ETV Bharat / state

ଦଳୀୟ କର୍ମୀଙ୍କ ଦ୍ୱାରା ହଟହଟା ହେଲେ ଚିଲିକା ପୂର୍ବତନ ବିଧାୟକ ରଘୁନାଥ ସାହୁ

author img

By

Published : Feb 10, 2022, 7:38 PM IST

Updated : Feb 10, 2022, 7:48 PM IST

ଦଳୀୟ କର୍ମୀଙ୍କ ଦ୍ୱାରା ହଟହଟା ହେଲେ ଚିଲିକା ପୂର୍ବତନ ବିଧାୟକ ରଘୁନାଥ ସାହୁ
ଦଳୀୟ କର୍ମୀଙ୍କ ଦ୍ୱାରା ହଟହଟା ହେଲେ ଚିଲିକା ପୂର୍ବତନ ବିଧାୟକ ରଘୁନାଥ ସାହୁ

ବର୍ତ୍ତମାନ ବିଜେଡିରୁ ନିଲମ୍ବିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବଂ ପୂର୍ବତନ ଚିଲିକା ବିଜେଡି ବିଧାୟକ ରଘୁନାଥ ସାହୁଙ୍କ ମଧ୍ୟରେ ତିକ୍ତତା ଶୀର୍ଷରେ ଥିବାବେଳେ ଆଜି(ଗୁରୁବାର) ତାହା ବିସ୍ଫୋରଣର ରୂପ ନେଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଖୋର୍ଦ୍ଧା: ପଞ୍ଚାୟତ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଛି । ବର୍ତ୍ତମାନ ବିଜେଡିରୁ ନିଲମ୍ବିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବଂ ପୂର୍ବତନ ଚିଲିକା ବିଜେଡି ବିଧାୟକ ରଘୁନାଥ ସାହୁଙ୍କ ମଧ୍ୟରେ ତିକ୍ତତା ଶୀର୍ଷରେ ଥିବାବେଳେ ଆଜି(ଗୁରୁବାର) ତାହା ବିସ୍ଫୋରଣର ରୂପ ନେଇଥିବା ଦେଖିବାକୁ ମିଳିଛି । ଗତ ବିଧାନସଭା ନିର୍ବାଚନରେ ରଘୁନାଥ ସାହୁଙ୍କ ସହଯୋଗରେ ପ୍ରଶାନ୍ତ ଜଗଦ୍ଦେବ ଚିଲିକା ବିଧାୟକ ହୋଇଥିବାବେଳେ ଧୀରେ ଧୀରେ ରଘୁନାଥ ସାହୁଙ୍କୁ, ଜଗଦ୍ଦେବ କଣଠେସା କରୁଥିବା ଅଭିଯୋଗ ହେଉଥିଲା ।

ଦଳୀୟ କର୍ମୀଙ୍କ ଦ୍ୱାରା ହଟହଟା ହେଲେ ଚିଲିକା ପୂର୍ବତନ ବିଧାୟକ ରଘୁନାଥ ସାହୁ

ପରିସ୍ଥିତି ଏପରି ହେଲା ଯେ, ପଞ୍ଚାୟତ ନିର୍ବାଚନ ଟିକେଟ ବଣ୍ଟନର ଶେଷ ମୁହୂର୍ତ୍ତ ଯାଏଁ ରଘୁନାଥ ସାହୁ ତାଙ୍କ ସମର୍ଥକଙ୍କୁ ଟିକେଟ ପାଇଁ ଭରସା ଦେଇଥିଲେ ସୁଦ୍ଧା ତାହା ଫସର ଫାଟିଗଲା । ଦଳ ପକ୍ଷରୁ ବିଧାୟକଙ୍କ ସମର୍ଥିତ ପ୍ରାର୍ଥୀମାନେ ଟିକେଟ ପାଇଲେ । କିନ୍ତୁ, ଆଜି ବାଣପୁର ବ୍ଲକ ଅନ୍ତର୍ଗତ ମାଳି ଗୋବିନ୍ଦପୁର ଗ୍ରାମକୁ ରଘୁନାଥ ସାହୁ ଆସିଥିବା ବେଳେ ତାଙ୍କୁ ବିଜେଡିର ପ୍ରାର୍ଥୀମାନେ ପ୍ରବଳ ବିରୋଧ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ରଘୁନାଥ ସାହୁ ଦଳରେ ଥାଇ ବିଜେପି ପାଇଁ ପ୍ରଚାର କରୁଛନ୍ତି ଏବଂ ଘର ଶତ୍ରୁ ବିଭୀଷଣ ଭୂମିକା ନିଭାଉଛନ୍ତି । ତେବେ ରଘୁନାଥ ସାହୁଙ୍କୁ ପଚାରିବାରୁ ସେ ଏହାକୁ ଖଣ୍ଡନ କରିଛନ୍ତି । ଜନସାଧାରଣଙ୍କୁ ଭେଟିବା ତାଙ୍କର ମୌଳିକ ଅଧିକାର । ତାଙ୍କୁ ଏଥିରୁ କ’ଣ ପାଇଁ ବାରଣ କରାଯାଉଛି ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated :Feb 10, 2022, 7:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.