ETV Bharat / state

ହଟକେଶ୍ୱର ପୀଠରେ ମକର ମେଳା ମନା: ଗୁଆ ଖୋଜି ପାରିବେନି ମାନସିକଧାରୀ

author img

By

Published : Jan 13, 2022, 6:51 PM IST

Updated : Jan 13, 2022, 7:10 PM IST

ହଟକେଶ୍ୱର ପୀଠରେ ମକର ମେଳା ମନା : ଗୁଆ ଖୋଜି ପରିବେନି ମାନସିକଧାରୀ
ହଟକେଶ୍ୱର ପୀଠରେ ମକର ମେଳା ମନା : ଗୁଆ ଖୋଜି ପରିବେନି ମାନସିକଧାରୀ

ଦିନକ ପରେ ମକର ସଂକ୍ରାନ୍ତି । ହଟକେଶ୍ୱର ମନ୍ଦିରରେ ହେବନି ମେଳା । ଚଳିତବର୍ଷ ଗୁଆ ଖୋଜା ପର୍ବ ବନ୍ଦ । ଅଧିକ ପଢନ୍ତୁ

ଖୋର୍ଦ୍ଧା : ଦିନକ ପରେ ମକର ସଂକ୍ରାନ୍ତି । ହେଲେ କୋଭିଡ ପାଇଁ ଫିକା ପଡିବ ଏ ପାରମ୍ପରିକ ପର୍ବ । ପ୍ରତିଟି ହିନ୍ଦୁଙ୍କ ପାଇଁ ଏ ଦିନଟି ହେଉଛି ଗୁରୁତ୍ବପୂର୍ଣ୍ଣ ଦିନ। ଏ ଦିନ ଲୋକମାନେ ଭଗବାନଙ୍କୁ ଦର୍ଶନ କରିଥାନ୍ତି । ହେଲେ କୋରୋନା ପାଇଁ ବିଭିନ୍ନ ଦେବାଳୟରେ ଉପରେ କଟକଣା ଲଗାଇଛନ୍ତି ସରକାର । ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧାର ପ୍ରସିଦ୍ଧ ହଟ୍ଟକେଶ୍ଵର ଓ ଅଟ୍ରି ଉଷ୍ଣ ପ୍ରସବଣରେ ଆୟୋଜିତ ହୋଇଥାଏ ମକର ମେଳା ଓ ଗୁଆ ଖୋଜା ପର୍ବ ।

ହଟକେଶ୍ୱର ପୀଠରେ ମକର ମେଳା ମନା: ଗୁଆ ଖୋଜି ପାରିବେନି ମାନସିକଧାରୀ

ପ୍ରତିବର୍ଷ ମାନସିକଧାରୀମାନେ ମକର ମେଳାରେ ଉଷ୍ଣ ପ୍ରସବଣରୁ ଗୁଆ ଖୋଜିଥାନ୍ତି । ହେଲେ ଏଥର କୋଭିଡ ପାଇଁ କଟକଣା ଲାଗିଛି । ଏନେଇ ଆଜି( ଗୁରୁବାର) ବାଘମାରି ଥାନା ଅଧିକାରିଣୀ ହଟକେଶ୍ୱର ମନ୍ଦିରରେ ସେବାୟତଙ୍କ ସହ ଆଲୋଚନା କରି ଚଳିତବର୍ଷ ଗୁଆ ଖୋଜା ପର୍ବ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେପଟେ ଆଜି(ଗୁରୁବାର) ରାତିରୁ ହଟକେଶ୍ୱରଙ୍କ ପୀଠ ଓ ଅଟ୍ରି ଉଷ୍ମ ପ୍ରସବଣରେ ବ୍ୟାପକ ପୋଲିସ ମୁତୟନ କରାଯିବ ବୋଲି ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ତା, ଇଟିଭି ଭାରତ

Last Updated :Jan 13, 2022, 7:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.