ETV Bharat / state

Jharsuguda By Election: ସରକାରୀ କର୍ମଚାରୀଙ୍କୁ ପ୍ରଚାରରେ ବ୍ୟବହାର କରୁଛି ବିଜେଡି: ବିଜେପି

author img

By

Published : May 6, 2023, 10:40 PM IST

ସରକାରୀ କର୍ମଚାରୀଙ୍କୁ ପ୍ରଚାରରେ ବ୍ୟବହାର କରୁଛି ବିଜେଡି: ବିଜେପି
ସରକାରୀ କର୍ମଚାରୀଙ୍କୁ ପ୍ରଚାରରେ ବ୍ୟବହାର କରୁଛି ବିଜେଡି: ବିଜେପି

ବିଜେପି ମୁଖପାତ୍ର ସୋନାଲି ସାହୁ କହିଛନ୍ତି ଯେ, ଝାରସୁଗୁଡା ଉପନିର୍ବାଚନରେ ବିଜେଡି ମହିଳା ସରକାରୀ କର୍ମଚାରୀଙ୍କୁ ଦଳର ପ୍ରଚାରରେ ବ୍ୟବହାର କରୁଛନ୍ତି । ଏହା ସହ ଜନତାଙ୍କୁ ଟଙ୍କା ବାଣ୍ଟି ନିର୍ବାଚନ ଆଇନ ଉଲ୍ଲଘଂନ କରୁଛନ୍ତି । ଯାହାର ପ୍ରମାଣ ଭାରତୀୟ ଜନତା ପାର୍ଟି ହାତରେ ଲାଗିଛି । ସାଧାରଣ ନିର୍ବାଚନ ହେଉକି କି ଉପନିର୍ବାଚନ ସବୁବେଳେ ସରକାରୀ କର୍ମଚାରୀମାନେ ନିର୍ବାଚନ ନିୟମ ଉଲଘଂନ କରିବା ସହ ବିଜେଡିର କର୍ମୀଭଳି ପ୍ରଚାର କରି ଆସୁଛନ୍ତି । ଅଧିକ ପଢନ୍ତୁ

ସରକାରୀ କର୍ମଚାରୀଙ୍କୁ ପ୍ରଚାରରେ ବ୍ୟବହାର କରୁଛି ବିଜେଡି: ବିଜେପି

ଭୁବନେଶ୍ବର: ସରକାରୀ କର୍ମଚାରୀଙ୍କୁ ଝାରସୁଗୁଡା ନିର୍ବାଚନ ପ୍ରଚାରରେ ବ୍ୟବହାର କରୁଛି ବିଜେଡି । ନିର୍ବାଚନ ପ୍ରଚାରରେ ଏମିତି ସରକାରୀ ଅଧିକାରୀଙ୍କୁ ବ୍ୟବହାର କରିବା ବିଜେଡିର ଏହା ଚିରାଚରିତ ଅଭ୍ୟାସ । ସରକାରୀ କର୍ମଚାରୀ ବିଜେଡି ପାଇଁ କର୍ମୀ ଭଳି ପ୍ରଚାର କାର୍ଯ୍ୟ କରୁଛନ୍ତି । ଝାରସୁଗୁଡାରେ ମୁକ୍ତ, ଅବାଧ, ନିରପେକ୍ଷ ନିର୍ବାଚନ କରିବାରେ ଏହା ବାଧକ ସୃଷ୍ଟି କରୁଛି । ତେଣୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ । କାର୍ଯ୍ୟାନୁଷ୍ଠାନ ଦାବି କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେପିର ପ୍ରତିନିଧି ଦଳ ।

ବିଜେପି ମୁଖପାତ୍ର ସୋନାଲି ସାହୁ କହିଛନ୍ତି ଯେ, ଝାରସୁଗୁଡା ଉପନିର୍ବାଚନରେ ବିଜେଡି ମହିଳା ସରକାରୀ କର୍ମଚାରୀଙ୍କୁ ଦଳର ପ୍ରଚାରରେ ବ୍ୟବହାର କରୁଛନ୍ତି । ଏହା ସହ ଜନତାଙ୍କୁ ଟଙ୍କା ବାଣ୍ଟି ନିର୍ବାଚନ ଆଇନ ଉଲଘଂନ କରୁଛନ୍ତି । ଯାହାର ପ୍ରମାଣ ଭାରତୀୟ ଜନତା ପାର୍ଟି ହାତରେ ଲାଗିଛି । ସାଧାରଣ ନିର୍ବାଚନ ହେଉକି କି ଉପନିର୍ବାଚନ ସବୁବେଳେ ସରକାରୀ କର୍ମଚାରୀମାନେ ନିର୍ବାଚନ ନିୟମ ଉଲ୍ଲଘଂନ କରିବା ସହ ବିଜେଡିର କର୍ମୀଭଳି ପ୍ରଚାର କରି ଆସୁଛନ୍ତି । ଗତକାଲି ଝାରସୁଗୁଡା ନିର୍ବାଚନ ମଣ୍ଡଳୀର କୋଲାବିରା ବ୍ଲକ ଜିଲ୍ଲାପାଲି ଗ୍ରାମ ପଞ୍ଚାୟତର କମ୍ୟୁନିଟି ରିସୋର୍ସ ପର୍ସନ ଅସ୍ମିତା ନାୟକ, ବିନତା ନାୟକ, ଜେ.ପଣ୍ଡାକିମାଲ ଓ ପୂଜା ପଟେଲ ବିଜୁ ଜନତା ଦଳର ନିର୍ବାଚନୀ ପ୍ରଚାରରେ ସିଧାସଳଖ ଯୋଗ ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରବାହଲ ୧ନଂ ୱାର୍ଡର ଅଙ୍ଗନୱାଡି ଦିଦି ସୁରୁଚି ପାଢ଼ି ଖୋଲା ଖୋଲି ସୋସିଆଲ ମିଡିଆରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ନାଁରେ ପ୍ରଚାର ପ୍ରସାର କରୁଛନ୍ତି । ଏହା କେବଳ ନିର୍ବାଚନର ଆଚରଣ ବିଧିକୁ ଉଲଘଂନ ନୁହେଁ । ଲୋକ ପ୍ରତିନିଧି ଅଧିନିୟମ ୧୯୫୧ର ଖିଲାପ । ନିୟମ ଅନୁସାରେ ସରକାରୀ ଚାକିରୀ କରିଥିବା କୌଣସି ବ୍ୟକ୍ତି ପ୍ରାର୍ଥୀ ପାଇଁ ପ୍ରଚାର କରିପାରିବେ ନାହିଁ । ସରକାରୀ ଚାକିରିରେ ଥାଇ ସରକାରୀ ତହବିଲରୁ ଟଙ୍କା ନେଇ ବିଜେଡି ଦଳର ପ୍ରଚାର କରୁଥିବାରୁ ବିଜେପି ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଇଛି ।

ସରକାରୀ ଦଳ ସରକାରୀ କର୍ମଚାରୀମାନଙ୍କୁ ନିଜ ଦଳ ସପକ୍ଷରେ ଲଗାଇ ପ୍ରଚାର କରିବା ବିଜେଡିର ଚିରାଚରିତ ଅଭ୍ୟାସ । ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେପି । ଝାରସୁଗୁଡା ଉପନିର୍ବାଚନ ମୁକ୍ତ, ଅବାଧ, ନିରପେକ୍ଷ ନିର୍ବାଚନ ହେଉ । ଝାରସୁଗୁଡାରେ ସରକାରୀ କଳ, ବଳ ଦ୍ବାରା ଭୋଟରଙ୍କୁ ପ୍ରଭାବିତ କରିବାକୁ ଅପଚେଷ୍ଟା ଚଳାଇଛି ବିଜୁ ଜନତା ଦଳ । ଝାରସୁଗୁଡାର ମା, ଭଉଣୀମାନେ ବିଜେଡିର ମିଥ୍ୟା, ଫମ୍ପା କଥାରେ ପ୍ରଭାବିତ ନହୋଇ ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି ସୋନାଲୀ । ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଉମାକାନ୍ତ ପଟ୍ଟନାୟକ, ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଂପାଦିକା ଐଶ୍ବର୍ଯ୍ୟା ବିଶ୍ବାଳ, ଲିଗାଲ ସେଲ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.