ETV Bharat / state

ଅଗ୍ନିଶମ ବିଭାଗର ବିଶାଳ ରୋଡ଼ ଶୋ, ସଚେତନତା ପାଇଁ ରାଜଧାନୀରେ ଗଣଦୌଡ଼

author img

By

Published : Apr 16, 2023, 10:55 PM IST

ଅଗ୍ନିଶମ ବିଭାଗର ବିଶାଳ ରୋଡ଼ ଶୋ
ଅଗ୍ନିଶମ ବିଭାଗର ବିଶାଳ ରୋଡ଼ ଶୋ

ଅଗ୍ନିଶମ ସହିଦ ଦିବସ ଅବସରରେ ଭୁବନେଶ୍ବରରେ ହେଲା ବିଶାଳ ରୋଡ଼ ଶୋ । ଜରୁରୀକାଳୀନ ସେବା ସମୟରେ ଅଗ୍ନିଶମ ବିଭାଗର ଭୂମିକା ଓ ବ୍ୟବହାର କରୁଥିବା ଯନ୍ତ୍ରପାତି ଆଦି ସମ୍ପର୍କରେ ଲୋକଙ୍କୁ ଅବଗତ ପାଇଁ ଗଣଦୌଡ଼ ସହ ହୋଇଥିଲା ଏହି ରୋଡ଼ ଶୋ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଜରୁରୀକାଳୀନ ସେବା ବା ଅଗ୍ନିଶମ ବିଭାଗର ବୀରତ୍ବ ଦେଖିଲା ଭୁବନେଶ୍ବର । ଅଗ୍ନିଶମ ସହିଦ ଦିବସ ଅବସରରେ ଭୁବନେଶ୍ବରରେ ହେଲା ବିଶାଳ ରୋଡ଼ ଶୋ । ଅଗ୍ନିଶମ ବିଭାଗ ପକ୍ଷରୁ ଆୟୋଜିତ ଗଣ ଦୌଡ଼ରେ ସାମିଲ ହୋଇଥିଲେ ରାଜଧାନୀବାସୀ । ସହରରେ ଜରୁରୀକାଳୀନ ସେବା ସମୟରେ ଅଗ୍ନିଶମ ବିଭାଗର ଭୂମିକା ଓ ବ୍ୟବହାର କରୁଥିବା ଯନ୍ତ୍ରପାତି ଆଦି ସମ୍ପର୍କରେ ଲୋକଙ୍କୁ ଅବଗତ ପାଇଁ ଗଣଦୌଡ଼ ସହ ହୋଇଥିଲା ଏହି ରୋଡ଼ ଶୋ । ଯେଉଁଥିରେ ଭୁବନେଶ୍ବର ଫାୟାର ଷ୍ଟେସନ ନିକଟ ଓଡ଼ିଶା ଫାୟାର ଡିଜାଷ୍ଟର ତାଲିମ କେନ୍ଦ୍ରରୁ ୧୫୦ ଅଗ୍ନିଶମ କର୍ମଚାରୀ ଅଗ୍ନିଶମ କାର୍ଯ୍ୟରେ ବ୍ୟବହୃତ ନିଆଁ ଲିଭା ଗାଡି, ଆମ୍ବୁଲାନ୍ସ, ହାଇଡ୍ରୋଲିକ ଭେଇକିଲ ସମେତ ବିଭିନ୍ନ ଯନ୍ତ୍ରପାତିକୁ ଜନସାଧାରଣ ଅବଗତ ପାଇଁ କଳ୍ପନା ଫାୟାର ଷ୍ଟେସନ ପର୍ଯ୍ୟନ୍ତ ୫ କିମି ଧରି ଗଣଦୌଡ଼ ସହ ରୋଡ଼ ଶୋ' କରିଥିଲେ ।

ଅଗ୍ନିଶମ ବିଭାଗର ବିଶାଳ ରୋଡ଼ ଶୋ
ଅଗ୍ନିଶମ ବିଭାଗର ବିଶାଳ ରୋଡ଼ ଶୋ

ଏଥିରେ ଜନସାଧାରଣ ସାମିଲ ହେବା ସହ ସହରବାସୀ ଏସବୁ ଆପାତକାଳୀନ ସେବାରେ ନିୟୋଜିତ ଯନ୍ତ୍ରାଂଶ ଓ ବିଭାଗ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏଥିରେ ଅଗ୍ନିଶମ ବିଭାଗର ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ସହ ଅଗ୍ନିଶମ ବିଭାଗର‌ ବରିଷ୍ଠ ଅଧିକାରୀଙ୍କ ସହ ଖେଳ ଜଗତର ତାରକା ଅନୁରାଧା ବିଶ୍ବାଳ ପ୍ରମୁଖ ଯୋଗଦେଇଥିଲେ । ତେବେ ଲୋକଙ୍କ ବିପଦ ଆପଦ ସମୟର ସାଥୀ ଭାବେ ଓଡ଼ିଶା ଅଗ୍ନିଶମ ବିଭାଗ ଯୋଡ଼ି ହୋଇରହିଛି । ବିଗତ ଦିନରେ ବିପର୍ଯ୍ୟୟ ମୁକାବିଲାଠାରୁ ଆରମ୍ଭ କରି ପ୍ରାକୃତିକ ଦୁର୍ବିପାକ, ବଡବଡ ଅଘଟଣ ସହ ଅଗ୍ନିକାଣ୍ଡ ଭଳି ପରିସ୍ଥିତିକୁ ମୁକାବିଲା କରି ଆସୁଛି । ଯାହାକୁ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ୧୧୨ ଆପାତକାଳୀନ ହେଲ୍ପଲାଇନ ଯୋଗେ ଏକ ଆପାତକାଳୀନ ସେବା ଭାବେ ପୋଲିସ ଓ ଆମ୍ବୁଲାନ୍ସ ସହ ଯୋଡିଛନ୍ତି । ଓଡ଼ିଶାରେ ଅଗ୍ନିଶମ ନିରାପତ୍ତା ବ୍ଯବସ୍ଥାକୁ ସୁଦୃଢ କରିବା ପାଇଁ ଓଡ଼ିଶା ଅଗ୍ନିଶମ ସେବା ଅଧିନିୟମ ୧୯୯୩ ଅନୁଯାୟୀ ପ୍ରଣୟନ ହୋଇ କାର୍ଯକାରୀ ହୋଇ ଆସୁଥିଲା । ଯାହାର ଦାୟିତ୍ବବୋଧକୁ ଉପଲବ୍ଧି କରି ଓଡ଼ିଶା ସରକାର ଓଡ଼ିଶା ଅଗ୍ନିଶମ ଅଧିନିୟମ ସଂଶୋଧନ କରି ୨୦୨୨ ବିଲ ପାରିତ କରିଥିଲେ । ପରେ ଏନେଇ ଅଗ୍ନି ନିରାପତ୍ତା ନେଇ ବିଭିନ୍ନ ପ୍ରତିଷ୍ଠାନ ପାଇଁ ନିୟମ ସହ ଖିଲାପକାରୀଙ୍କ ପାଇଁ ଦଣ୍ଡବିଧାନ ଓ ଆଇନଗତ କାର୍ଯ୍ୟାନୁଷ୍ଠାନର ପ୍ରାବଧାନ ରଖାଯାଇଛି ।

ଅଗ୍ନିଶମ ବିଭାଗର ବିଶାଳ ରୋଡ଼ ଶୋ
ଅଗ୍ନିଶମ ବିଭାଗର ବିଶାଳ ରୋଡ଼ ଶୋ

ଏହାସହ ଅଗ୍ନିଶମ ସେବାର ଆଧୁନିକୀକରଣ ପାଇଁ ଅତ୍ୟାଧୁନିକ ଯନ୍ତ୍ରାଂଶ ସହ ଆଗାମୀ ୫୦ ବର୍ଷ ପାଇଁ ସରକାର ଏହାର ଆଧୁନିକୀକରଣ ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ସାରା ରାଜ୍ୟରେ ଅଗ୍ନିଶମ ଓ ଆପାତକାଳୀନ ସେବା ପାଇଁ ୩ଟି ରେଞ୍ଜରେ ବିଭକ୍ତ କରି କଟକ, ବ୍ରହ୍ମପୁର ଓ ସମ୍ବଲପୁରରେ ରେଞ୍ଜ କାର୍ଯ୍ୟାଳୟ ଖୋଲି ସାରା ଓଡ଼ିଶାରେ ୩୪୧ଟି ଅଗ୍ନିଶମ ସେବାକେନ୍ଦ୍ର ଯୋଗେ ସେବା ଯୋଗାଇ ଦିଆଯାଉଛି । ଏହାସହ ଆପାତକାଳୀନ ସମୟରେ ତୁରନ୍ତ ପହଞ୍ଚି ରେସ୍କ୍ୟୁ କରିବା ବା ନିଆଁ ଲିଭାଇବା ଭଳି ପରିସ୍ଥିତି ମୁକାବିଲା ପାଇଁ ସ୍ବତନ୍ତ୍ର ରିଜର୍ଭ ଫାୟାର ଫୋର୍ସ ମଧ୍ୟ ଗଠନ କରାଯାଇଛି । ଯାହକି ଯେ କୌଣସି ମୁହୂର୍ତ୍ତରେ ଏମାନେ ସ୍ପେଶାଲ ଫୋର୍ସ ଭାବେ ମୁକାବିଲା କରିବେ । ତେବେ ସାରା ଭାରତ ବର୍ଷରେ ୨୦୨୧ରେ ଦେଶର ଶ୍ରେଷ୍ଠ ଅଗ୍ନିସେବା ଅନୁଷ୍ଠାନ ଭାବେ ଓଡ଼ିଶା ଅଗ୍ନିଶମ ବିଭାଗ ସମ୍ମାନିତ ହୋଇଛି । ଏପରିକି ଅତୀତରେ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ବିଭିନ୍ନ ରାଜ୍ୟର ଆପାତକାଳୀନ ସେବାରେ ଓଡ଼ିଶା ଅଗ୍ନିଶମ ବିଭାଗ ନିୟୋଜିତ ହୋଇ ବେଶ ସୁନାମ ଅର୍ଜନ କରିଛି ।

ଅଗ୍ନିଶମ ବିଭାଗର ବିଶାଳ ରୋଡ଼ ଶୋ
ଅଗ୍ନିଶମ ବିଭାଗର ବିଶାଳ ରୋଡ଼ ଶୋ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.