ETV Bharat / state

ଆଇଏସଏଲ: ଆଜି ମୁମ୍ବାଇ ସିଟି ଓଡ଼ିଶା ଏଫ୍‌ସି ମୁକାବିଲା

author img

By ETV Bharat Odisha Team

Published : Sep 28, 2023, 11:28 AM IST

OdishaFC VS MumbaicityFC
Indian super league

ଇଣ୍ଡିଆନ ସୁପର ଲିଗରେ କଳିଙ୍ଗ ଷ୍ଟାଡିୟମରେ ଆଜି ଓଡିଶା ଏଫସି ବନାମ ମୁମ୍ବାଇ ସିଟି ଏଫସି ମଧ୍ୟରେ କଡା ମୁକାବିଲା ଦେବ । ରାତି 8ଟାରେ ଆରମ୍ଭ ହେବ ମ୍ୟାଚ । ଅଧିକ ପଢନ୍ତୁ

ଆଜି ମୁମ୍ବାଇ ସିଟିକୁ ଭେଟିବ ଓଡିଶା ଏଫସି

ଭୁବନେଶ୍ବର: ଇଣ୍ଡିଆନ ସୁପର ଲିଗ 10ରେ ଆଜି ଓଡିଶା ଏଫସି ଓ ମୁମ୍ବାଇ ସିଟି ଏଫସି ମଧ୍ୟରେ ମୁକାବିଲା ହେବ । ଚେନ୍ନାଇ ଏଫ୍‌ସି ବିପକ୍ଷରେ ଚମତ୍କାର ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଓଡ଼ିଶା ଏଫସି ତାର ଦ୍ବିତୀୟ ମ୍ୟାଚରେ ମୁମ୍ବାଇ ସିଟି ଏଫସିକୁ ଭେଟିବ । ମୁମ୍ବାଇ ସିଟି ଏଫସି ବିପକ୍ଷରେ ଓଡିଶା ଏଫସି ଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମୁଖ୍ୟ କୋଚ୍‌ ସର୍ଜିଓ ଲୋବେରା । ଓଡିଶା ଏଫସି କଳିଙ୍ଗ ଷ୍ଟାଡିୟମରେ ତାର ପ୍ରଥମ ମ୍ୟାଚରେ ଚେନ୍ନାଇ ଏଫସିକୁ 2-0 ଗୋଲରେ ପରାସ୍ତ କରିଥିଲା । ଆଜି ମୁମ୍ବାଇ ସିଟି ଏଫସି ବିପକ୍ଷରେ ଜବରଦସ୍ତ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି ।

କଳିଙ୍ଗ ଷ୍ଟାଡିୟମରେ ଆଜି ରାତି 8ଟାରେ ମ୍ୟାଚ ଖେଳାଯିବ । ପୂର୍ବ ମୁକାବିଲାରେ ଓଡ଼ିଶା ଏଫସି ମୁମ୍ବାଇସିଟି ଏଫସି ବିପକ୍ଷ 8ଟି ମ୍ୟାଚରୁ 2ଥର ବିଜୟୀ ହୋଇଛି । ରେକର୍ଡ ଦେଖିଲେ ମୁମ୍ବାଇ ସିଟି ଏଫସିର ପଲ୍ଲା ଭାରି ରହିଛି । ଆଜିର ମୁକାବିଲା ଜିତି ଓଡିଶା ଏଫସି ନୂଆ ରେତର୍ଡ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି । ଗତ ରବିବାର ଗୌହାଟୀର ଇନ୍ଦିରା ଗାନ୍ଧୀ ଆଥଲେଟିକ୍ ଷ୍ଟାଡିୟମରେ ନର୍ଥ ଇଷ୍ଟ୍‌ ୟୁନାଇଟେଡ୍ ଏଫସି ବିପକ୍ଷରେ 2-1 ବିଜୟ ହାସଲ କରିଥିଲା ମୁମ୍ବାଇ ସିଟି । ଆଜିର ମ୍ୟାଚ ରୋମାଞ୍ଚକର ହେବ । ଲୋବେରା(ଓଡ଼ିଶା ଏଫସି କୋଚ) ହେବା ପୂର୍ବରୁ 2020-21 ସିଜନରେ ଇଣ୍ଡିଆନ ସୁପର୍‌ଲିଗ୍ ବିଜେତା ସିଲ୍ଡ ଜିତିବା ପାଇଁ ମୁମ୍ବାଇ ସିଟି ଏଫସିର ନେତୃତ୍ୱ ନେଇଥିଲେ ।

ଏହା ବି ପଢନ୍ତୁ...ଲୋବେରା ଓଡିଶା ଏଫସି ନୂଆ କୋଚ୍

ପ୍ରକାଶ ଥାଉ କି, ଗତ ସିଜନରେ ମୁମ୍ବାଇ ସିଟି ଏଫସିର ଅଂଶ ହୋଇଥିବା ଅହମ୍ମଦ ଜାହୋହ, ମର୍ଟଡା ଫଲ ଏବଂ ଆମି ରାନାୱେଡଙ୍କ ଭଳି ଦକ୍ଷ ଖେଳାଳିମାନେ ବର୍ତ୍ତମାନ ଓଡିଶା ଏଫସିରେ ଯୋଗ ଦାନ କରିବେ । ସେପ୍ଟେମ୍ବର 27, 2023ରେ କଳିଙ୍ଗ ଷ୍ଟାଡିୟମରେ ଉଭୟ ଦଳ ସେମାନଙ୍କର ପ୍ରି-ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଓଡ଼ିଶା ଏଫସି ହେଡ୍ କୋଚ୍ ସର୍ଜିଓ ଲୋବେରା ଏବଂ ଖେଳାଳି ମର୍ଟଡା ଫଲ୍ ଗଣମାଧ୍ୟମକୁ ସମ୍ବୋଧିତ କରିଥିବାବେଳେ ମୁମ୍ବାଇ ସିଟି ଏଫସି ହେଡ୍ କୋଚ୍ ଡେସ୍ ବକିଙ୍ଗହମ୍ ଏବଂ ମୁମ୍ବାଇ ସିଟି ସଦସ୍ୟ ରାହୁଲ ଭେକେ ମଧ୍ୟ ରହିଥିଲେ । ଏହି ମ୍ୟାଚ୍ ସ୍ପୋର୍ଟସ 18ରେ ଏବଂ ଜିଓ ସିନେମାରେ ସିଧାପ୍ରସାରଣ ହେବ । ଆଜିର ମ୍ଯାଚ ବେଶ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି କହିଛନ୍ତି ଓଡ଼ିଶା ଏଫ୍‌ସି କୋଚ୍‌ ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.