ETV Bharat / state

ଜଳବାୟୁ ପରିବର୍ତ୍ତନ କି ପ୍ରଭାବ ପକାଇବ, The climate Countdown ମାଧ୍ୟମରେ ସଚେତନ କଲେ ଲେଖକ ସାଗର ପ୍ରଧାନ

author img

By

Published : Apr 6, 2023, 1:52 PM IST

Updated : Apr 6, 2023, 2:25 PM IST

ସମ୍ପ୍ରତ୍ତି ଜଳବାୟୁ ପରିବର୍ତ୍ତନ ଏକ ଗମ୍ଭୀର ସମସ୍ୟା ଭାବେ ବିଶ୍ବ ଆଗରେ ଉଭା ହୋଇଛି । ଜଳବାୟୁ ପରିବର୍ତ୍ତନର ଆମ ଜୀବନ ଜୀବିକା ଉପରେ ପ୍ରଭାବ ଓ ଏହା ପଛର କାରଣକୁ ନେଇ ଡକ୍ଟର ସାଗର ପ୍ରଧାନଙ୍କ ଦ୍ବାରା 'ଦି କ୍ଲାଇମେଟ କାଉଣ୍ଟଡାଉନ୍' ପୁସ୍ତକ ପ୍ରକାଶିତ ହୋଇଛି । ଅଧିକ ପଢନ୍ତୁ

ସାଗର ପ୍ରଧାନଙ୍କ ପୁସ୍ତକ The climet Countdown ପ୍ରକାଶିତ
ସାଗର ପ୍ରଧାନଙ୍କ ପୁସ୍ତକ The climet Countdown ପ୍ରକାଶିତ

ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନ ଏକ ଜଟିଳ ଓ ବହୁମୁଖୀ ପ୍ରସଙ୍ଗ । ସାମ୍ପ୍ରତିକ ସମୟରେ ବର୍ଦ୍ଧିତ ତାପମାତ୍ରା ଓ ଜଳବାୟୁ ପରିବର୍ତ୍ତନ ମାନବ ସମାଜ ପାଇଁ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ କରି ଏକ ସ୍ଥାୟୀ ଭବିଷ୍ୟତ ସୃଷ୍ଟି କରିବା ପାଇଁ ସାଧାରଣ ନାଗରିକ, ସରକାର ଓ ବ୍ୟବସାୟୀମାନେ ଏକାଠି ହୋଇ ପଦକ୍ଷେପ ନେବା ନିହାତି ଆବଶ୍ୟକ । ଯାହାଦ୍ୱାରା ଆମେ ଭବିଷ୍ୟତ ପିଢ଼ି ପାଇଁ ଏକ ଉନ୍ନତ ବିଶ୍ୱ ନିର୍ମାଣ କରିପାରିବା ।

ଡକ୍ଟର ସାଗର ପ୍ରଧାନଙ୍କ ସଦ୍ୟ ପ୍ରକାଶିତ ପୁସ୍ତକ 'ଦି କ୍ଲାଇମେଟ କାଉଣ୍ଟଡାଉନ୍' ଏକ ଗୁରୁତ୍ୱପୂର୍ଣ୍ଣ ପୁସ୍ତକ ଯେଉଁଥିରେ ଜଳବାୟୁ ପରିବର୍ତ୍ତନ ପଛରେ ଥିବା ବିଜ୍ଞାନ, ଆମ ଜୀବନ ଜୀବିକା ଓ ଭବିଷ୍ୟତ ଉପରେ ଏହାର ପ୍ରଭାବ, ସମାଧାନର ଉପାୟ, ଜୀବାଶ୍ମ ଇନ୍ଧନ ଜଳାଇବା ଓ ଜଙ୍ଗଲ ନଷ୍ଟ କରିବା ଭଳି ମାନବୀୟ କାର୍ଯ୍ୟକଳାପ କିପରି ବିଶ୍ୱର ତାପମାତ୍ରା ବୃଦ୍ଧି କରିବାରେ ସହାୟକ ହେଉଛି ସେ ସମ୍ବନ୍ଧରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି । ନୀତି ନିର୍ଦ୍ଧାରକ, ବୈଜ୍ଞାନିକ, ଛାତ୍ରଛାତ୍ରୀ ଏବଂ ସଚେତନ ନାଗରିକଙ୍କ ପାଇଁ ଏହା ଏକ ଉପଯୋଗୀ ପୁସ୍ତକ ଅଟେ ।

ଡ. ପ୍ରଧାନ ଜଣେ ଆଗଧାଡ଼ିର ଲେଖକ ଓ ପରିବେଶବିତ୍ ଯିଏକି ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଅଧ୍ୟୟନ କରିବା ଏବଂ ଏହାର ପ୍ରଭାବକୁ ହ୍ରାସ କରିବା ପାଇଁ ରଣନୀତି ପ୍ରସ୍ତୁତ ଦିଗରେ ଦୀର୍ଘ ବର୍ଷ ଧରି ଗବେଷଣା କରିଆସୁଛନ୍ତି । ସେ ତାଙ୍କର ଏହି ପୁସ୍ତକରେ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ହ୍ରାସ, ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ମନ୍ଥର କରିବା, ଅକ୍ଷୟ ଶକ୍ତିର ଉତ୍ସରେ ପରିବର୍ତ୍ତନ, ଅଙ୍ଗାରକାମ୍ଳ ଟିକସ ଲାଗୁ କରିବା ଏବଂ ସ୍ଥାୟୀ କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରିବା ଇତ୍ୟାଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗରେ ପଥ ପ୍ରଦର୍ଶନ କରିଛନ୍ତି । 'ଦି କ୍ଲାଇମେଟ କାଉଣ୍ଟଡାଉନ୍' ଏବେ amazon.com, ଏବଂ Kindle ଆଦିରେ ପାଠକଙ୍କ ପାଇଁ ଉପଲବ୍ଧ ।

ପ୍ରକାଶଥାଉ କି, ପରିବେଶ ସୁରକ୍ଷା ଦିଗରେ ନିଜର ଉଦ୍ୟମ ପାଇଁ ଡକ୍ଟର ସାଗର ପ୍ରଧାନଙ୍କୁ ମିଳିତ ଜାତିସଂଘ ବିଶ୍ବ ପରିବେଶ ଦିବସ ହିରୋ-୨୦୨୦ ଭାବେ ମଧ୍ୟ ନାମିତ କରିସାରିଛି । ସେ ଗତ ଏକ ଦଶନ୍ଧି ଧରି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଇଣ୍ଟରନେଟ ଅଫ୍ ଥିଙ୍ଗସ, ଇଲେକ୍ଟ୍ରୋନିକ ବର୍ଜ୍ୟବସ୍ତୁ ପରିଚାଳନା, ଅନ୍ତରୀକ୍ଷ ବିଜ୍ଞାନ ସମ୍ବନ୍ଧୀୟ ଏକାଧିକ ପୁସ୍ତକ ଓ ଅନୁସନ୍ଧାନ ଆଲେଖ୍ୟ ଆଦି ରଚନା କରିଛନ୍ତି । ଯାହାକି ବିଭିନ୍ନ ବିଶ୍ବବିଦ୍ୟାଳୟର ପାଠ୍ୟକ୍ରମରେ ସ୍ଥାନ ପାଇଛି ।

Last Updated :Apr 6, 2023, 2:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.