ETV Bharat / snippets

ଗତକାଲି ଛାଡିଥିଲେ ବିଜେଡି, ଆଜି ମିଳିଲା ଜିଲ୍ଲା ସଭାପତି ଦାୟିତ୍ୱ- Jyoti Panigrahi to remain with BJD

author img

By ETV Bharat Odisha Team

Published : May 23, 2024, 1:01 PM IST

ଗତକାଲି ଛାଡିଥିଲେ ବିଜେଡି, ଆଜି ମିଳିଲା ଜିଲ୍ଲା ଦାଇତ୍ୱ
ଗତକାଲି ଛାଡିଥିଲେ ବିଜେଡି, ଆଜି ମିଳିଲା ଜିଲ୍ଲା ଦାଇତ୍ୱ (ETV Bharat Odisha)

ବାଲେଶ୍ୱର: ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଗତକାଲି (ବୁଧବାର) ବିଜେଡିରୁ ଇସ୍ତଫା ଦେଇଥିଲେ । ମାତ୍ର ଆଜି ତାଙ୍କୁ ନାଟକୀୟ ଢଙ୍ଗରେ ପୁଣି ଥରେ ବିଜେଡିରେ ମିଳିଛି ବଡ଼ ଦାଇତ୍ୱ । ସେ ନିଜ ଇସ୍ତଫାପତ୍ର ଫେରାଇ ନେଇଥିବା କଥା ଚର୍ଚ୍ଚା ହେଉଥିବା ବେଳେ ଜ୍ୟୋତିଙ୍କୁ ଆଜି ବାଲେଶ୍ୱର ବିଜେଡି ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି । ସିମୁଳିଆ ବିଧାୟକ ପ୍ରାର୍ଥୀ ଭାବେ ଚଳିତ ନିର୍ବାଚନରେ ଦଳୀୟ ଟିକଟ ନମିଳିବା ନେଇ ଜ୍ୟୋତି ଅସନ୍ତୋଷ ବ୍ୟକ୍ତ କରିଥିଲେ । ଅସନ୍ତୋଷ କ୍ରମଶଃ ବୃଦ୍ଧି ହୋଇ ଶେଷରେ ଜ୍ୟୋତି ବିଜେଡି ଛାଡିବା ନେଇ ନିଷ୍ପତ୍ତି ନେଇଥିଲେ । ବିଜେଡି ଛାଡିବା ପରେ ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ଜ୍ୟୋତିଙ୍କୁ ନବୀନ ନିବାସରୁ ଡାକରା ପରେ ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.