ETV Bharat / state

ଗିରଫ ହେଲା ଠକ ରାଜୀବ ଦାସ, LUMEX ମହାଠକେଇର ଥିଲା ମୁଖ୍ୟ କାର୍ପଟଦାର

author img

By

Published : May 2, 2023, 4:12 PM IST

Updated : May 2, 2023, 7:42 PM IST

ଗିରଫ ହେଲା ଠକ ରାଜୀବ ଦାସ । ବୋଗସ କମ୍ପାନୀ ଚଳାଇବା ନାଁରେ ଅନେକ ନିବେଶକାରୀଙ୍କୁ ଚୁନ ଲଗାଇଥିଲା । ଅଧିକ ପଢନ୍ତୁ

Etv Bharat
Etv Bharat

ଗିରଫ ହେଲା ଠକ ରାଜୀବ ଦାସ, LUMEX ମହାଠକେଇର ଥିଲା ମୁଖ୍ୟ କାର୍ପଟଦାର

ଭୁବନେଶ୍ବର: ଗିରଫ ହେଲେ ଲୁମେକ୍ସ ମହାଠକେଇର ମାଷ୍ଟରମାଇଣ୍ଡ । ଠକ ରାଜୀବ ଲୋଚନ ଦାସକୁ ହାତକଡି ପିନ୍ଧାଇଲା କ୍ରାଇମବ୍ରାଞ୍ଚ । ଏହି ଠକ ଜଣକ ବୋଗସ କମ୍ପାନୀ ଚଳାଇବା ନାଁରେ ଅନେକ ନିବେଶକାରୀଙ୍କୁ ଚୁନ ଲଗାଇଥିଲା । ଏ ନେଇ ପଟିଆ ଇନଫୋସିଟି ଥାନାରେ ଅଭିଯୋଗ ହେବା ପରେ କ୍ରାଇମବ୍ରାଞ୍ଚ ତାଙ୍କୁ ଅନ୍ୟ ରାଜ୍ୟରୁ ଗିରଫ କରିଛି । ତେବେ ଆଜି ତାକୁ ସିଜେଏମ କୋର୍ଟକୁ ଚାଲାଣ କରାଯାଇଛି ।

କେସ ନମ୍ବର ୧୧/୨୦୨୩ ଆଧାରରେ ଗିରଫ କରିଛି ଇଓଡବ୍ଲୁ । ଆଇପିସିର ଧାରା 420/ 406 / 465 / 467/ 468/294/506/120/34 ସହ ଆଇଟି ଆକ୍ଟ ଆଧାରରେ ଗିରଫ କରି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଟିମ୍ ସିଜେଏମ କୋର୍ଟକୁ ଚାଲାଣ କରିଥିଲେ । ଯିଏକି ବୋଗସ କମ୍ପାନୀ ଚଲାଇବା ଆଳରେ ଠକିଥିଲେ ଅନେକ ନିବେଶକାରୀଙ୍କୁ । ଏନେଇ ପଟିଆ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ ଅଭିଯୋଗକାରିଣୀ ନିଶାରାଣି ମହାପାତ୍ର । ସୁଚନା ଅନୁସାରେ ବୋଗସ କମ୍ପାନୀ ଆଳରେ ଖଣିଜ ପଦାର୍ଥ କାରବାର ବ୍ୟବସାୟ ଦର୍ଶାଇ ନିବେଶକାରୀଙ୍କୁ ଚୁନ ଲଗାଇଥିଲେ ରାଜୀବ ଓ ସଂସ୍ଥାର କିଛି ସହଯୋଗୀ ।

ଏହି କେଳେଙ୍କାରୀର ତଦନ୍ତ ଭାର ନେଇଥିଲା କ୍ରାଇମବ୍ରାଞ୍ଚ। କିପରି ନିବେଶକାରୀଙ୍କୁ ପୁଞ୍ଜିନିବେଶ ଆଳରେ ମୁନାଫା ଦେବାର ପ୍ରତିଶୃତି ଦେଇ କୋଟି କୋଟି ଟଙ୍କା ଠକି ଛୁ ମାରିଥିଲା କମ୍ପାନୀ ଓ କମ୍ପାନୀର କର୍ମକର୍ତ୍ତା । ସେନେଇ ତଦନ୍ତ କରି ଠକ ରାଜୀବ ଲୋଚନ ପାଖରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଟିମ୍। ଏନେଇ କମ୍ପାନୀର ଏମଡି ରାଜୀବ ଲୋଚନ ଦାସ ଓ ତାଙ୍କ ପତ୍ନୀ କିପରି କେଳେଙ୍କାରୀ କରିଥିଲେ। ତାଙ୍କ ନାଁରେ ପୂର୍ବରୁ ଇନଫୋସିଟି ଥାନାରେ କେସ ସତ୍ତ୍ବେ ଗିରଫ କରିନଥିଲା କମିସନରେଟ ପୋଲିସ। ୨୦୧୯ରେ ପଟିଆ ଇନଫୋସିଟି ଡିଏଲଏଫରେ LUMEX କମ୍ପାନୀ ଖୋଲି ଖଣିଜ ପଦାର୍ଥ କାରବାର ଆଳରେ ଚିଟଫଣ୍ଡ ଢାଞ୍ଚାରେ ଟଙ୍କା ନିବେଶ କଲେ ରିଟର୍ଣ୍ଣ ମିଳିବାର ଆଶା ଦେଖାଇ ଅନେକ ନିବେଶକାରୀଙ୍କଠୁ ଟଙ୍କା ହଡ଼ପ କରିଥିଲା ।

ଏହା ବି ପଢନ୍ତୁ- ଛତିଶଗଡରୁ ଓଡି଼ଶା ଆସୁଛନ୍ତି ୯୦ ପ୍ରତିଶତ ମାଓବାଦୀ, ସୀମାନ୍ତ ଜିଲ୍ଲାରେ ହାଇ ଆର୍ଲଟ

ପରେ ନା ନିବେଶକାରୀଙ୍କୁ ଟଙ୍କା ଫେରାଇଥିଲା ବରଂ ନିବେଶକାରୀଙ୍କୁ ଡରାଇ ଧମକାଉଥିଲା । ଏନେଇ ଇନଫୋସିଟି ଥାନାରେ ଅଭିଯୋଗ ସତ୍ତ୍ବେ ପୋଲିସ କେସ ମଧ୍ୟ ଗ୍ରହଣ କରିନଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେସ ରୁଜୁ କରିଥିଲା ପୋଲିସ । ଏନେଇ ହାଇକୋର୍ଟ ପର୍ଯ୍ୟନ୍ତ କେସ ଯାଇଥିଲା । କେସର ଗୁରୁତ୍ବ ଦେଖି କୋର୍ଟ ତୁରନ୍ତ ଗିରଫ ପାଇଁ କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ପୋଲିସ କିଛି ଆକ୍ସନ ନେଇନଥିଲା । ଏନେଇ ବାରମ୍ବାର ଖବର‌ ପ୍ରସାରଣ ପରେ ତଦନ୍ତ ଭାର‌ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ନେଇଥିଲା ।

ପରେ କେସକୁ ଆଧାର କରି ଇଓଡବ୍ଲୁ ରାଜୀବ ଲୋଚନ ଦାସକୁ ତାଙ୍କର‌ ପଟିଆ ସ୍ଥିତ ଘରୁ ଗିରଫ କରିଥିଲା । ଡାକ୍ତରୀ ଯାଞ୍ଚ ପାଇ କ୍ୟାପିଟାଲ ହସ୍ପିଟାଲରେ ନେବା ପରେ କୋର୍ଟରେ ହାଜର କରାଯାଇଛି । ତେବେ ଏହି ମାମଲାରେ ରାଜୀବଙ୍କ ସମେତ ଆହୁରି ଅନେକ ଅପରାଧୀ ରହିଥିବା ବେଳେ ଖୁବଶୀଘ୍ର ଗିରଫଦାରୀ ବଢିବ ବୋଲି ଇଓଡବ୍ଲୁ ପକ୍ଷରୁ ବିଶେଷ ସୂଚନା ମିଳିଛି । ତେବେ ଏନେଇ ଇଓଡବ୍ଲୁ ଏସପିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କେସର ଗୁରୁତ୍ବ ଓ ହାଇପ୍ରୋଫାଇଲ ଲିଙ୍କ ଥିବା ଯୋଗୁଁ ମୁହଁ ଖୋଲିବାକୁ ମନା କରିଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 2, 2023, 7:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.