ETV Bharat / bharat

RBIର ବଡ ଘୋଷଣା: କାରବାରରୁ ବାଦ ପଡିବ 2000 ଟଙ୍କିଆ ନୋଟ, 30 ସେପ୍ଟେମ୍ବର ସୁଦ୍ଧା ବଦଳାଇ ହେବ

author img

By

Published : May 19, 2023, 7:11 PM IST

Updated : May 19, 2023, 8:12 PM IST

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ବଡ଼ ଘୋଷଣା । ୨୦୦୦ ହଜାର ନୋଟକୁ ମାର୍କେଟରୁ ଫେରାଇନେବାକୁ ଘୋଷଣା । ଅଧିକ ପଢନ୍ତୁ

2000 currency note
2000 currency note

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ବଡ଼ ଘୋଷଣା । ୨୦୦୦ ହଜାର ଟଙ୍କିଆ ନୋଟକୁ ଖୁବଶୀଘ୍ର ମାର୍କେଟରୁ ଫେରାଇନେବାକୁ କଲା ଘୋଷଣା । ୨୦୦୦ ଟଙ୍କିଆ ନୋଟ ଜାରି ନ କରିବା ଲାଗି ମଧ୍ୟ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ଆରବିଆଇ । ବର୍ତ୍ତମାନ ମାର୍କେଟରେ ଥିବା 2000 ଟଙ୍କିଆ ନୋଟକୁ 23 ମେ’ ଆସନ୍ତା ମଙ୍ଗଳବାର ଠାରୁ 30 ସେପ୍ଟେମ୍ବର 2023 ପର୍ଯ୍ୟନ୍ତ ବ୍ୟାଙ୍କରେ ବଦଳାଇ ହେବ। ୩୦ ସେପ୍ଟେମ୍ବର ପରେ ମଧ୍ୟ କିନ୍ତୁ ୨୦୦୦ ଟଙ୍କିଆ ନୋଟର ଲିଗାଲ ଟେଣ୍ଡର ଜାରି ରହିବ । ଅର୍ଥାତ ଏହା ସମ୍ପୂର୍ଣ୍ଣ ଭାବେ ଅଚଳ ହେବ ନାହିଁ।

RBIର ବଡ଼ ଘୋଷଣା, ଆଉ ଆସିବନି ୨୦୦୦ ନୋଟ୍‌
RBIର ବଡ଼ ଘୋଷଣା, ଆଉ ଆସିବନି ୨୦୦୦ ନୋଟ୍‌

୨୦୦୦ ଟଙ୍କିଆ ଅଚଳ ନେଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ କ୍ଲିନ ନୋଟ ପଲିସି ଅନୁସାରେ ନିଷ୍ପତ୍ତି ନେଇଛି । ଆସନ୍ତା ୨୩ ତାରିଖ (ମଙ୍ଗଳବାର) ଠାରୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ସାରା ଦେଶରେ ଥିବା ୧୯ ଟି ଆଞ୍ଚଳିକ କାର୍ଯ୍ୟାଳୟ ସମେତ ଅନ୍ୟ ବ୍ୟାଙ୍କ ଗୁଡ଼ିକରେ ୨୦୦୦ ଟିଙ୍କିଆ ନୋଟକୁ ବଦଳାଇ ହେବ । ଆଗକୁ ୨୦୦୦ ଟଙ୍କିଆ ନୋଟ ଅଚଳ ହେବାକୁ ଥିବାରୁ ସମସ୍ତ ବ୍ୟାଙ୍କ ଗୁଡ଼ିକୁ ଏହାର ଜାରିକୁ ବନ୍ଦ କରିବା ଲାଗି RBI ନିର୍ଦ୍ଦେଶ ଦେଇଛି । ଲୋକେ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟକୁ ବ୍ୟାଙ୍କରେ ଏକ୍ସଚେଞ୍ଜ ତଥା ବଦଳାଇ ପାରିବେ। ଜଣେ ବ୍ୟକ୍ତି ଏକାଥରେ 20 ହଜାର ଟଙ୍କା ବ୍ୟାଙ୍କରେ ବଦଳାଇ ପାରିବେ ।

ବିମୁଦ୍ରିକରଣ ପରେ ଆରମ୍ଭ ହୋଇଥିଲା ପ୍ରଚଳନ:- ସୂଚନା ଥାଉ କି ୨୦୧୬ ମସିହାରେ ବିମୁଦ୍ରୀକରଣ ପରେ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ଆରମ୍ଭ ହୋଇଥିଲା । ଗତ ୨୦୧୮-୧୯ରୁ ୨୦୦୦ ଟଙ୍କିଆ ନୋଟ ଛାପା ବନ୍ଦ ହୋଇଥିଲା । ଏନେଇ ଆରବିଆଇ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ ସୂଚନା ଦିଆଯାଇଛି । ଏହି ନିର୍ଦ୍ଦେଶ ପରେ ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ ବଦଳାଇବା ନେଇ ଭିଡ଼ ପରିଲକ୍ଷିତକୁ ଦୃଷ୍ଟିରେ ରଖି ଆରବିଆଇ ଏକ ନିର୍ଦ୍ଦିଷ୍ଟ ଗାଇଡଲାଇନ ଜାରି କରିଛନ୍ତି । ଜଣେ ବ୍ୟକ୍ତି ଏକା ଥରକେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ ବଦଳାଇପାରିବେ । ମେ ୨୩ ତାରିଖଠାରୁ ଏହି ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହେବ ।

୨୦୧୮ରୁ ବନ୍ଦ ରହିଛି ଥିଲା ମୁଦ୍ରଣ:- ସେପଟେ ଗତ କିଛି ବର୍ଷ ଧରି ବଜାରରେ ୨୦୦୦ ଟଙ୍କିଆ ନୋଟର ଅଭାବ ପରିଲକ୍ଷିତ ହେଉଥିଲା । ଏପରିକି ATMରୁ ମଧ୍ୟ ଏହି ନୋଟ ବାହାରୁନଥିଲା । ଏ ନେଇ ସରକାର ସଂସଦରେ ମଧ୍ୟ ସୂଚନା ଦେଇଥିଲେ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ନିଜ ବାର୍ଷିକ ରିପୋର୍ଟରେ ୨୦୦୦ ଟଙ୍କିଆ ନୋଟକୁ ନେଇ ତଥ୍ୟ ଦେଇଛି । ଆର୍ଥିକ ବର୍ଷ ୨୦୧୯-୨୦, ୨୦୨୦-୨୧ ଓ ୨୦୨୧-୨୨ ପରଠାରୁ ୨୦୦୦ ଟଙ୍କିଆ ନୋଟ ଛପା ଉପରେ ମଧ୍ୟ ରୋକ ଲଗାଇଯାଇଥିଲା । ଏଥିଲାଗି ବଜାରରେ ନୋଟର ଅଭାବ ଦେଖିବାକୁ ମିଳିଥିଲା ।

RBIର ବଡ଼ ଘୋଷଣା, ଆଉ ଆସିବନି ୨୦୦୦ ନୋଟ୍‌
RBIର ବଡ଼ ଘୋଷଣା, ଆଉ ଆସିବନି ୨୦୦୦ ନୋଟ୍‌

ଏହା ବି ପଢନ୍ତୁ- Hindenburg Case: ଆଦାନୀ ଗ୍ରୁପକୁ ସୁପ୍ରିମକୋର୍ଟଙ୍କ ଏକ୍ସପର୍ଟ କମିଟିର କ୍ଲିନଚିଟ୍

ଗତ ୨୦୧୭-୨୮ ମସିହା ମଧ୍ୟରେ ସବୁଠୁ ଅଧିକ ୨୦୦୦ ଟଙ୍କିଆ ନୋଟ ପ୍ରଚଳିତ ହୋଇଥିଲା । ଏହି ସମୟରେ ବଜାରରେ ୩୩,୬୩୦ ଲକ୍ଷ ୨୦୦୦ ଟଙ୍କିଆ ପ୍ରଚଳିତ ହୋଇଥିଲା । ଏହାର ମୋଟ ମୂଲ୍ୟ ୬.୭୨ ଲକ୍ଷ କୋଟି । ୨୦୨୧ ମସିହାରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇ କହିଥିଲେ ଯେ ଗତ ୨ବର୍ଷ ଧରି ଗୋଟିଏ ବି ୨୦୦୦ ଟଙ୍କିଆ ନୋଟ ଛପା ଯାଇନାହିଁ । ଏହାର ଉତ୍ତର ରଖି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ATMରେ ୨୦୦୦ ଟଙ୍କିଆ ନୋଟ ଭର୍ତ୍ତି ଲାଗି RBIକୁ ସେପରି କୌଣସି ନିର୍ଦ୍ଦେଶ ରହିନାହିଁ । ଆରବିଆଇ ନିଜ ଆବଶ୍ୟକ ଅନୁସାରେ ନୋଟ ଛାପିଥାଏ ।

Last Updated : May 19, 2023, 8:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.