ETV Bharat / state

ଗୁଳିମାଡ଼ରେ ଆହତ ନିଶା ବେପାରୀ ମୃତ

author img

By

Published : Jun 10, 2023, 8:57 AM IST

ଖୋର୍ଦ୍ଧାରେ ନିଶା ବେପାରୀଙ୍କୁ ଗୁଳିମାଡ ଘଟଣା । ଚିକିତ୍ସାଧୀନ ଅବସ୍ଥାରେ ସୋମନାଥ ଭୁଜବଳଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ଗୁଳିମାଡ଼ରେ ଆହତ ନିଶା ବେପାରୀ ମୃତ
ଗୁଳିମାଡ଼ରେ ଆହତ ନିଶା ବେପାରୀ ମୃତ

ଖୋର୍ଦ୍ଧା: ସାମନ୍ତରାୟପୁର ଛକରେ ନିଶା ବେପାରୀଙ୍କୁ ଗୁଳିମାଡ ଘଟଣା । ଚିକିତ୍ସାଧୀନ ଅବସ୍ଥାରେ ନିଶା ମାଫିଆ ସୋମନାଥ ଭୁଜବଳଙ୍କ ମୃତ୍ୟୁ ହୋଇଛି । ଗୁଳିମାଡରେ ଗୁରୁତର ଆହତ ହୋଇ ସେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗୁଳି ତାଙ୍କ ହାତ, ଛାତି ଓ ପିଠିରେ ବାଜିଥିଲା । ଗତ ୭ ତାରିଖ ରାତିରେ ସାମନ୍ତରାୟପୁର ଠେଙ୍ଗାହାଟ ଛକରେ ଏକାକି ଠିଆ ହୋଇଥିବା ବେଳେ ଏକ ପିକଅପ ଭ୍ୟାନରେ କିଛି ଦୁର୍ବୃତ୍ତ ଆସି ଅତର୍କିତ ଭାବେ ସୋମନାଥଙ୍କୁ ଗୁଳିମାଡ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ପୂର୍ବ ବିବାଦକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରିଛି ଆଦର୍ଶ ଥାନା ପୋଲିସ । କିଛି ବର୍ଷ ହେବ ସୋମନାଥ ବ୍ରାଉନସୁଗାର ବେପାର କରୁଥିଲେ । ତାଙ୍କ ନାଁରେ ଥାନାରେ ଏକାଧିକ ମାମଲା ରହିଛି । ବ୍ରାଉନସୁଗାର ବେପାରକୁ ନେଇ ଗତ କିଛି ଦିନ ହେବ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହୁଥିଲା । ଗତ ବୁଧବାର ବିଳମ୍ବିତ ରାତି ପ୍ରାୟ ୧୧ଟା ସମୟରେ ସୋମନାଥ ଏବଂ ତାଙ୍କର ଭାଇ ଏକ ବିବାହ ଭୋଜି ଖାଇବାକୁ ସାମନ୍ତରାୟପୁର ଅଞ୍ଚଳକୁ ଆସିଥିଲେ । ସେ ଠେଙ୍ଗାହାଟ ଛକରେ ଛିଡା ହୋଇଥିବା ବେଳେ ଏକ ପିକଅପ ଭ୍ୟାନରେ କିଛି ଯୁବକ ଆସି ଅଚାନକ ସୋମନାଥଙ୍କ ଉପରେ ଗୁଳିବର୍ଷା କରିଥିଲେ ।

ଏହାମଧ୍ୟ ପଢନ୍ତୁ : ଅଶାନ୍ତ ଖୋର୍ଦ୍ଧା: ନିଶା ବେପାରୀଙ୍କୁ ଗୁଳିମାଡ଼

ତାଙ୍କର ଛାତି, ପିଠି ଏବଂ ଡାହାଣ ହାତରେ ଗୁଳି ବାଜିଥିଲା । ଜୀବନ ବଞ୍ଚାଇବାକୁ ସେ ପାଖରେ ଥିବା ଜଣଙ୍କ ଘରକୁ ରକ୍ତାକ୍ତ ଅବସ୍ଥାରେ ପଶି ଯାଇଥିଲେ । ଗୁଳିମାଡ ପରେ ଦୁର୍ବୃତ୍ତମାନେ ବି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏହାପରେ ସୋମନାଥ ଅନ୍ୟ ଜଣେ ଯୁବକଙ୍କ ବାଇକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇଥିଲେ । କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବ ଖବର ମିଳିଛି । ସେପଟେ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଚଳାଇଛନ୍ତି ଆଦର୍ଶ ଥାନା ଅଧିକାରୀ କହିଛନ୍ତି । ପୂର୍ବ ବିବାଦକୁ କେନ୍ଦ୍ରକରି ଏହି ଅଭାବନୀୟ କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.