ETV Bharat / politics

ବଲାଙ୍ଗୀର ଜିଲ୍ଲାକୁ ଭିକେ ପାଣ୍ଡିଆନଙ୍କ ମାରାଥନ ଗସ୍ତ, ଦଳୀୟ ପ୍ରାର୍ଥୀଙ୍କ ପାଇଁ କଲେ ଭୋଟ ଭିକ୍ଷା - VK Pandian In Balangir Campaign

author img

By ETV Bharat Odisha Team

Published : May 16, 2024, 11:03 PM IST

VK Pandian In Balangir Campaign: ବଲାଙ୍ଗୀର ଜିଲ୍ଲାରେ ଦଳୀୟ ପ୍ରାର୍ଥୀ ମାନଙ୍କ ପାଇଁ ସମର୍ଥନ ମାଗିଲେ ବିଜେଡି ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ । କଣ୍ଟାବାଞ୍ଜି, ସଇଁତଳା ଓ ପୁଇନ୍ତଲା ଠାରେ ହୋଇଥିବା ଜନସଭାରେ ଯୋଗ ଦେଇଥିଲେ ପାଣ୍ଡିଆନ । ଅଧିକ ପଢନ୍ତୁ

VK Pandian In Balangir Campaign
VK Pandian In Balangir Campaign (ETV Bharat Odisha)

VK Pandian In Balangir Campaign (ETV Bharat Odisha)

ବଲାଙ୍ଗୀର: ଜିଲ୍ଲାକୁ ମାରାଥନ ଗସ୍ତରେ ଓଡ଼ିଶା ୫ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । କଣ୍ଟାବାଞ୍ଜି, ସଇଁତଳା ଓ ପୁଇନ୍ତଲା ଠାରେ ହୋଇଥିବା ଜନସଭାରେ ଯୋଗ ଦେଇଛନ୍ତି ପାଣ୍ଡିଆନ । ସେ ପ୍ରଥମେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ସଇଁତଳା ଠାରେ ସେ ବିଶାଳ ଜନସଭାକୁ ଉଦବୋଧନ ଦେଇଥିଲେ । ଯେଉଁଠି ତାଙ୍କ ସହିତ ମନ୍ତ୍ରୀ ଟୁକୁନି ସାହୁ, ବିଜେଡି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂହ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ସେ ପରେ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଭୋଟ ପ୍ରଚାର କରିଥିଲେ ।

ଏହା ମଧ୍ୟ ପଢନ୍ତୁ ... ରାଜଧାନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ୍ ସୋ', LIVE - CM NAVEEN ROAD SHOW

ସୂଚନାଯୋଗ୍ୟ ଯେ କଣ୍ଟାବାଞ୍ଜିରୁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି । ଯେଉଁଥି ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏଠି ରୋଡ ସୋ କରିବା ସହ ଏକ ବିଶାଳ ଜନ ସଭାକୁ ଉଦବୋଧନ ଦେଇଥିଲେ । ଏହାପରେ ପାଟଣାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଯାଇ ବିଜେଡି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂହ ଭୋଇ ଓ ବିଜେଡି ବିଧାନସଭା ପ୍ରାର୍ଥୀ ସରୋଜ ମେହେରଙ୍କ ପାଇଁ ଭୋଟ ପ୍ରଚାର କରିବା ସହ ଜନ ସଭାକୁ ଉଦବୋଧନ ଦେଇଥିଲେ । ସମାନ ଢଙ୍ଗରେ ସେ ନିଜର ଶେଷ ଗସ୍ତରେ ବଲାଙ୍ଗୀର ଲୋଇସିଂହା ନିର୍ବାଚନ ମଣ୍ଡଳୀର ଗଇନ୍ତଲା ଠାରେ ଏକ ବିଶାଳ ଜନ ସଭାକୁ ଅଭିଭାଷଣ ଦେଇଥିଲେ ।

ଗଇନ୍ତଲା ସଭାରେ ବିଜେଡିକୁ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠା ଟାଣ କରନ୍ତୁ ଓ ତାଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବା ପାଇଁ ଆଶୀର୍ବାଦ କରନ୍ତୁ ବୋଲି ସେ କହିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ଓ ଯେଉଁଦିନ ସେ ଶପଥ ନେବେ ସେହି ଦିନ ତିନୋଟି ଗୁରୁତ୍ଵପୂର୍ଣ୍ଣ ଯୋଜନା ଉପରେ ଦସ୍ତଖତ କରିବେ ବୋଲି ସେ କହିଛନ୍ତି । ଯେଉଁଥିରେ ପ୍ରଥମେ ମାଗଣା ବିଜୁଳି ଫାଇଲ ସେ ଦସ୍ତଖତ କରିବେ ଯାହାଦ୍ଵାରା ଓଡ଼ିଶାର 90 ପ୍ରତିଶତ ଲୋକ ଉପକୃତ ହେବେ । ସେହିପରି ଦ୍ଵିତୀୟରେ ମିଶନ ଶକ୍ତି ମା ମାନଙ୍କୁ ଷାଠିଏ ବର୍ଷ ଆୟୁ ପରେ ପେନସନ ଦିଆଯିବ ଏବଂ ତୃତୀୟରେ ବିଏସକେୱାଇ କାର୍ଡରେ ଏଣିକି ସମସ୍ତେ ଉପକୃତ ହେବେ । ଯେଉଁଥିରେ ସରକାରୀ ଚାକିରିଆ ମଧ୍ୟ ଲାଭ ପାଇବେ ଓ ମାଗଣା ଚିକିତ୍ସା ସୁବିଧା ପାଇବେ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.