ETV Bharat / state

ସତର୍କ କରାଇଲା ରେଳ ବିଭାଗ, ଟ୍ରେନ ଯାତ୍ରା ସମୟରେ ବିସ୍ଫୋରକ ଜିନିଷ ନେଲେ ଭୋଗିବେ ଜେଲ୍‌ ଦଣ୍ଡ !

author img

By ETV Bharat Odisha Team

Published : Nov 5, 2023, 7:36 AM IST

Etv Bharatଟ୍ରେନ ଯାତ୍ରା ସମୟରେ ବିସ୍ଫୋରକ ଜିନିଷ ନନେବା ପାଇଁ ଦେଲା ପରାମର୍ଶ
Etv Bharatଟ୍ରେନ ଯାତ୍ରା ସମୟରେ ବିସ୍ଫୋରକ ଜିନିଷ ନନେବା ପାଇଁ ଦେଲା ପରାମର୍ଶ

ଯାତ୍ରୀମାନଙ୍କ ସୁରକ୍ଷାକୁ ନେଇ ବଡ଼ ନିଷ୍ପତ୍ତି ନେଇଛି ରେଳ ବିଭାଗ । ଟ୍ରେନରେ ବାଣ ଅଥବା ବିସ୍ଫୋରକ ପଦାର୍ଥ ପରିବହନକୁ ବାରଣ ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛି ରେଳବାଇ । ବିସ୍ଫୋରକ ଜିନିଷ ପରିବହନ କରିବା ରେଳବାଇ ଅଧିନିୟମ, 1989 ଅନୁଯାୟୀ ଦଣ୍ଡନୀୟ ଅପରାଧ ଅଟେ । ଏଥିପାଇଁ ଭୋଗିବାକୁ ପଡିବ 3 ବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ପାଖେଇ ଆସୁଛି ଦୀପାବଳୀ । ପାର୍ବଣକୁ ସମୟରେ ରେଳ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥାଏ । ଯାତ୍ରୀମାନଙ୍କ ସୁରକ୍ଷାକୁ ନେଇ ବଡ଼ ନିଷ୍ପତ୍ତି ନେଇଛି ରେଳ ବିଭାଗ । ଯାତ୍ରୀ ଏବଂ ମେଲ୍‌/ ଏକ୍ସପ୍ରେସ୍‌ ଟ୍ରେନରେ ବାଣ ଅଥବା ବିସ୍ଫୋରକ ପଦାର୍ଥ ପରିବହନକୁ ବାରଣ ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛି ରେଳବାଇ । ଟ୍ରେନ୍ ଯାତ୍ରା ସମୟରେ ବିସ୍ଫୋରକ ଜନିତ ଜିନିଷ ବହନ କରିବାକୁ କଠୋର ନିଷେଧ କରାଯାଇଛି । ଦୀପାବଳି ଉତ୍ସବ ସମୟରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଟ୍ରେନରେ ଜ୍ୱଳନ୍ତ ଜିନିଷ ବହନ ନକରିବା ପାଇଁ ଏକ ସ୍ୱତନ୍ତ୍ର ସୁରକ୍ଷା ପ୍ରକ୍ରିୟା ପୂର୍ବତଟ ରେଳପଥ ପକ୍ଷରୁ ଆରମ୍ଭ କରାଯାଇଛି ।

ଟ୍ରେନ ଯାତ୍ରା ସମୟରେ ବିସ୍ଫୋରକ ଜିନିଷ ନନେବା ପାଇଁ ଦେଲା ପରାମର୍ଶ
ଟ୍ରେନ ଯାତ୍ରା ସମୟରେ ବିସ୍ଫୋରକ ଜିନିଷ ନନେବା ପାଇଁ ଦେଲା ପରାମର୍ଶ

ଏହାର ସମସ୍ତ ତିନୋଟି ରେଳବାଇ ମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ସମ୍ବଲପୁର ଏବଂ ୱାଲ୍ଟିୟାରକୁ କଡ଼ା ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ରେଳ ଯାତ୍ରା ସମୟରେ ଯାତ୍ରୀମାନଙ୍କ ଚଳପ୍ରଚଳ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପୂର୍ବତଟ ରେଳପଥ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି । ଯାତ୍ରୀ ଓ ରେଳ ନିରାପତ୍ତା ପାଇଁ ଉଭୟ ରେଳବାଇ ସୁରକ୍ଷା ବଳ ଓ ସରକାରୀ ରେଳବାଇ ପୋଲିସକୁ ସଜାଗ ରଖାଯାଇଛି । ଏହା ବ୍ୟତୀତ ଯାତ୍ରୀମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଟ୍ରେନ୍‌ ଟିକେଟ ଯାଞ୍ଚ କର୍ମଚାରୀ, କୋଚ୍‌ ଆଟେଣ୍ଡାଣ୍ଟ୍‌, ଟ୍ରେନ୍‌ ମ୍ୟାନେଜର, ଷ୍ଟେସନ୍‌ ମ୍ୟାନେଜରମାନଙ୍କୁ ମଧ୍ୟ ଯାତ୍ରୀମାନଙ୍କ ଗତିବିଧି ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...AP train accident: ଉଦ୍ଧାରକାର୍ଯ୍ୟ ଶେଷ ହେବା ପରେ ଗଡିଲା ପ୍ରଥମ ଟ୍ରେନ, ଦେଖନ୍ତୁ ଆକାଶ ମାର୍ଗରୁ ଦୃଶ୍ୟ

ଯଦି କୌଣସି ଯାତ୍ରୀ ଜ୍ୱଳନ୍ତ ଜିନିଷ କିମ୍ବା ଆତସବାଜି ନେଉଥିବାର ଦେଖାଯାଏ, ତେବେ ଟ୍ରେନ୍‌ ଯାତ୍ରୀମାନଙ୍କୁ ବିପଦରୁ ରକ୍ଷା କରିବା ପାଇଁ ସହ-ଯାତ୍ରୀମାନଙ୍କୁ ରେଳ ସୁରକ୍ଷା ବଳ(ଆରପିଏଫ୍‌) ଏବଂ ସରକାରୀ ରେଳ ପୋଲିସ (GRP) କର୍ମକର୍ତ୍ତା, ଟିଟିଇ, କୋଚ୍‌ ଆଟେଣ୍ଡାଣ୍ଟ୍‌, ଷ୍ଟେସନ୍‌ ପରିଚାଳକ, ଟ୍ରେନ୍‌ର ମ୍ୟାନେଜରମାନଙ୍କୁ ସୂଚନା ଦେବାକୁ ଅନୁରୋଧ କରିଛି ପୂର୍ବତଟ ରେଳପଥ । ଯାତ୍ରୀମାନେ ଟ୍ରେନ୍ ଚଳାଚଳ ସମ୍ବନ୍ଧୀୟ କୌଣସି ଘଟଣା ବିଷୟରେ ଜଣାଇବାକୁ ହେଲ୍ପ୍‌ଲାଇନ୍ ନମ୍ବର 139କୁ ମଧ୍ୟ ଫୋନ୍‌ କଲ କରିପାରିବେ । ଟ୍ରେନ୍ ଯାତ୍ରା ସମୟରେ ଦହନଶୀଳ ପଦାର୍ଥ ଯଥା ବାଣ, ଗ୍ୟାସ୍ ସିଲିଣ୍ଡର, ଏସିଡ୍, ପେଟ୍ରୋଲ୍, କିରୋସିନି ଇତ୍ୟାଦି ଜ୍ୱଳନ୍ତ ତଥା ବିସ୍ଫୋରକ ଜିନିଷ ପରିବହନ କରିବା ରେଳବାଇ ଅଧିନିୟମ, 1989 ଅନୁଯାୟୀ ଦଣ୍ଡନୀୟ ଅପରାଧ ଅଟେ । ଏଥିପାଇଁ ଅପରାଧୀ 3 ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ପାଇପାରନ୍ତି । ଟ୍ରେନ୍ ଯାତ୍ରାକୁ ଅଧିକ ନିରାପଦ କରିବା ପାଇଁ ପୂର୍ବତଟ ରେଳପଥ ଯାତ୍ରୀମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛି । ପରିବହନ ନକରିବା ସହ ସେମାନଙ୍କ ସହ-ଯାତ୍ରୀମାନଙ୍କୁ ଜ୍ୱଳନ୍ତ କିମ୍ବା ବିସ୍ଫୋରକ ଜିନିଷ ଟ୍ରେନ୍‌ରେ ବହନ ନକରିବାକୁ ପରାମର୍ଶ ମଧ୍ୟ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.