ETV Bharat / state

Audit Week: ଆର୍ଥିକ ଶୃଙ୍ଖଳା ଦେଶ ପ୍ରଗତିର ମୂଳମନ୍ତ୍ର

author img

By

Published : Nov 23, 2022, 7:49 AM IST

Audit Week: ଆର୍ଥିକ ଶୃଙ୍ଖଳା ଦେଶ ପ୍ରଗତିର ମୂଳମନ୍ତ୍ର
Audit Week: ଆର୍ଥିକ ଶୃଙ୍ଖଳା ଦେଶ ପ୍ରଗତିର ମୂଳମନ୍ତ୍ର

ମହାଲେଖାକାର କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଅଡିଟ ସପ୍ତାହର ଦ୍ଵିତୀୟ ଦିବସ । ରାଜ୍ୟର ଆୟ ବ୍ୟୟର ହିସାବ ତଥା ଅବସରକାଳୀନ ଦେୟ ପ୍ରଦାନରେ ମହାଲେଖାକାର କାର୍ଯ୍ୟାଳୟର ଭୂମିକା ଉପରେ ଲୋକସେବା ଭବନରେ ଆଲୋଚନା ହୋଇଛି । ଏହି ଆଲୋଚନା ଚକ୍ରରେ ଇଷ୍ଟକୋଷ୍ଟ ରେଳବାଇର ଅଡିଟ ମହାନିର୍ଦ୍ଦେଶକ ବିଭୁଦତ୍ତ ବସନ୍ତିଆ, ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା ଓ ମହାଲେଖାକାର ଅଡିଟ ବିଶ୍ୱନାଥ ସିଂହ ଜାଦୋନ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ମହାଲେଖାକାର କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଅଡିଟ ସପ୍ତାହର ଦ୍ଵିତୀୟ ଦିବସ । ରାଜ୍ୟର ଆୟ ବ୍ୟୟର ହିସାବ ତଥା ଅବସରକାଳୀନ ଦେୟ ପ୍ରଦାନରେ ମହାଲେଖାକାର କାର୍ଯ୍ୟାଳୟର ଭୂମିକା ଉପରେ ଲୋକସେବା ଭବନରେ ଆଲୋଚନା ହୋଇଛି । ଏହି ଆଲୋଚନା ଚକ୍ରରେ ଇଷ୍ଟକୋଷ୍ଟ ରେଳବାଇର ଅଡିଟ ମହାନିର୍ଦ୍ଦେଶକ ବିଭୁଦତ୍ତ ବସନ୍ତିଆ, ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା ଓ ମହାଲେଖାକାର ଅଡିଟ ବିଶ୍ୱନାଥ ସିଂହ ଜାଦୋନ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଛନ୍ତି ।

ଅବସର ଗ୍ରହଣ କରିଥିବା ଅବସରପ୍ରାପ୍ତ କର୍ମଚାରୀଙ୍କ ଦେୟ ପ୍ରଦାନ କରିବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିଛି । ବର୍ଷ ବର୍ଷ ଧରି ପଡିରହୁଥିବା ଆବେଦନକୁ ବିଚାରକୁ ନେଇ ତୁରନ୍ତ ଅବସରକାଳୀନ ଦେୟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏ.ଜି କାର୍ଯ୍ୟାଳୟରେ ତୁରନ୍ତ ଫଇସଲା କରାଯାଇ ଦେୟ ପ୍ରଦାନ କରାଯାଉଛି ବୋଲି ଇଷ୍ଟକୋଷ୍ଟ ରେଳବାଇର ଅଡିଟ ମହାନିର୍ଦ୍ଦେଶକ ବିଭୁଦତ୍ତ ବସନ୍ତିଆ କହିଛନ୍ତି । ଅବସରକାଳୀନ ଆବେଦନ ମହାଲେଖାକାର କାର୍ଯ୍ୟାଳୟରେ ପହଞ୍ଚିବାର 30 ଦିନ ମଧ୍ୟରେ ଫଇସଲା ହେବା ଦ୍ବାରା ଆଉ କୌଣସି ଆବେଦନ ଏ.ଜି କାର୍ଯ୍ୟାଳୟରେ ପଡି ରହୁନାହିଁ ବୋଲି ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା କହିଛନ୍ତି । ଏହା ସହ ଅବସର ଗ୍ରହଣ କରିବାକୁ ଥିବା କର୍ମଚାରୀମାନେ ସେମାନଙ୍କ ଆବେଦନ ଅନଲାଇନ ମାଧ୍ୟମରେ ଆବେଦନ କଲେ ଅବସରକାଳୀନ ଦେୟ ଆହୁରି ଶୀଘ୍ର ହେବା ବୋଲି ସେ କହିଛନ୍ତି ।

ବରିଷ୍ଠ ଉପ ମହାଲେଖାକାର ଶ୍ରୀରାଜ ଅଶୋକ ରାଜ୍ୟର ଆର୍ଥିକ ଶୃଙ୍ଖଳା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହା ସହ ଦେଶର ଆର୍ଥିକ ଶୃଙ୍ଖଳା ଦେଶକୁ ବିକଶିତ ଦେଶରେ ପରିଣତ କରିପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଉପ ମହାଲେଖାକାର ଏସ. ଅରୁଣା ଅବସରକାଳୀନ ଦେୟ ଅବିଳମ୍ବେ ପ୍ରଦାନ କରିବାକୁ ପଦକ୍ଷେପ ଉପରେ ମତ ରଖିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଟ୍ରେଜେରୀ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ପ୍ରଣତି ଛୋଟରାୟ, ଅତିରିକ୍ତ ନିର୍ଦ୍ଦେଶକ ଡ଼ ସତ୍ୟପ୍ରିୟ ରଥ ଓ ରାଜ୍ୟ ସ୍ୱଳ୍ପ ସଂଚୟ ଯୋଜନା ନିର୍ଦ୍ଦେଶକ ସିର୍ଦ୍ଧାର୍ଥ ଦାସ, ରାଜ୍ୟ ସରକାର ଇ ଏକାଉଣ୍ଟସ, ପେନସନ ଓ ଭବିଷ୍ୟନିଧି ପ୍ରଦାନ ଉପରେ ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋକପାତ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.