ETV Bharat / state

ପ୍ରଶାନ୍ତ ଜଗଦେବଙ୍କ ପିଛା ଛାଡୁନି ବିବାଦ, ଆସିଲା କମ୍ପାନୀ ଜମି ଜବରଦଖଲ ଅଭିଯୋଗ

author img

By

Published : Sep 30, 2021, 10:57 PM IST

ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପିଚ୍ଛା ଛାଡୁନି ବିବାଦ, ଦବଙ୍ଗଗିରି ପରେ ଏବେ କମ୍ପାନୀ ଜମି ଜବରଦଖଲ ଅଭିଯୋଗ
ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପିଚ୍ଛା ଛାଡୁନି ବିବାଦ, ଦବଙ୍ଗଗିରି ପରେ ଏବେ କମ୍ପାନୀ ଜମି ଜବରଦଖଲ ଅଭିଯୋଗ

ଚିିଲିକାର ବିବାଦୀୟ ତଥା ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଦବଙ୍ଗଗିରିକୁ ନେଇ ଚର୍ଚ୍ଚା କମ ହୋଇ ନଥିବାବେଳେ ପୁଣି ଏବେ ଆସିଛି ଆଉ ଅଭିଯୋଗ । ଟାଙ୍ଗି ବ୍ଲକ ଚଣ୍ଡେଶ୍ବର ଥିବା ଓମଫେଡ କମ୍ପାନୀର ଜମି ଜବରଦଖଲ କରିଛନ୍ତି ବିଧାୟକଙ୍କ ସହଯୋଗୀ । ଅଭିଯୋଗ ପରେ ବି ଚୁପ ପ୍ରଶାସନ । ଅଧିକ ପଢନ୍ତୁ...

ଖୋର୍ଦ୍ଧା: ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପିଛା ଛାଡୁନି ବିବାଦ । ଅନେକ ବିବାଦ ଓ ସଙ୍ଗୀନ ଦଫାରେ ଛନ୍ଦି ହୋଇଥିବା ବିଧାୟକ ପ୍ରଶାନ୍ତଙ୍କ ନାଁରେ ଏବେ ଆଉ ଏକ ପୁରୁଣା ଅଭିଯୋଗର ଫର୍ଦ୍ଦ ପୁଣି ଖୋଲିଛନ୍ତି ଅଭିଯୋଗକାରୀ । ବେଗୁନିଆ, ମନମୁଣ୍ଡା ଓ ଭୁବନେଶ୍ବରରେ ନିଜ ଦାଦାଗିରିରେ ବିଧାୟକ ଲୋକଙ୍କୁ ଭୟଭୀତ କରି ରଖିଥିବା ଅଭିଯୋଗ ପୂର୍ବରୁ ଆସିସାରିଥିବାବେଳେ, ଏବେ ଜମି ମାଫିଆଙ୍କ ସହ ମିଶି ଓମଫେଡ ଜମିକୁ ନିଜ ଅକ୍ତିଆର କରିବାକୁ ମସୁଧା ଚଳାଇଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗ କରିଛନ୍ତି ଓମଫେଡ କମ୍ପାନୀର କର୍ମଚାରୀ ଓ ସ୍ଥାନୀୟ ଜନପ୍ରତିନିଧି ।

ପ୍ରଶାନ୍ତ ଜଗଦେବଙ୍କ ପିଛା ଛାଡୁନି ବିବାଦ, ଆସିଲା କମ୍ପାନୀ ଜମି ଜବରଦଖଲ ଅଭିଯୋଗ

ଅଭିଯୋଗ ଅନୁସାରେ,1985 ମସିହାରେ ଟାଙ୍ଗୀ ବ୍ଲକ ଚଣ୍ଡେଶ୍ବର ଓମଫେଡ ପ୍ଲାଣ୍ଟକୁ ସରକାର 16ନଂ ଜାତୀୟ ରାଜପଥ କଡରେ ପ୍ରତିଷ୍ଠା କରିଥିଲେ। ସରକାର ଏଥିପାଇଁ 2 ଏକର ଜାଗା ଯୋଗାଇ ଦେଇଥିବାବେଳେ 1988 ମସିହାରେ ଏହି ପ୍ଲାଣ୍ଟରେ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଚିଲିକା ବିଧାୟକ ଭାବେ ପ୍ରଶାନ୍ତ ଜଗଦେବ ନିର୍ବାଚିତ ହେବାପରେ ତାଙ୍କ ଲୋଲୁପ ଦୃଷ୍ଟି ପଡିଥିଲା ଏହି କମ୍ପାନୀ ଜମି ଉପରେ । 2 ଏକର ଜାଗାରୁ ଅଧା ଜାଗାରେ ପ୍ଲାଣ୍ଟ ଚାଲୁଥିବାବେଳେ ଆଉ ଅଧା ଜାଗା ଖାଲି ପଡିଥିଲା । ଏହି ଖାଲି ପଡିଥିବା ଅଧା ଜାଗାକୁ ଜୋର ଜବରଦସ୍ତ ବିଧାୟକ ଓ ତାଙ୍କ ସହଯୋଗୀ ଜମି ମାଫିଆମାନେ ଘର ନିର୍ମାଣ ଆରମ୍ଭ କରିଦେଇଥିଲେ ।

ଏନେଇ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି କମ୍ପାନୀର କର୍ମକର୍ତ୍ତା ଥାନା ଓ ପ୍ରଶାସନ ପାଖରେ ଏକାଧିକ ଥର ଅଭିଯୋଗ କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ ନଥିବାବେଳେ ଜବରଦଖଲରେ ଘର କାମ ଜାରି ରଖିଛନ୍ତି ବିଧାୟକଙ୍କ ସହଯୋଗୀ ।

ଏନେଇ ଅଭିଯୋଗକୁ ପୁୁଣିଥରେ ଉଠାଇଛନ୍ତି ପୂର୍ବତନ ସରପଞ୍ଚ ଏବଂ ପ୍ଲାଣ୍ଟ କର୍ମଚାରୀ । ଅନ୍ୟପଟେ ବିଧାୟକ ଓ ତାଙ୍କ ସହଯୋଗୀ ପ୍ଲାଣ୍ଟ କର୍ମଚାରୀଙ୍କୁ ଗାଳିଗୁଳଜ କରିଥିବା ଟାଙ୍ଗୀ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ଅଭିଯୋଗ ପାଇ ଚୁପ ବସିଥିବା ସଙ୍ଗୀନ ଅଭିଯୋଗ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.