ETV Bharat / state

ସାରୁଅ ଶିଳ୍ପାଞ୍ଚଳରେ ଶ୍ରମିକ ଅଶାନ୍ତି, ୧୪୪ ଧାରା ଜାରି କଲେ ଉପଜିଲ୍ଲାପାଳ

author img

By

Published : May 2, 2023, 8:51 PM IST

Sarua Industrial areas
Sarua Industrial areas

ବିଭିନ୍ନ ଦାବି ନେଇ ସାରୁଅ ଶିଳ୍ପାଞ୍ଚଳରେ ଶ୍ରମିକ ଅଶାନ୍ତି । ଏନେଇ ୧୪୪ ଧାରା ଜାରି କଲେ ଉପଜିଲ୍ଲାପାଳ । ଅଧିକ ପଢନ୍ତୁ

ସାରୁଅ ଶିଳ୍ପାଞ୍ଚଳରେ ଶ୍ରମିକ ଅଶାନ୍ତି

ଖୋର୍ଦ୍ଧା: ସାରୁଅ ଶିଳ୍ପାଞ୍ଚଳରେ ଥିବା ଲିଙ୍ଗରାଜ ପାଇପ୍ସ ପ୍ରାଇଭେଟ ଲିମିଟେଡରେ ଶ୍ରମିକ ଅଶାନ୍ତି । ଆଜି ସକାଳୁ ସକାଳୁ ଲିଙ୍ଗରାଜ ପାଇପ୍ସ ପ୍ରାଇଭେଟ ଲିମିଟେଡରେ ଶ୍ରମିକମାନଙ୍କ ଧାରଣା ଦେଖିବାକୁ ମିଳିଛି । ପ୍ରାୟ ୫୦ରୁ ଊର୍ଦ୍ଧ୍ବ ଶ୍ରମିକ ବିଭିନ୍ନ ଦାବି ନେଇ ସେମାନେ କମ୍ପାନୀ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି । କେନ୍ଦ୍ର ସରକାର ଶ୍ରମିକମାନଙ୍କ ପାଇଁ କରିଥିବା ନୀତି, ନିୟମକୁ କମ୍ପାନୀ କର୍ତ୍ତୃପକ୍ଷ ମାନୁନଥିବା ହୋଇଛି ଅଭିଯୋଗ । ଏହି ବିଶୃଙ୍ଖଳା ପରିସ୍ଥିତିକୁ ନେଇ ଉପଜିଲ୍ଲାପାଳ ଲିଙ୍ଗରାଜ ପାଇପ ଅଞ୍ଚଳରେ ୧୪୪ ଧାରା ଜାରି କରିଛନ୍ତି ।

ସେମାନଙ୍କ ଅଭିଯୋଗ ଅନୁଯାୟୀ, କେନ୍ଦ୍ର ସରକାର ଶ୍ରମିକମାନଙ୍କ ପାଇଁ କରିଥିବା ନୀତି, ନିୟମକୁ କମ୍ପାନୀ କର୍ତ୍ତୃପକ୍ଷ ମାନୁନାହାନ୍ତି । ଶ୍ରମିକମାନଙ୍କୁ କମ୍ପାନୀ ପକ୍ଷରୁ ଶୋଷଣ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଧାରଣା ଦେଇଥିବା ଶ୍ରମିକ। ପାରିଶ୍ରମିକ ବୃଦ୍ଧି କରୁନଥିବା ବେଳେ ପ୍ରୋଭିଡେଣ୍ଟ ଫଣ୍ଡ୍‌ ଜମା କରାଯାଉନାହିଁ । ନିୟମିତ ପାରିଶ୍ରମିକ, ପ୍ରୋଭିଡେଣ୍ଟ ଫଣ୍ଡ ଜମା, ESIର ସମସ୍ତ ସୁବିଧା ଯୋଗାଇଦେବା ସହ ସୁରକ୍ଷା ଉପକରଣ ଯୋଗାଇବା ସହ କାର୍ଯ୍ୟ ସମୟକୁ ୧୨ ଘଣ୍ଟା ବଦଳରେ ୮ ଘଣ୍ଟା କରିବାକୁ ଶ୍ରମିକମାନେ ଦାବି କରିଛନ୍ତି ।

ଏନେଇ କମ୍ପାନୀ ପକ୍ଷରୁ କୌଣସି ଅଧିକାରୀ ପହଞ୍ଚିନଥିବା ବେଳେ ଗତକାଲି ଶ୍ରମିକ ଦିବସରେ ଏହି କମ୍ପାନୀ ଆଲୋକ ଚୌହାନ ନାମକ ଜଣେ ଶ୍ରମିକ କାର୍ଯ୍ୟ ରେ ଲଗାଇ ଜଣେ ଶ୍ରମିକ ର ବିଦ୍ଯୁତ ଆଘାତ ରେ ମୁତ୍ଯୁ ହୋଇଥିଲା । ଯାହା ଫଳ ରେ ଆଜି ଶ୍ରମିକ ମାନେ ଏକାଠି ହୋଇ ନିଜର ହକ୍ ଅଧିକାର ପାଇଁ ଲଢେଇ ଜାରି ରଖିଥିବା ଦେଖିବାକୁ ମିଳିଛି । ତେବେ ଲିଙ୍ଗରାଜ ପାଇପ କମ୍ପାନୀ ତାଙ୍କ ୮ ଘଣ୍ଟା ଯାଗାରେ ୧୨ ଘଣ୍ଟା ପରିଶ୍ରମ କରାଉଥିବା ଶ୍ରମିକ ପ୍ରକାଶ ପରିଡ଼ା କହିଛନ୍ତି । ସେହିପରି କମ୍ପାନୀ ସରକାରଙ୍କ ନିୟମ ଅନୁଯାୟୀ ପାରଶ୍ରମିକ ଦେଉନଥିବା ଉସ୍ମାନ ଖାଁ କହିଛନ୍ତି ।

ଏହା ବି ପଢନ୍ତୁ- ଗିରଫ ହେଲା ଠକ ରାଜୀବ ଦାସ, LUMAX ମହାଠକେଇର ଥିଲା ମୁଖ୍ୟ କାର୍ପଟଦାର

ପାଇପ ଉତ୍ତପ୍ତ କାରଣରୁ ହାତ ପୋଡି ଯିବାର ସମ୍ଭାବନା ଥିବା ବେଳେ କମ୍ପାନୀ କର୍ତ୍ତୃପକ୍ଷ କୌଣସି ସୁରକ୍ଷା ଉପକରଣ ପ୍ରଦାନ କରିବାକୁ ବାରମ୍ବାର ଦାବି କରୁଥିଲେ ମଧ୍ୟ ଶ୍ରମିକମାନଙ୍କୁ ଯୋଗାଇ ଦିଆଯାଉନାହିଁ । ଶ୍ରମିକମାନେ ବିପଦପୂର୍ଣ୍ଣ ଭାବେ କାର୍ଯ୍ୟ କରୁଥିବା ଧାରଣାଗତ ଶ୍ରମିକ ପ୍ରକାଶ କରିଛନ୍ତି । ଏନେଇ ଆମେ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିବା ବେଳେ କମ୍ପାନୀ କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି । ଅନ୍ୟପଟେ ଶ୍ରମିକମାନଙ୍କ ଆନ୍ଦୋଳନ ଜାରି ରହିଛି । ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ସାରୁଅ ଶିଳ୍ପାଞ୍ଚଳର ଥିବା ଲିଙ୍ଗରାଜ ପାଇପ ଅଞ୍ଚଳକୁ ଧାରା ୧୪୪ ଘୋଷଣା କଲେ ଉପଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ ।

ଆଇନ ଶୃଙ୍ଖଳାକୁ ଦୃଷ୍ଟରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ସୂଚନା ଅନୁଯାୟୀ ଆଜି ସକାଳୁ ଲିଙ୍ଗରାଜ ପାଇପ କମ୍ପାନୀରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ସେମାନଙ୍କ ହକ କମ୍ପାନୀ ପକ୍ଷରୁ ମିଳୁନଥିବା ଅଭିଯୋଗ କରି କମ୍ପାନୀ ଗେଟ ଆଗରେ ଧାରଣା ଦେଇଥିଲେ । କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକ ମାରଣ ନୀତି ଆପଣେଇଥିବା ବେଳେ କମ୍ପାନୀ ଗେଟ ସମୁଖରେ ଉତ୍ତେଜନା ଲାଗି ରହିଥିଲା । ଏହାକୁ ଦୃଷ୍ଟିରେ ରଖି ବାଘମାରି ଥାନା ଅଧିକାରୀ ପ୍ରଜ୍ଞା ରିତାମ୍ଭରା କରଙ୍କ ସ୍ଥିତି ସମ୍ପର୍କରେ ଉପଜିଲ୍ଲାପାଳଙ୍କୁ ଅବଗତ କରିବା ପରେ ସ୍ଥାନୀୟ ଶିଳ୍ପାଞ୍ଚଳର ଲିଙ୍ଗରାଜ ପାଇପ କମ୍ପାନୀ ଅଞ୍ଚଳକୁ ଧାରା ୧୪୪ ଜାରି କରାଯାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.