ETV Bharat / state

ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦରେ ଆମରଣ ଅନଶନରେ ବସିଲେ ଅନ୍ନଦାତା

author img

By

Published : Feb 13, 2021, 5:29 PM IST

farmers strike in khordha
ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ଆମରଣ ଅନଶନରେ ବସିଲେ ଅନ୍ନଦାତା

ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ଆମରଣ ଅନଶନ । ଅନଶନରେ ବସିଲେ ଅନ୍ନଦାତା । ଅଧିକ ପଢନ୍ତୁ...

ଖୋର୍ଦ୍ଧା : ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦରେ ଆମରଣ ଅନଶନରେ ବସିଲେ ଅନ୍ନଦାତା । ସରକାର ଚାଷୀଙ୍କ ପାଇଁ ଦେଉଥିବା ସର୍ବନିମ୍ନ ସହାୟକ ମୂଲ୍ୟରୁ ବଞ୍ଚିତ ହେଉଛନ୍ତି ଚାଷୀ । ଯାହାଫଳରେ ବାଧ୍ୟହୋଇ ଆମରଣ ଅନଶନକୁ ଓହ୍ଲାଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଶ୍ରୀଚନ୍ଦନପୁର ପାଟଣା ସେବା ସମବାୟ ସମିତିରେ । ଚାଷୀଙ୍କ କଷ୍ଟ ଅର୍ଜିତ ଫସଲକୁ କିଣିବା ପାଇଁ ସରକାରଙ୍କ କଡା ନିର୍ଦ୍ଦେଶ ଥିବାବେଳେ ଯୋଗାଣ ଅଧିକାରୀ ଏବଂ ମିଲର ମଧ୍ୟରେ ଥିବା ମଧୁଚନ୍ଦ୍ରିକା ପାଇଁ ଏହା ସମ୍ଭବ ହେଉନଥିବା ଅଭିଯୋଗ ଆଣିଛି ଚାଷୀ ।

ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ଆମରଣ ଅନଶନରେ ବସିଲେ ଅନ୍ନଦାତା

ଗତ ଜାନୁଆରୀ ମାସର ଧାନ ବିକ୍ରି କରିବା ପାଇଁ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଅବଗତ କରାଯାଇଥିଲା । ମିଲର ଧାନ ଉଠାଉନଥିବା ଅଭିଯୋଗ ହୋଇଛି । ସେହିଭଳି ମିଲର ସମିତିକୁ ଅଖା ନ ଦେଇ ଚାଷୀଙ୍କ ଅଖାକୁ ହରିଲୁଟ କରୁଥିବା ଅଭିଯୋଗ କରିଛନ୍ତି ଚାଷୀ । ସେହିଭଳି ଚାଷୀଙ୍କ କଷ୍ଟ ଅର୍ଜିତ ଫସଲରୁ କଟନୀ ଛଟନୀ ମାଧ୍ୟମରେ ମିଲର ଲାଭବାନ ହେଉଥିବା ଅଭିଯୋଗ ହୋଇଛି । ସେପଟେ ମିଲର ଏବଂ ଯୋଗାଣ ବିଭାଗ କର୍ମଚାରୀଙ୍କ ମଧୁଚନ୍ଦ୍ରିକାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ଚାଷୀ । ଆଜକୁ ଦୁଇଦିନ ଧରି ଚାଷୀମାନେ ସମବାୟ ସମିତି ଆଗରେ ଆମରଣ ଅନଶନ କରୁଥିବା ବେଳେ କୌଣସି ବିଭାଗୀୟ କର୍ମଚାରୀ ଚାଷୀଙ୍କ ପାଖରେ ପହଞ୍ଚି ନଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ତା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.