ETV Bharat / state

ଦିଶିବନି ରାସ୍ତାଘାଟ ! ଓଡ଼ିଶାକୁ ଘନ କୁହୁଡ଼ି ଆଲର୍ଟ

author img

By ETV Bharat Odisha Team

Published : Jan 8, 2024, 4:41 PM IST

ଆଗାମୀ 3 ଦିନ ପାଇଁ ଓଡ଼ିଶାକୁ ଘନ କୁହୁଡ଼ି ଆଲର୍ଟ
ଆଗାମୀ 3 ଦିନ ପାଇଁ ଓଡ଼ିଶାକୁ ଘନ କୁହୁଡ଼ି ଆଲର୍ଟ

Dense Fog Alert: ବର୍ତ୍ତମାନ ରାଜ୍ୟରେ ଘନ କୁହୁଡି ପାଇଁ ପାଗ ଅନୁକୂଳ ଥିବାରୁ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଘନ କୁହୁଡି ଦୃଶ୍ୟମାନ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିପାଇଁ ରାଜ୍ୟର ବିଭିନ ଜିଲ୍ଲାକୁ ତିନି ଦିନ ଯାଏ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅଧିକ ପଢ଼ନ୍ତୁ

ଆଗାମୀ 3 ଦିନ ପାଇଁ ଓଡ଼ିଶାକୁ ଘନ କୁହୁଡ଼ି ଆଲର୍ଟ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୪ଟି ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହୋଇଛି । ଦୃଶ୍ୟମାନ ଦୂରତା ୫୦ ରୁ ୨୦୦ ମିଟର ରହିଛି । ଏହାସହ ଗତ ୨୪ ଘଣ୍ଟାରେ ତାପମାତ୍ରା ସ୍ବାଭାବିକ ଠାରୁ ଦୁଇ ଡିଗ୍ରୀ ବୃଦ୍ଧି ପାଇଥିବା ବେଳେ ପାଗ ମୁଖ୍ୟତଃ ଶୁଖିଲା ରହିଛି । ବର୍ତ୍ତମାନ ରାଜ୍ୟରେ ଘନ କୁହୁଡି ପାଇଁ ପାଗ ଅନୁକୂଳ ଥିବାରୁ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଘନ କୁହୁଡି ଦୃଶ୍ୟମାନ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ତିନି ଦିନ ଯାଏ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆସନ୍ତା ୨୪ ଘଣ୍ଟାରେ ୧୪ଟି ଜିଲ୍ଲା କଟକ, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା ,କନ୍ଧମାଳ, ଝାରସୁଗୁଡା, ସୁନ୍ଦରଗଡ, କୋରାପୁଟ, ରାୟଗଡା, ଅନୁଗୁଳ, ନବରଙ୍ଗପୁରରେ ୟେଲେ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସକାଳ ସମୟରେ କୁହୁଡିର ମାତ୍ରା ଅଧିକ ରହୁଥିବାରୁ ଏହି ସମୟରେ ସତର୍କତାର ସହ ଯାତାୟାତ କରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ଘନ କୁହୁଡିକୁ ନେଇ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ଗତ ୨୪ ଘଣ୍ଟାରେ ଜି. ଉଦୟଗିରି, କୋରାପୁଟ, ଦାରିଙ୍ଗିବାଡ଼ି ଓ ଫୁଲବାଣୀ ଏହି ୪ ଜିଲ୍ଲାରେ ୧୦ ଡିଗ୍ରୀ ତଳେ ତାପମାତ୍ରା ରେକର୍ଡ ହୋଇଛି । ଆଭ୍ୟନ୍ତରୀଣ ଓଡ଼ିଶାର ଏହି ସ୍ଥାନ ଗୁଡିକରେ ଘନ କୁହୁଡି ମଧ୍ୟ ଦୃଶ୍ୟମାନ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ....ଘନ କୁହୁଡିର ମେଘମାଳାରେ ଅସ୍ତବ୍ୟସ୍ତ ଜନଜୀବନ, ଶୀତୁଆ ସକାଳରେ ଫିଟ୍ ପାଇଁ ଚାଲିଛି ଏକ୍ସରସାଇଜ୍‌

ଗତ ୨୪ ଘଣ୍ଟାରେ ରାଜ୍ୟର ସମତଳ ଅଞ୍ଚଳର ଫୁଲବାଣୀରେ ସର୍ବନିମ୍ନ ୧୦.୦ ଡିଗ୍ରୀ ଓ ପାହାଡିଆ ଅଞ୍ଚଳରେ ଜି. ଉଜୟଗିରିରେ ସର୍ବନିମ୍ନ ୭.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି । ସେହିପରି କଟକରେ 15.0 ଓ ଭୁବନେଶ୍ବରରେ 16.2 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି । ଆକାଶ ନିର୍ମଳ ଥିବାରୁ ଆଗାମୀ ୭ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ସେହିପରି ଆସନ୍ତାକାଲି ଓଡ଼ିଶାରେ ଶୁଖିଲା ପାଗ ଅଧିକ ହେବାର ସମ୍ଭାବନା ରହିଛି । ଉତ୍ତର ଉପକୂଳ ଓଡ଼ିଶାର କିଛି ଜିଲ୍ଲା ଏବଂ ଓଡିଶାର ବାକି ଜିଲ୍ଲା ଗୁଡି଼କରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ଅଧିକ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.