ଲୋକପ୍ରିୟ DJ Azexଙ୍କ ସନ୍ଦେହଜନକ ମୃତ୍ୟୁ, ଭଡା ଘରୁ ମିଳିଲା ଝୁଲନ୍ତା ମୃତଦେହ

author img

By

Published : Mar 19, 2023, 10:31 AM IST

Updated : Mar 19, 2023, 10:55 AM IST

DJ Azex

ଡିଜେ ଆଜେକ୍ସ ଅକ୍ଷୟ କୁମାରଙ୍କ ଅକାଳ ବିୟୋଗ । ଖାରବେଳ ନଗର ସ୍ଥିତ ଭଡା ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ । ଅଧିକ ପଢନ୍ତୁ

ଭୁବନେଶ୍ବର: ଜଣାଶୁଣା ଡିଜେ ଆଜେକ୍ସ ଅକ୍ଷୟ କୁମାରଙ୍କ ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ବର ସ୍ଥିତ ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଲା ପୋଲିସ । ଖାରବେଳ ନଗର ସ୍ଥିତ ଭଡା ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ତେବେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ପ୍ରେମ ପାଇଁ ଜୀବନ ହାରିଥିବା ଚର୍ଚ୍ଚା ହେଉଛି । କିନ୍ତୁ ଏନେଇ ପରିବାର ଲୋକ କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ । ଖାରବେଳ ନଗର ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ।

ସୂଚନାଅନୁସାରେ, ଗତକାଲି(ଶନିବାର) ସନ୍ଧ୍ୟାରେ ଭୁବନେଶ୍ବର ଝଡ ବର୍ଷା ହେଉଥିବା ବେଳେ ସେ ରୁମରେଏକାକି ରହିଥିଲେ । ତେବେ ରାତିରେ ପରିବାର ଲୋକେ ଡାକିଥିବା ବେଳେ ସେ ଶୁଣିନଥିଲେ । ଏହାପରେ କବାଟ ଭାଙ୍ଗିଲା ବେଳକୁ ପରିବାରଲୋକେ ତାଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ । ତେବେ ଏନେଇ ପୋଲିସକୁ ଖବର ଦେଇଥିଲେ ପରିବାର ଲୋକେ । ଖବରପାଇ ଖାରବେଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ କ୍ୟାପିଟଲ ହସ୍ପିଟାଲରେ ତାଙ୍କର ବ୍ୟବଚ୍ଛେଦ କରାଯିବା ନେଇ ସୂଚନା ମିଳିଛି । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ: ସ୍କୁଲ ପରିଚାଳନା କମିଟି ସଭାପତିଙ୍କୁ ବିଡିଓଙ୍କ ମାଡ଼, ଜିଲ୍ଲାପାଳଙ୍କୁ ଭେଟି ବିଜେପିର କାର୍ଯ୍ୟାନୁଷ୍ଠାନ ଦାବି

ସେ ଗତ କିଛି ବର୍ଷ ଧରି ଖାରବେଳ ନଗରର ପ୍ରେସ କଲୋନିରେ ରହି ଆସୁଥିଲେ । ଅନେକ ପାର୍ଟି ଇଭେଣ୍ଟ ଓ ଡିଜେ ନାଇଟରେ ତାଙ୍କ ଡିଜେ ପରିବେଶଣ ପାଇଁ ବେଶ ଚର୍ଚ୍ଚିତ ରହିଥିଲେ । ଓଡିଆ ଗୀତକୁ ନିଜ ଷ୍ଟାଇଲରେ ଗାଇ ବେଶ ପରିଚିତ ହୋଇପାରିଥିଲେ ଆଜେକ୍ସ । ସମ୍ବଲପୁରୀ ଗୀତକୁ ତଡକା ଦେଇ ଦର୍ଶକଙ୍କୁ ବାନ୍ଧି ରଖୁଥିଲେ । ତେବେ ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କର ଫ୍ୟାନ୍ସଙ୍କ ମଧ୍ୟରେ ଶୋକରେ ଛାୟା ଖେଳିଯାଇଛି । ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ତାଙ୍କ ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଶୁଭେଚ୍ଛୁ । ପ୍ରେମ ପାଇଁ ଜୀବନ ହାରିଥାଇପାରନ୍ତି ବୋଲି ଚର୍ଚ୍ଚା ହୋଇଛି । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିବା ବେଳେ ବ୍ୟବଚ୍ଛେଦ ପରେ ପରେ ପୋଲିସ କିଛି ସୂଚନା ଦେଇପାରେ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Mar 19, 2023, 10:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.