ETV Bharat / state

Somalika gets threat call: ରଫାଦଫା ପାଇଁ ଧମକ, ଥାନାରେ ଅଭିଯୋଗ କଲେ ସୋମାଲିକା

author img

By

Published : Feb 22, 2023, 8:11 AM IST

ବିଧାୟକ ବିଜୟ ଶଙ୍କର ଓ ସୋମାଲିକା ଦାଶ ବିବାଦ ଘଟଣା । ଅଜଣା କଲ୍‌ ସମ୍ପର୍କରେ ଜଗତସିଂହପୁର ଥାନାରେ ଏତଲା ଦେଲେ ସୋମାଲିକା । ଅଧିକ ପଢନ୍ତୁ

Tirtol MLA-Somalika Case
Tirtol MLA-Somalika Case

Tirtol MLA-Somalika Case

ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଓ ବାନ୍ଧବୀ ସୋମାଲିକା ଦାଶଙ୍କ ବିବାହ ବିବାଦ ଘଟଣା ଦିନକୁ ଦିନ ଘନେଇବାରେ ଲାଗିଛି । ଏହାରି ଭିତରେ ମାମଲା ରଫଦଫା ପାଇଁ ଅଜଣା କଲ୍ ଆସିବା ପରେ ପୁଣିଥରେ ଥାନାରେ ଏତଲା ଦେଇଛନ୍ତି ସୋମାଲିକା । ଗତକାଲି(ମଙ୍ଗଳବାର) ରାତି ପ୍ରାୟ ୯ଟା ବେଳେ ସୋମାଲିକା ଜଗତସିଂହପୁର ସଦର ଥାନାରେ ପହଞ୍ଚି ଅଜଣା କଲ୍ ସମ୍ପର୍କରେ ଅଭିଯୋଗ କରିଛନ୍ତି । ସୋମବାର ଦିନ ତାଙ୍କୁ ଏକ ଅଜଣା ନମ୍ବରରୁ କଲ ଆସିଥିଲା । ଜଣେ ବ୍ୟକ୍ତି ତାଙ୍କୁ ବିଧାୟକ ବିଜୟ ଶଙ୍କରଙ୍କ ସହ ବୁଝାମଣା କରିବା ପାଇଁ ଚାପ ପକାଇଥିବା ସେ ଏତଲାରେ ଦର୍ଶାଇଛନ୍ତି ।

କେବଳ ସୋମାଲିକା ନୁହଁନ୍ତି, ବରଂ ତାଙ୍କର ଆଇନ ପରାମର୍ଶ ଦାତା ସ୍ନିଗ୍ଧା ବିଶ୍ୱାଳଙ୍କୁ ମଧ୍ୟ କେହି ଜଣେ ଅଜଣା ବ୍ୟକ୍ତି ଧମକ ଚମକ ଦେଉଥିବା ଅଭିଯୋଗ କରାଯାଇଛି । ଏସବୁ ବିଧାୟକଙ୍କ ଇସାରାରେ ହେଉଥିବା ବାନ୍ଧବୀ ସିଧାସଳଖ ଅଭିଯୋଗ କରିଛନ୍ତି । ସେ ଆହୁରିମଧ୍ୟ କହିଛନ୍ତି ଯେ, ତାଙ୍କ ଫେସବୁକ ଓ ଇନଷ୍ଟାଗ୍ରାମ ଆକାଉଣ୍ଟରୁ କିଛି ଫଟୋ ନିଆଯାଇ ସେଗୁଡିକୁ ବିକୃତ କରାଯାଇ ସୋସିଆଲ ମିଡିଆରେ ଛଡା ଯାଉଛି । ବିଧାୟକଙ୍କ ସମର୍ଥକମାନେ ଏପରି କରୁଛନ୍ତି ।

ଏହିସବୁ ଘଟଣା ଦ୍ବାରା ସେ ମାନସିକ ସ୍ତରରେ ନିର୍ଯାତିତ ହେଉଥିବା ସୋମାଲିକା କହିଛନ୍ତି । ଏଭଳି ଯଦି ଆଗକୁ ଘଟେ ସେ ଆତ୍ମହତ୍ୟା କରି ଦେବେ ବୋଲି କୋହଭରା କଣ୍ଠରେ ଗଣମାଧ୍ୟମ ସମୁଖରେ ପ୍ରକାଶ କରିଛନ୍ତି ବିଧାୟକଙ୍କ ବାନ୍ଧବୀ । ଏହାସହିତ ବିଜୟ ଶଙ୍କର ଶାସକ ଦଳର ବିଧାୟକ ଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ କରିଛନ୍ତି । ବିଧାୟକ ଓ ସୋମାଲିକାଙ୍କ ବିବାଦ ମାମଲାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି ।

Tirtol MLA Marriage Controversy: ଅଜଣା କଲରୁ ସୋମାଲିକାଙ୍କୁ ବୁଝାମଣା ପାଇଁ ପଡୁଛି ଚାପ

ସୋମାଲିକା କହିଛନ୍ତି, ''ମୋତେ ବିଧାୟକ ଶାନ୍ତିରେ ରଖାଇ ଦେଉନାହାନ୍ତି । ମୁଁ ଜଣେ ଝିଅ ,ଏକା ଏକା ଜଣେ ଶାସକ ଦଳର ବିଧାୟକଙ୍କ ସହ ନ୍ୟାୟ ପାଇଁ ଲଢେଇ କରୁଛି । ଦୀର୍ଘ ୨୦ ଦିନ ହେବ ମୁଁ ବିଧାୟକଙ୍କ ନାମରେ ଏତଲା ଦେଇଥିଲେ ମଧ୍ୟ ପୋଲିସ ତାଙ୍କୁ ଗିରଫ କରିବା ତ ଦୂରର କଥା ପଚରାଉଚରା ବି କରିପାରିଲା ନାହିଁ । ମୁଁ ବିଧାୟକଙ୍କ ନାମରେ ଅଭିଯୋଗ କରିଥିବାରୁ ମୋତେ ସବୁ କ୍ଷେତ୍ରରେ ହଇରାଣ ହରକତ କରାଯାଉଛି ।'' ବିଜେଡି ସରକାରରେ ନାରୀକୁ କିଭଳି ସମ୍ମାନ ମିଳୁଛି ଏଥିରୁ ସ୍ପଷ୍ଟ ଅନୁମାନ କରୁଥିବେ ବୋଲି ସୋମାଲିକା କହିଛନ୍ତି ।

ମଙ୍ଗଳବାର ସୋମାଲିକା ଦେଇଥିବା ଏତଲା ଜଗତସିଂହପୁର ପୋଲିସ ଗ୍ରହଣ କରିଛି । ତେବେ ଏହାକୁ ନେଇ ମାମଲା ରୁଜୁ କରାଯାଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ବିଧାୟକ ବିଜୟ ଶଙ୍କର ଓ ବାନ୍ଧବୀ ସୋମାଲିକାଙ୍କ ମଧ୍ୟରେ ଚାଲିଥିବା ବିବାଦ ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.