ETV Bharat / bharat

RBI 2000 Note News: ଖଣ୍ଡିଏ ୨୦୦୦ ଟଙ୍କିଆ ନୋଟ ଛାପିବାରେ କେତେ ଖର୍ଚ୍ଚ ହୁଏ ?

author img

By

Published : May 19, 2023, 11:01 PM IST

ଆପଣ ଜାଣନ୍ତି କି ଗୋଟିଏ ୨୦୦୦ ଟଙ୍କିଆ ନୋଟ ଛାପିବା ଲାଗି କେତେ ଟଙ୍କା ଖର୍ଚ୍ଚ ହୋଇଥାଏ ? RBI ଆଜିଠୁ ଏହି ନୋଟକୁ ବଜାରରୁ ହଟାଇବା ଲାଗି ନିର୍ଦ୍ଦେଶ ରହିଥିବା ବେଳେ ଏହାର ମୁଦ୍ରଣ ସମ୍ପର୍କରେ ଜାଣନ୍ତୁ କିଛି ତଥ୍ୟ । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ଦେଶବାସୀ ପୁଣି ଥରେ ବିମୁଦ୍ରୀକରଣର ସାମ୍ନା କରିଛନ୍ତି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଆଜି ବଜାରରୁ ୨୦୦୦ ଟଙ୍କିଆ ହଟାଇବା ଲାଗି ଘୋଷଣା କରିଛି । ଏହାସହିତ ବ୍ୟାଙ୍କଗୁଡିକୁ ଏହି ନୋଟର ପ୍ରଚଳନକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଛି । ମାତ୍ର ୨୦୦୦ ଟଙ୍କିଆ ନୋଟର ଲିଗାଲ ଟେଣ୍ଡର ବଳବତ୍ତର ରହିବ । ଆପଣଙ୍କ ନିକଟରେ ଯଦି ୨୦୦୦ ଟଙ୍କିଆ ନୋଟ ରହିଛି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଏହା ବଜାରରେ ଚଳିବ, ମାତ୍ର ଏହାର ମୁଦ୍ରଣ ଉପରେ ରୋକ ଲଗାଇଛି RBI । ହେଲେ ଆପଣ ଜାଣନ୍ତି କି ଖଣ୍ଡିଏ ୨୦୦୦ ଟଙ୍କିଆ ନୋଟ ଛାପିବା ଲାଗି କେତେ ଟଙ୍କା ଖର୍ଚ୍ଚ ହୁଏ । ଆଜି ଆମେ ସେ ବିଷୟରେ ଆଲୋଚନା କରିବା ।

ଆସନ୍ତା ୨୩ ତାରିଖଠାରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କରେ ଲୋକେ ୨୦୦୦ ଟଙ୍କିଆ ନୋଟ ବଦଳାଇପାରିବେ । ଏହାପରେ ଯଦି କିଛି ୨୦୦୦ ଟଙ୍କିଆ ନୋଟ ରହିଯାଉଛି, ତେବେ ତାହା ବଜାରରେ ପ୍ରଚଳିତ ହୋଇପାରିବ । ହେଲେ ଗତ କିଛି ବର୍ଷ ଧରି ବଜାରରେ ୨୦୦୦ ଟଙ୍କିଆ ନୋଟର ଅଭାବ ପରିଲକ୍ଷିତ ହେଉଥିଲା । ଏପରିକି ATMରୁ ମଧ୍ୟ ୨୦୦୦ ଟଙ୍କିଆ ନୋଟ ବାହାରୁନଥିଲା । ଏ ପ୍ରସଙ୍ଗ ସଂସଦରେ ମଧ୍ୟ ଉଠିଥିଲା । ତେବେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏହା ଉପରେ ପ୍ରତିକ୍ରିୟା ରଖି କହିଥିଲେ ଯେ ଆରବିଆଇ ନିଜ ଆବଶ୍ୟକ ମୁତାବକ ନୋଟ ଛାପିଥାଏ । କୌଣସି ATMରେ ୨୦୦୦ ଟଙ୍କିଆ ନୋଟ ଭର୍ତ୍ତ କରିବାର କୌଣସି ନିୟମ ନାହିଁ । ଆଜି ଏହି ଘୋଷଣା ସମୟରେ ଆରବିଆଇ ସ୍ପଷ୍ଟ କରିଛି ଯେ ଗତ ୨୦୧୮ ମସିହାରୁ ଏହାର ମୁଦ୍ରଣ ଉପରେ ରୋକ ଲଗାଯାଇଥିଲା ।

କେତେ ଟଙ୍କାରେ ଛପାଯାଏ ଖଣ୍ଡିଏ ୨୦୦୦ ଟଙ୍କିଆ ନୋଟ :- ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ ମୁଦ୍ରଣ ପ୍ରାଇଭେଟ ଲିମିଟେଡ (BRBNMPL) ଅନୁସାରେ ଖଣ୍ଡିଏ ୨୦୦୦ ଟଙ୍କିଆ ନୋଟ ଛାପିବା ଲାଗି ୩ ଟଙ୍କା ୫୪ ପଇସା ଖର୍ଚ୍ଚ ହୋଇଥାଏ । ସେହିପରି ଗୋଟିଏ ୫୦୦ ଟଙ୍କିଆ ନୋଟ ଛାପିବା ଲାଗି ୩ ଟଙ୍କା ୯ ପଇସା ଲାଗିଥାଏ । ୫୦୦ ଟଙ୍କିଆ ୧୦୦୦ଟି ନୋଟ ଛାପିବା ଲାଗି ୩୦୯୦ ଟଙ୍କା ଖର୍ଚ୍ଚ ହୋଇଥାଏ ।

୧୦୦୦ଟି ନୋଟ ଛାପିବା ଲାଗି ଖର୍ଚ୍ଚ ହୁଏ ଏତିକି:- BRBNMPL ଅନୁସାରେ ୧୦୦୦ ଖଣ୍ଡ ୨୦୦୦ ଟଙ୍କିଆ ନୋଟ ଛାପିବା ଲାଗି ଆରବିଆଇକୁ ୩୫୪୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । ପୂର୍ବରୁ ୧୦୦୦ ଟଙ୍କିଆ ନୋଟ ଛାପିବା ଲାଗି ଆରବିଆଇକୁ ଏତିକି ଖର୍ଚ୍ଚ କରିବାକୁ ପଡୁଥିଲା ।


ଏହା ବି ପଢନ୍ତୁ- RBIର ବଡ ଘୋଷଣା: କାରବାରରୁ ବାଦ ପଡିବ 2000 ଟଙ୍କିଆ ନୋଟ, 30 ସେପ୍ଟେମ୍ବର ସୁଦ୍ଧା ବଦଳାଇ ହେବ

ସୂଚନା ଥାଉ କି ଗତ କିଛି ବର୍ଷ ଧରି ବଜାରରେ ୨୦୦୦ ଟଙ୍କିଆ ନୋଟର ଅଭାବ ପରିଲକ୍ଷିତ ହେଉଥିଲା । ଏପରିକି ATMରୁ ମଧ୍ୟ ଏହି ନୋଟ ବାହାରୁନଥିଲା । ଏ ନେଇ ସରକାର ସଂସଦରେ ମଧ୍ୟ ସୂଚନା ଦେଇଥିଲେ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ନିଜ ବାର୍ଷିକ ରିପୋର୍ଟରେ ୨୦୦୦ ଟଙ୍କିଆ ନୋଟକୁ ନେଇ ତଥ୍ୟ ଦେଇଛି । ଆର୍ଥିକ ବର୍ଷ ୨୦୧୯-୨୦, ୨୦୨୦-୨୧ ଓ ୨୦୨୧-୨୨ ପରଠାରୁ ୨୦୦୦ ଟଙ୍କିଆ ନୋଟ ଛପା ଉପରେ ମଧ୍ୟ ରୋକ ଲଗାଇଯାଇଥିଲା । ଏଥିଲାଗି ବଜାରରେ ନୋଟର ଅଭାବ ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.