ETV Bharat / state

ମାଛ ବ୍ୟବସାୟ ଆଳରେ ଆୟକର ଠକାମି, ୪ନଂ ମାଛ ମାର୍କେଟରେ ଆୟକର ବିଭାଗର ଚଢାଉ

author img

By

Published : Feb 22, 2023, 9:35 AM IST

ଆୟକର ଫାଙ୍କିବା ଅଭିଯୋଗରେ ୟୁନିଟ ୪ ମାଛ ଗୋଦାମରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଅଧିକ ପଢନ୍ତୁ
raid in unit 4 fish market
raid in unit 4 fish market

raid in unit 4 fish market

ଭୁବନେଶ୍ବର: ଆମିଷ ବଜାର ଉପରେ ଆୟକର ନଜର । ନିତିଦିନିଆ ମାଛ ବ୍ୟବସାୟ ସତ୍ତ୍ବେ ଆସୁନି ରାଜକୋଷକୁ ଆୟକର । ମାଛ ବ୍ୟବସାୟ କରି ମାଲମାଲ ମାଛ ବ୍ୟବସାୟ । ହେଲେ ରାଜକୋଷକୁ ଟଙ୍କାଟିଏ ଆସୁନି ଆୟକର ଟିକସ । ଯାହାକୁ ନଜରରେ ରଖି ଭୁବନେଶ୍ୱରର ମାଛ ବ୍ୟବସାୟର ପେଣ୍ଠସ୍ଥଳ ୪ନମ୍ବର ମାଛ ମାର୍କେଟ ଉପରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ମଙ୍ଗଳବାର ଏକକାଳୀନ ୫ଜଣିଆ ଟିମ୍ ମାର୍କେଟରେ ପହଞ୍ଚି ମାଛ ବ୍ୟବସାୟୀ ଗୋଦାମ ଉପରେ ଚଢାଉ କରିଥିଲେ ।

ତେବେ ଚଢାଉ ସମୟରେ ଏକ ତାଲିକା ପ୍ରସ୍ତୁତ କରିଥିଲେ ଆୟକର ଅଧିକାରୀ । କେଉଁ ବ୍ୟବସାୟୀଙ୍କର କିଭଳି ବ୍ୟବସାୟ ରହିଛି, କେଉଁ ସ୍ଥାନକୁ ମାଛ ରପ୍ତାନୀ ହେଉଛି, କେଉଁମାନେ ମାଛର ଖୁିଚୁରା ମାର୍କେଟ କରୁଛନ୍ତି, କେଉଁମାନଙ୍କର ମାଛ ଗୋଦାମ ରହିଛି, ରାଜ୍ୟ ବାହାରେ କଣ ବିଜନେସ ରହିଛି, ଦିନକୁ ଏବଂ ମାସକୁ କେତେ ବିଜନେସ ହୋଇଛି ସେ ସମସ୍ତ ତଥ୍ୟ ସଂଗ୍ରହ କରିଛନ୍ତି । ଏହାସହ ଚିକେନ, ମଟନ ବ୍ୟବସାୟୀଙ୍କ ଉପରେ ମଧ୍ୟ ଚଢାଉ କରାଯାଇଛି । ତେବେ ଆୟକରର ସ୍ଲାବ ଓ ବ୍ୟବସାୟୀଙ୍କ ଉପରେ ଆୟକର ଚଢ଼ାଉ ନେଇ କିଛି ମାତ୍ରାରେ ଚାରି ନମ୍ବର ବ୍ୟବସାୟୀଙ୍କ ମଧ୍ୟରେ ଆତଙ୍କ ଖେଳିଥିବା ବେଳେ ଆୟକର ଅଧିକାରୀଙ୍କ ଚଢ଼ାଉ ପରେ ଏନେଇ ଏକ ଭୟ ଖେଳିଛି । ଆୟକର ଫାଙ୍କିବା ବ୍ୟବସାୟୀ ଏନେଇ ସତର୍କ ହୋଇଛନ୍ତି । ତେବେ ଜରିମାନା ନେଇ ଆୟକର ଅଧିକାରୀଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

ଏହା ମଧ୍ୟ ପଢନ୍ତୁ: Somalika gets threat call: ରଫାଦଫା ପାଇଁ ଧମକ, ଥାନାରେ ଅଭିଯୋଗ କଲେ ସୋମାଲିକା

ଅନ୍ୟପଟେ ମାଛ ବ୍ୟବସାୟ ଆମିଷ ବଜାରରେ ନିତିଦିନିଆ ବ୍ୟବସାୟ । ଏନେଇ ଅଧିକାଂଶ ମାଛ ବ୍ୟବସାୟ କ୍ୟାସ ଆକାରରେ ହୋଇଥାଏ । ଯାହାର ଫାଇଦା ମାଛ ବ୍ୟବସାୟ‌ ନେଉଥିବା ଆୟକର ଅଧିକାରି ଅଭିଯୋଗ କରିଛନ୍ତି । ଏନେଇ ନିତିଦିନିଆ ମାର୍କେଟରେ ମାଛ କାରବାର କ୍ୟାସ କାରବାର ହେତୁ କଳାଧନ ବଜାର ବଢିବାର ଆଶଙ୍କା ରହିଛି । ଏପରିକି ଅଧିକାଂଶ କାରବାର କ୍ୟାସ କାରବାର ହେଉଥିବାରୁ ଏହା ଉପରେ ନଜର ରଖିବା ଆୟକର ପାଇଁ ଚ୍ୟାଲେଞ୍ଜିଂ ହୋଇଛି।

ଯାହାକୁ ନଜରରେ ରଖି ରାଜ୍ୟ ବାହାରୁ ମାଛ ବ୍ୟବସାୟ କରୁଥିବା ବ୍ୟବସାୟୀ ହୁଅନ୍ତୁ ବା ଏଠାକାର ମାଛ ବ୍ୟବସାୟୀ କୋଟି କୋଟି ଟଙ୍କାର କାରବାର କରି କିନ୍ତୁ ରାଜକୋଷକୁ ଟିକସ ସଠିକ ଭାବେ ଆସୁନାହିଁ । ଡେଲି ମାର୍କେଟ ହିସାବ ନିକାଶ ଆଧାରରେ ଓ ଇଣ୍ଟେଲିଜେନସ ଆଧାରରେ ଏପରି ଅତର୍କିତ ଚଢ଼ାଉ କରି ଆୟକର ସଠିକ ଦେବା ପାଇଁ ଆୟକର ଅଧିକାରୀ ଏନେଇ ତାଲିକା ପ୍ରସ୍ତୁତ କରୁଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ସେସବୁ ଅଡିଟ କରି ଏନେଇ ଆୟକର ଫାଙ୍କିବା ଠକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଜବାଜ ହେଉଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.