ETV Bharat / state

Cyclone Alert: ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ସରକାର ପ୍ରସ୍ତୁତ: ରାଜସ୍ବ ମନ୍ତ୍ରୀ

author img

By

Published : May 3, 2023, 6:39 PM IST

ମୁକାବିଲା ଲାଗି ସରକାର ପ୍ରସ୍ତୁତ : ରାଜସ୍ବ ମନ୍ତ୍ରୀ
ମୁକାବିଲା ଲାଗି ସରକାର ପ୍ରସ୍ତୁତ : ରାଜସ୍ବ ମନ୍ତ୍ରୀ

ମନ୍ତ୍ରୀ କହିଛନ୍ତି ଯେ, ଗତ ୫/6 ବର୍ଷ ହେବ ରାଜ୍ୟ ଲଗାତାର ଭାବେ ମେ ମାସରେ ବାତ୍ୟାର ସମ୍ମୁଖୀନ ହେଉଛି । ପ୍ରଥମେ ଘୃର୍ଣ୍ଣିବଳୟ ସୃଷ୍ଟି ହେଉଛି, ପରବର୍ତ୍ତୀ ସମୟରେ ଏହା ବାତ୍ୟାର ରୂପ ନେଉଛି । ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ସରକାର ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ଅଧିକ ପଢନ୍ତୁ

ମୁକାବିଲା ଲାଗି ସରକାର ପ୍ରସ୍ତୁତ : ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୬ ତାରିଖରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୭ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେଇପାରେ । ୮ ତାରିଖରେ ଏହା ଅବପାତରେ ପରିଣତ ହୋଇ ୯ ରେ ବାତ୍ୟା ରୂପ ନେବ । ଏ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତି ଜୋରଦାର କରିଛନ୍ତି ରାଜ୍ୟ ସରକାର । ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ସରକାର ପ୍ରସ୍ତୁତ ଥିବା କହିଛନ୍ତି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

ମନ୍ତ୍ରୀ କହିଛନ୍ତି ଯେ, ଗତ ୫/6 ବର୍ଷ ହେବ ରାଜ୍ୟ ଲଗାତାର ଭାବେ ମେ ମାସରେ ବାତ୍ୟାର ସମ୍ମୁଖୀନ ହେଉଛି । ପ୍ରଥମେ ଘୃର୍ଣ୍ଣିବଳୟ ସୃଷ୍ଟି ହେଉଛି, ପରବର୍ତ୍ତୀ ସମୟରେ ଏହା ବାତ୍ୟାର ରୂପ ନେଉଛି । ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ସରକାର ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ଏହା ସହ ଆଗୁଆ ପ୍ରସ୍ତୁତି ଜୋରଦାର କରିବା ଲାଗି ସମସ୍ତ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟାରେ ଯେମିତି କୌଣସି ଧନଜୀବନ ନଷ୍ଟ ନହେବ ସେ ନେଇ ସମସ୍ତ ବିଭାଗ ସଜାଗ ରହି ପଦକ୍ଷେପ ନେବାକୁ କୁହାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସମସ୍ତ ଜିଲ୍ଲପାଳଙ୍କୁ ଆଲର୍ଟରେ ମଧ୍ୟ ରଖାଯାଉଛି । ବାତ୍ୟା ଆଶ୍ରୟ ସ୍ଥଳୀ, ସ୍କୁଲ ଘର ଓ ଅନ୍ୟାନ୍ୟ ପକ୍କା ଘର ପ୍ରସ୍ତୁତ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଗୋ ମାତାଙ୍କ ସୁରକ୍ଷା ଲାଗି ପଦକ୍ଷେପ ନେବାକୁ କୁହାଯାଇଛି । ରାଜ୍ୟସ୍ତରରେ ଓ ଜିଲ୍ଲାପାଳ ଅଫିସରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବ । ପରିସ୍ଥିତିକୁ ନଜରରେ ରଖି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ ।

ବାତ୍ୟା ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ନଥିଲେ ବି ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି । ୧୧ ଟି ବିଭାଗକୁ ସଜାଗ ରହିବାକୁ କୁହାଯାଇଛି । ଗତ ସୋମବାରଠୁ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିଛି । ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରି ରଖିବା ସହ ଆବଶ୍ୟକତା ସ୍ଥଳେ ସ୍ଥାନାନ୍ତରିତ ପାଇଁ ଜିଲ୍ଲାପାଳ ନିଷ୍ପତ୍ତି ନେବେ । ଗାଁ ସ୍ତରରେ ଇଭାକ୍ୟୁସେନ ପ୍ଲାନ କରାଯିବ । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୭ ତାରିଖରୁ ବଙ୍ଗୋପସାଗର ଭିତରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଫଳରେ ୭ ତାରିଖରୁ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ତଟବର୍ତ୍ତୀ ଅଞ୍ଚଳ ଗୁଡିକ ପାଇଁ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ସମୁଦ୍ର ଭିତରେ ବାତ୍ୟା ନେଇ ପାରିପାର୍ଶ୍ୱିକ ସ୍ଥିତି ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ଗତିପଥ ସମ୍ପୂର୍ଣ୍ଣ ସ୍ପଷ୍ଟ ହେବ । ଯଦି ବାତ୍ୟା ହୁଏ ଏହା ଭାରତୀୟ ଉପକୂଳରେ ସ୍ଥଳଭାଗ ଛୁଇଁବ କି ନାହିଁ ତାହା ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.