ETV Bharat / state

୨୦୨୩ର ଚର୍ଚ୍ଚିତ ହତ୍ୟାକାଣ୍ଡ ଓ ଡେଥ୍‌ ମିଷ୍ଟ୍ରି: ବୋହିଥିଲା ରକ୍ତ ନଦୀ, ଦୋହଲାଇ ଥିଲା ପାଓ୍ବାର କରିଡର

author img

By ETV Bharat Odisha Team

Published : Dec 27, 2023, 2:29 PM IST

Updated : Dec 27, 2023, 2:44 PM IST

Crime year Ender 2023: ଏ ବର୍ଷ ଘଟିଥିଲା ବହୁଚର୍ଚ୍ଚତ ଅପରାଧ । ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାଠୁ ଆରମ୍ଭ କରି ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁ। ଛାତିଥରା କ୍ରାଇମ୍ ସିନ୍‌ ଦେଖିଲା ଓଡିଶା । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କିଛି ଘଟଣାର ରହସ୍ୟ ଉପରୁ ପରଦା ଉଠିଥିବା ବେଳେ ଆଉ କିଛି ଘଟଣା ଏବେ ବି ରହସ୍ୟ ଘେରରେ । ପଢ଼ନ୍ତୁ କ୍ରାଇମ ଚାପ୍ଟର 2023

Crime year Ender 2023
Crime year Ender 2023

ଭୁବନେଶ୍ବର: ଆଉ ମାତ୍ର 3 ଦିନ... ଆମ ସମସ୍ତଙ୍କ ଗହଣରୁ ବିଦାୟ ନେବ ବର୍ଷ 2023 ଏବଂ ଆରମ୍ଭ ହେବ 2024ର ଅଧ୍ୟାୟ। ହେଲେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିଯିବ 2023ର ଅନେକ ଘଟଣା । ଚଳିତ ହର୍ଷ ଅକାଳରେ ଚାଲି ଯାଇଥିଲା ଅନେକ ଜୀବନ, ଯାହାକି ଓଡିଶାବାସୀଙ୍କୁ ଚକିତ କରି ରଖିଥିଲା । ବର୍ଷ ତମାମ ରାଜ୍ୟରେ ଘଟିଥିଲା ଅନେକ ଚର୍ଚ୍ଚିତ ହତ୍ୟାକାଣ୍ଡ ଏବଂ ସନ୍ଦେହଜନକ ମୃତ୍ୟୁ । ସ୍ପଷ୍ଟ ଦିବାୋଲୋକରେ ବୋହି ଯାଇଥିଲା ରକ୍ତର ନଦୀ, କିନ୍ତୁ ଖିଅ ଖୋଜି ପାରିଲା ନାହିଁ ପୋଲିସ । ବର୍ଷ ଶେଷ ହେବାକୁ ବସିଥିବା ବେଳେ ଆଜି ମଧ୍ୟ ଏଭଳି କିଛି ଚର୍ଚ୍ଚିତ ହତ୍ୟାକାଣ୍ଡ ରହିଛି ଯାହାର ରହସ୍ୟ ଉପରୁ ପରଦା ହଟାଇ ପାରିନି ପୋଲିସ । କେତେକ କେସ୍‌ ବାଟବଣା ହୋଇଯାଇଥିବା ବେଳେ କେତେକ ଫାଇଲ୍‌ ତଳେ ଲୁଚି ରହିଯାଇଛି । ତେବେ ସେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ହେଉ କିମ୍ବା ଡିଜେ ଆଜେକ୍ସଙ୍କ ମୃତ୍ୟୁ ହେଉ । ନବଦାସଙ୍କ ମୃତ୍ୟୁକୁ ନେଇ ପାଓ୍ବାର କରିଡର ଦୋହଲିଥିବା ବେଳେ ସମଗ୍ର ରାଜ୍ୟବାସୀଙ୍କ ମଧ୍ୟରେ ଅନେକ ସମୟ ଧରି ରହିଆସିଛି ଚର୍ଚ୍ଚାର ବିଷୟ । କିନ୍ତୁ ଆଜି ପର୍ଯ୍ୟନ୍ତ ବି ସ୍ପଷ୍ଟ ହୋଇ ପାରିଲା ନାହିଁ ମୃତ୍ୟୁ ବା ହତ୍ୟାକାଣ୍ଡ ରହସ୍ୟ। ନଜର ପକାନ୍ତୁ ଓଡିଶାର କିଛି ଚର୍ଚ୍ଚିତ ହତ୍ୟାକାଣ୍ଡ ଏବଂ ଡେଥ ମିଷ୍ଟ୍ରି ଉପରେ ।

ଏହା ମଧ୍ୟ ପଢନ୍ତୁ: ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ASIଙ୍କ ଗୁଳିମାଡ, ହସ୍ପିଟାଲରେ ଭର୍ତ୍ତି

ସ୍ବାସ୍ଥ୍ୟମନ୍ତ୍ରୀ ନବଦାସ ହତ୍ୟାକାଣ୍ଡ: ଜାନୁଆରୀ 29 ତାରିଖ ମଧ୍ୟାହ୍ନ ସମୟ। ହଠାତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପରକୁ ହୋଇଥିଲା ଗୁଳି ଚାଳନା। ସାରା ରାଜ୍ୟରେ ଖେଳିଥିଲା ଚାଞ୍ଚଲ୍ୟ । ଜାନୁଆରୀ ୨୯ତାରିଖରେ ଶହଶହ ସମର୍ଥକଙ୍କ ଆଗରେ ଗୁଳି କରି ହତ୍ୟା କରିଥିଲା ଏଏସଆଇ ଗୋପାଳ ଦାସ । ରାଜ୍ୟର ତତ୍କାଳିନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଦିନ ଦ୍ବିପହରେ ହତ୍ୟା କରାଯାଇଥିବା ବେଳେ ଏହାକୁ ନେଇ ଦେହଲିଥିଲା ରାଜ୍ୟ ରାଜନୀତି । ପୋଲିସ ମହଲଠୁ ଆରମ୍ଭ କରି ରାଜନୈତିକ ଓ ପ୍ରଶାସନିକ କ୍ଷେତ୍ରରେ ଆଲୋଡନ ସୃଷ୍ଟି କରିଥିଲା । ରାଜ୍ୟରେ ଆଇନଶୃଙ୍ଖଳା ଓ ଅପରାଧ ନେଇ ପ୍ରସଙ୍ଗ କରି ବିଧାନସଭା ପର୍ଯନ୍ତ ପହଞ୍ଚି ଥିଲା ନବ ତାତି । ତେବେ ଅନେକ ବାଦ ବିବାଦ ତଦନ୍ତ ପରେ ମଧ୍ୟ ରହସ୍ୟ ଉପରୁ ଉଠି ପାରିଲାନି ପରଦା । ପ୍ରଥମ ଶ୍ରାଦ୍ଧ ବାର୍ଷୀକିକୁ ଆଉ ମାତ୍ର ମାସେ ରହିଥିବା ବେଳେ ଗୋପାଳ ଦାସ କାହିଁକି ନବ ଦାସଙ୍କୁ ଗୁଳି କରିଥିଲା ? ଏହି ପ୍ରଶ୍ନ ପ୍ରଶ୍ନରେ ହିଁ ରହି ଯାଇଛି ।

ସ୍ବାସ୍ଥ୍ୟ ମନ୍ତ୍ରୀ ନବଦାସ ହତ୍ୟାକାଣ୍ଡ
ସ୍ବାସ୍ଥ୍ୟ ମନ୍ତ୍ରୀ ନବଦାସ ହତ୍ୟାକାଣ୍ଡ

ଏହା ମଧ୍ୟ ପଢନ୍ତୁ: ଭିସୁଟ ଛାତ୍ରୀ ନିଖୋଜ ଘଟଣା, ପାୱାର ଚ୍ୟାନେଲରୁ 12 ଘଣ୍ଟା ପରେ ମିଳିଲା ମୃତଦେହ

ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁ: ମାର୍ଚ୍ଚ ୧ତାରିଖରେ ବୁର୍ଲା ପାଓ୍ବାର ଚ୍ୟାନେଲ ବ୍ରିଜରୁ ଉଦ୍ଧାର ହୋଇଥିଲା ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତଦେହ। ନିଖୋଜ ହେବାର 12 ଘଣ୍ଟା ପରେ ଉଦ୍ଧାର ହୋଇଥିଲା ମୃତଦେହ । ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ଆସି ପାଓ୍ବାର ଟନେଲରୁ ମୃତଦେହ ମିଳିବା ଘଟଣାକୁ ନେଇ ହତ୍ୟା ଅଭିଯୋଗ ଆଣିଥିଲେ‌ ପରିବାର ଲୋକେ । ଏପରିକି ଏହି ଘଟଣାରେ ଛାତ୍ରୀଙ୍କ ସହ ଥିବା ଜଣେ ପାଓ୍ବାର କରିଡରର ବାବୁଙ୍କ ପୁଅ ପ୍ରତିକାନ୍ତକୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରିଥିଲା । ଭୁବନେଶ୍ୱରେ ରହୁଥିବା ଭଡ଼ାଘର ସମେତ ସରକାରୀ ବାସଭବନରେ ପୋଲିସର ତଦନ୍ତ ଘଟଣା ବେସ୍‌ ଚର୍ଚ୍ଚାକୁ ଆସିଥିଲା । ଏନେଇ ରାଜନୈତିକ ମାହୋଲ ମଧ୍ୟ ସରଗରମ ହୋଇଥିବା ବେଳେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବୟାନ ଘଟଣାକୁ ବେସ ରହସ୍ୟ ଆବୃତ କରିଥିଲା ।

ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁ
ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁ

ଏହା ମଧ୍ୟ ପଢନ୍ତୁ: ଲୋକପ୍ରିୟ DJ Azexଙ୍କ ସନ୍ଦେହଜନକ ମୃତ୍ୟୁ, ଭଡା ଘରୁ ମିଳିଲା ଝୁଲନ୍ତା ମୃତଦେହ

ଡିଜେ ଆଜେକ୍ସଙ୍କ ମୃତ୍ୟୁ: ସକାଳ ହେଲେ ଯେଉଁ ଡିଜେ ଆଜେକ୍ସଙ୍କ ଡିଜେ ତାଳେତାଳେ ଝୁମୁଥିଲେ ଫ୍ୟାନ୍ସ, ହେଲେ ସେଭଳି ଏକ ସକାଳୁ ଖବର ଆସିଲା ଡିଜେ ଆଜେକ୍ସଙ୍କ ମୃତ୍ୟୁ। 2023 ମସିହା ମାର୍ଚ୍ଚ ୧୯ତାରିଖ। ଭୁବନେଶ୍ବର ସ୍ଥିତ ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଥିଲା ପୋଲିସ। ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କର ଫ୍ୟାନ୍ସଙ୍କ ମଧ୍ୟରେ ଶୋକରେ ଛାୟା ଖେଳି ଯାଇଥିଲା। ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନଥିଲେ ଫ୍ୟାନ୍ସ। ଭୁବନେଶ୍ୱର ସମେତ ସାରା ଓଡ଼ିଶାରେ ବେସ ଚର୍ଚ୍ଚିତ ଡିଜେ ଆଜଏକ୍ସଙ୍କ ମୃତ୍ୟୁକୁ ନେଇ ସାମ୍ନାକୁ ଆସିଥିଲା ପ୍ରେମ ସମ୍ପର୍କର ଅନେକ ଗହନ କଥା। ଏକାଧିକ ଯୁବତୀଙ୍କ ସହ ସମ୍ପର୍କରେ ଥିବା ଅଭିଯୋଗ ଆଣିଥିଲେ ପ୍ରେମିକା। ଅନ୍ୟପଟେ ଆଜେକ୍ସଙ୍କ ମୃତ୍ୟୁ ପୂର୍ବର ଭିଡିଓ ବେସ ଚର୍ଚ୍ଚାର ପରିସରକୁ ଆସିଥିଲା। ଘଟଣାକୁ ନେଇ ହାଇକୋର୍ଟ ପର୍ଯନ୍ତ ଯାଇଥିଲେ ପରିବାର ଲୋକେ। ପ୍ରେମିକା ଡାକ୍ତରୀ ଛାତ୍ରଙ୍କ ଗିରଫ ଦାବି ନେଇ ପରିବାର ଲୋକେ ଆଣିଥିଲେ ସାଙ୍ଘାତିକ ଅଭିଯୋଗ। ହେଲେ ଆଜି ପର୍ଯ୍ୟନ୍ତ ସାମ୍ନାକୁ ଆସିପାରିଲାନି ପ୍ରକୃତ ସତ୍ୟ।

ଡିଜେ ଆଜେକ୍ସଙ୍କ ମୃତ୍ୟୁ
ଡିଜେ ଆଜେକ୍ସଙ୍କ ମୃତ୍ୟୁ

ଏହା ମଧ୍ୟ ପଢନ୍ତୁ: ମହିଳା ପୋଲିସ ଏସଆଇଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଜି ଉଦୟଗିରି ଥାନାର ମହିଳା ପୋଲିସ ଏସଆଇଙ୍କ ମୃତ୍ୟୁ: ଅଗଷ୍ଟ ୨୭ତାରିଖରେ ଜି ଉଦୟଗିରି ଥାନାର ମହିଳା ସବ ଇନସିପେକ୍ଟରଙ୍କ ଝୁଲନ୍ତା ମୃତଦେହ ମଧ୍ୟ ଏକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ସିନିୟର୍ ଅଫିସରଙ୍କ ଅତ୍ୟାଚାର ମହିଳା ସବ ଇନସିପେକ୍ଟରଙ୍କ ପାଇଁ ଅସହ୍ୟ ହୋଇଥିଲା। ତେଣୁ ସେ ଆତ୍ମହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ। କିନ୍ତୁ ଡେଥ ମିଷ୍ଟ୍ରି ଉପରୁ ପରଦା ହଟାଇ ପାରିନି ପୋଲିସ।

ଏହା ମଧ୍ୟ ପଢନ୍ତୁ: ସହକାରୀ ଜିଲ୍ଲାପାଳଙ୍କ ସନ୍ଦେହଜନକ ମୃତ୍ୟୁ, ପୋଖରୀରୁ ମୃତଦେହ ଉଦ୍ଧାର

ସୁନ୍ଦରଗଡ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ: ସେପ୍ଟେମ୍ବର ୧୯ ତାରିଖରେ ସୁନ୍ଦରଗଡ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ପୋଖରି ହୁଡାରେ ମୃତଦେହ ମିଳିବା ପରେ ଘନେଇଥିଲା ସନ୍ଦେହ। ତେବେ ପୋଲିସ ଆତ୍ମହତ୍ୟା କହୁଥିବା ବେଳେ‌ ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ହତ୍ୟା ଅଭିଯୋଗ ଆଣିଥିଲେ ପରିବାର ଲୋକେ। ଏଇ ହାଇପ୍ରୋଫାଇଲ ମୃତ୍ୟୁ ଏବେବି ସନ୍ଦେହ ଘେରରେ ରହିଛି।

ସୁନ୍ଦରଗଡ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ
ସୁନ୍ଦରଗଡ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ



ମା’ ଝିଅ ମୃତ୍ୟୁର ଖୋଲିଲା ରହସ୍ୟ, ନାଗସାପ ଛାଡି ହତ୍ୟା କରିଥିଲା ସ୍ବାମୀ

ସ୍ତ୍ରୀ-ଝିଅକୁ ମାରିବା ପାଇଁ ସାପ ସୁପାରି: ହତ୍ୟା ପାଇଁ ସାପ ବିଷ ଷଡ଼ଯନ୍ତ୍ର ଥିଲା ଚଳିତ ବର୍ଷର ଚର୍ଚ୍ଚିତ ହତ୍ୟାକାଣ୍ଡ। ଅକ୍ଟୋବର ୬ତାରିଖ ଗଞ୍ଜାମ କବିସୂର୍ଯ୍ୟନଗରରେ ବାସନ୍ତି ପାତ୍ର ଓ ଦୁଇ ବର୍ଷର ଝିଅର ସନେଦହଜନକ ମୃତ୍ୟୁ ହୋଇଥିବା ବେଳେ ସାମ୍ନାକୁ ଆସିଥିଲା ସାପ ବିଷ ଦେଇ ହତ୍ୟା ଷଡ଼ଯନ୍ତ୍ର। ଅର୍ଥାତ୍ ହତ୍ୟା କରିବା ପାଇଁ ଅସ୍ତ୍ର ଭାବେ ସାପକୁ ବ୍ୟବହାର‌ କରାଯାଇଥିଲା। ସାପ କାମୁଡା ଦାଗରୁ ଏହା ପ୍ରାକୃତିକ କାମୁଡିବା ନୁହେଁ ବରଂ ଜୋରଜବରଦସ୍ତ କାମୁଡ଼ା ଯାଇଥିବା ସାମ୍ନାକୁ ଆସିବା ପରେ ହତ୍ୟାର ଗୁମର ଫିଟାଇଥିଲା ପୋଲିସ। ଏନେଇ ସ୍ବାମି କେ ଗଣେଷ ପାତ୍ରକୁ ଗିରଫ କରିଥିଲା ଗଞ୍ଜାମ ପୋଲିସ।


ଏହା ମଧ୍ୟ ପଢନ୍ତୁ: ଚନ୍ଦକା ଜଳଖିଆ ଦୋକାନୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ, ଘୁଗୁନି ପାଇଁ ମର୍ଡର

ଘୁଗୁନି ପାଇଁ ମର୍ଡର: ହତ୍ୟା ପଛର କାରଣ ରହିଥିଲା ଘୁଘୁନି। ସାମାନ୍ୟ ଘୁଗୁନି‌ ଖାଇବାକୁ ନେଇ ଜଳଖିଆ ଦୋକାନିକୁ ଛୁରୀ ରେ ହତ୍ୟା କରିଥିଲା ଦୁର୍ବୃତ୍ତ । ଗତ ୭ନଭେମ୍ବର‌ରେ ଚନ୍ଦକା ଥାନା ଗୋଠପାଟଣାରେ ଜଳଖିଆ ଦୋକାନି ହତ୍ୟାକାଣ୍ଡ ପଛରେ ରହିଥିଲା ଘୁଗୁନି‌ । ଦୀର୍ଘ ୨୫ଦିନ ଧରି ଲୁଚକାଳି ପରେ ଏହି ଘଟଣା ଉପରୁ ପରଦା ଉଠାଇବାରେ ସକ୍ଷମ ହୋଇଥିଲା ପୋଲିସ ।

ଘୁଘୁନି ପାଇଁ ମର୍ଡର
ଘୁଘୁନି ପାଇଁ ମର୍ଡର



ଟ୍ୟୁସନ ଫି' ପାଇଁ ଖୋର୍ଦ୍ଧାରେ ହତ୍ୟାକାଣ୍ଡ: ଜଟଣୀର ଆଦର୍ଶ ବିଦ୍ୟାଳୟର ଛାତ୍ର ତଥା ନବମ ଶ୍ରେଣୀ ଛାତ୍ର ହତ୍ୟା ଘଟଣା ପୋଲିସ ରୋଚକ ତଥ୍ୟ ସାମ୍ନାକୁ ଆଣିଥିଲା । ଟ୍ୟୁସନ ଫି' ପାଇଁ ଗଡ଼ିଥିଲା ମୁଣ୍ଡ । ବେଣାପଞ୍ଜରୀ ଗ୍ରାମର ନବମ ଶ୍ରେଣୀର ଛାତ୍ରକୁ ୨୭ଶହ ଟଙ୍କା ଟ୍ୟୁସନ ଫି' ପାଇଁ ହତ୍ୟା କରିଥିଲା ମୃତକ ବାପାର ସମ୍ପର୍କୀୟ ଭଣଜା । ଫି' ନଦେବାରୁ ଏପରି ଗଳା କାଟି ବିଭତ୍ସ ହତ୍ୟା କରିଥିଲା ହତ୍ୟାକାରୀ ।

ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ନିର୍ମମ ଭାବେ ହତ୍ୟା, ପୋଖରୀ ହୁଡାରୁ ମୃତଦେହ ଉଦ୍ଧାର

ନାବାଳକ ହତ୍ୟାକାଣ୍ଡ ପଛରେ ଅପ୍ରାକୃତ ଯୌନ ସମ୍ପର୍କ
ନାବାଳକ ହତ୍ୟାକାଣ୍ଡ ପଛରେ ଅପ୍ରାକୃତ ଯୌନ ସମ୍ପର୍କ

ନାବାଳକ ହତ୍ୟାକାଣ୍ଡ ପଛରେ ଅପ୍ରାକୃତ ଯୌନ ସମ୍ପର୍କ: ଗତ ଡିସେମ୍ବର ୧୬ତାରିଖରେ କଟକ ଜଗତପୁର ପୂର୍ବକଚ୍ଛରେ ଛାତ୍ର ଜ୍ୟୋତିପ୍ରକାଶ ବେହେରାକୁ ଗଳା କାଟି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ହତ୍ୟାକାଣ୍ଡର ୯ଦିନ‌ ପରେ‌ ଦୋଷୀକୁ ଗିରଫ କରି ରହସ୍ୟ ଉପରକୁ ପରଦା ଉଠାଇଥିଲା ପୋଲିସ । ଅପ୍ରାକୃତିକ ଯୌନ ସମ୍ପର୍କ ହିଁ ହତ୍ୟାକାଣ୍ଡର କାରଣ ବୋଲି ରହସ୍ୟ ଫିଟାଇଥିଲା ପୋଲିସ । ନାବାଳକ ତଥା ପଞ୍ଚମ ଶ୍ରେଣୀ ଛାତ୍ର ନିର୍ମମ ଭାବେ ହତ୍ୟା ଘଟଣାର ପର୍ଦ୍ଦାଫାସ କରି ଅଭିଯୁକ୍ତ ବାବୁଲି ପଣ୍ଡାକୁ ଗିରଫ କରିଥିଲା ଜଗତପୁର ଥାନା‌ ପୋଲିସ । ଶାରୀରିକ ସମ୍ପର୍କ ନରଖିବାରୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲା ଅଭିଯୁକ୍ତ ।

ତାପସ ପରିଡା, ଭୁବନେଶ୍ବର

Last Updated : Dec 27, 2023, 2:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.