବ୍ୟାଙ୍କର ଡିପୋଜିଟ ନେଇ ଥିବା ଅନ୍ୟ ନିୟମକୁ ପାଳନ କରାଯିବ।

ଏହା ବି ପଢନ୍ତୁ- RBIର ବଡ ଘୋଷଣା: କାରବାରରୁ ବାଦ ପଡିବ 2000 ଟଙ୍କିଆ ନୋଟ, 30 ସେପ୍ଟେମ୍ବର ସୁଦ୍ଧା ବଦଳାଇ ହେବ

ଯେଉଁ ଲୋକ ଗ୍ରାମାଞ୍ଚଳରେ ରହୁଛନ୍ତି ସେମାନେ ବିଜନେସ୍‌ କରେସପେଣ୍ଡେଣ୍ଟଙ୍କ ନିକଟରେ 2000 ଟଙ୍କିଆ ନୋଟ ବଦଳାଇ ପାରିବେ। ହେଲେ ଏଠାରେ କେବଳ 4ହଜାର ଟଙ୍କା ପର୍ଯ୍ୟନ୍ତ ନୋଟ୍‌ ବଦଳାଇବାକୁ ଅନୁମତି ରହିଛି । ବିଜ୍‌ନେସ୍‌ କରେସପେଣ୍ଡେଣ୍ଟ ଗ୍ରାମାଞ୍ଚଳରେ ବ୍ୟାଙ୍କ ପରି କାର୍ଯ୍ୟ କରିଥାଏ । ଏମାନେ ଲୋକଙ୍କୁ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ଲାଗି ସାହାଯ୍ୟ କରିଥାନ୍ତି । ଏହାସହିତ ନେଣଦେଣରେ ମଧ୍ୟ ସାହାଯ୍ୟ କରିଥାଏ । RBIର ସାରା ଦେଶରେ 19ଟି ସ୍ଥାନରେ ଆଞ୍ଚଳିକ କାର୍ଯ୍ୟାଳୟ ରହିଛି । ଯେପରିକି ଅହମ୍ମଦାବାଦ, ବେଙ୍ଗାଲୁରୁ, ବେଲାପୁର, ଭୋପାଳ, ଭୁବନେଶ୍ବର, ଚଣ୍ଡିଗଡ଼, ଚେନ୍ନାଇ, ଗୌହାଟି, ହାଇଦ୍ରାବାଦ, ଜୟପୁର, ଜମ୍ମୁ, କାନପୁର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ପାଟନା ଓ ଥିରୁଅନନ୍ତପୁରମ । ଏଠାରେ ମଧ୍ୟ ନୋଟ ବଦଳାଇହେବ ।

ଏହା ବି ପଢନ୍ତୁ- RBI 2000 Note News: ଖଣ୍ଡିଏ ୨୦୦୦ ଟଙ୍କିଆ ନୋଟ ଛାପିବାରେ କେତେ ଖର୍ଚ୍ଚ ହୁଏ ?

ସୂଚନା ଥାଉ କି 'କ୍ଲିନ୍‌ ନୋଟ୍‌ ପିଲିସି' ମାଧ୍ୟମରେ ବଜାରରୁ 2000 ଟଙ୍କିଆ ନୋଟ ହଟାଇବା ଲାଗି ଆରବିଆଇ ନିଷ୍ପତ୍ତି ନେଇଛି । ଏହି ନୀତି ମାଧ୍ୟମରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଧୀରେଧୀରେ ଏହି ନୋଟ ହଟାଇବ । ସେପଟେ ଗତ କିଛି ବର୍ଷ ଧରି ବଜାରରେ ୨୦୦୦ ଟଙ୍କିଆ ନୋଟର ଅଭାବ ପରିଲକ୍ଷିତ ହେଉଥିଲା । ଆର୍ଥିକ ବର୍ଷ ୨୦୧୯-୨୦, ୨୦୨୦-୨୧ ଓ ୨୦୨୧-୨୨ ପରଠାରୁ ୨୦୦୦ ଟଙ୍କିଆ ନୋଟ ଛପା ଉପରେ ମଧ୍ୟ ରୋକ ଲଗାଇଯାଇଥିଲା । ଏଥିଲାଗି ବଜାରରେ ନୋଟର ଅଭାବ ଦେଖିବାକୁ ମିଳିଥିଲା । 2016 ମସିହା ବିମୁଦ୍ରୀକରଣ ପରେ ଏହି 2000 ଟଙ୍କିଆ ନୋଟର ବଜାର ପ୍ରବେଶ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.