ETV Bharat / state

ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ନିର୍ମମ ଭାବେ ହତ୍ୟା, ପୋଖରୀ ହୁଡାରୁ ମୃତଦେହ ଉଦ୍ଧାର

author img

By ETV Bharat Odisha Team

Published : Dec 17, 2023, 11:51 AM IST

Updated : Dec 17, 2023, 1:33 PM IST

ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ନିର୍ମମ ଭାବେ ହତ୍ୟା
ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ନିର୍ମମ ଭାବେ ହତ୍ୟା

Minor killed in Cuttcak: କଟକ ଜଗତପୁରର ଏକ ପୋଖରୀ ହୁଡାରୁ ନାବାଳକଙ୍କ ମୃତଦେହ ଉଦ୍ଧାର । ଗଳା କାଟି କେହି ହତ୍ୟା କରିଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ

ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ନିର୍ମମ ଭାବେ ହତ୍ୟା

କଟକ: ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ନିର୍ମମ ଭାବେ ହତ୍ୟା । ପୋଖରୀ ହୁଡାରୁ ନାବାଳକଙ୍କ ମୃତଦେହ ଉଦ୍ଧାର । କଟକ ଜିଲ୍ଲା ଜଗତପୁର ଅଞ୍ଚଳରେ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି । ପୂର୍ବକଚ୍ଛଠାରେ ଏକ ଥିବା ଚନ୍ଦନପୋଖରୀର ହୁଡାରୁ ନାବାଳକଙ୍କ ରକ୍ତାକ୍ତ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ତଣ୍ଟି କାଟି କେହି ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡିଛି । ଗତକାଲି(ଶନିବାର)ଠୁ ନାବାଳକ ଜଣକ ନିଖୋଜ ଥିଲେ । ଘଟଣାସ୍ଥଳରେ ଜଗତପୁର ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ତେବେ ଗତକାଲି(ଶନିବାର)ଠାରୁ ନାବାଳକ ଜଣକ ନିଖୋଜ ଥିବା ବେଳେ କିଏ ଓ କାହିଁକି ଏଭଳି ନିର୍ମମ ଭାବେ ହତ୍ୟା କରିଛି ସେନେଇ ଏବେସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ଏହାମଧ୍ୟ ପଢନ୍ତୁ..ପରକୀୟା ପ୍ରୀତିରୁ ବିଜେଡି ନେତାଙ୍କୁ ହତ୍ୟା, ଜୀବନ ନେଲେ ମହିଳା

ସୂଚନା ଅନୁଯାୟୀ, କଟକ ଜିଲ୍ଲା ଜଗତପୁର ଅନ୍ତର୍ଗତ ପୂର୍ବକଚ୍ଛ ଠାରେ ଏକ ଗାଁ ପୋଖରୀ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ମୃତଦେହଟି ସ୍ଥାନୀୟ ଅଞ୍ଚଳର ଜ୍ୟୋତିପ୍ରକାଶ ବେହେରାଙ୍କ ହୋଇଥିବା ଜଣାପଡିଛି । ଜ୍ୟୋତିପ୍ରକାଶ ଗତକାଲି(ଶନିବାର)ଠାରୁ ନିଖୋଜ ଥିବା ବେଳେ ତାଙ୍କ ଘର ଲୋକେ ତାଙ୍କୁ ଖୋଜାଖୋଜି କରୁଥିଲେ । ତେବେ ଆଜି ପୋଖରୀ ହୁଡାରୁ ରକ୍ତାକ୍ତ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । କେହି ଗଳା କାଟି ତାଙ୍କୁ ହତ୍ୟା କରିଥିବା ଜଣାପଡିଛି ।

ଅନ୍ୟପଟେ ପୋଖରୀ ହୁଡାରେ ମୃତଦେହକୁ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଥିବା ଜଣାପଡିଛି । ଏଥିସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବ ସହ ତଦନ୍ତ ଜାରି ରଖିଛି । ତେବେ କିଏ ଓ କାହିଁକି ଜ୍ୟୋତିପ୍ରକାଶକୁ ହତ୍ୟା କଲା ସେନେଇ ସ୍ପଷ୍ଟ ହୋଇନାହିଁ ।

ଏହାମଧ୍ୟ ପଢନ୍ତୁ..କଲେଜ ଛାତ୍ର ହତ୍ୟା ଘଟଣାର ପର୍ଦ୍ଦାଫାସ, ୩ ଅଭିଯୁକ୍ତ ଗିରଫ

ଜ୍ୟୋତିପ୍ରକାଶ ସ୍ଥାନୀୟ ଗାଁ ସ୍କୁଲରେ ପଞ୍ଚମ ଶ୍ରେଣୀର ଛାତ୍ର ଥିଲେ । ଏହି ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ଓ ଭୟର ବାତାବରଣ ଖେଳିଯାଇଛି । ପଞ୍ଚମ ଶ୍ରେଣୀରେ ପଢୁଥିବା ଛାତ୍ରକୁ କିଏ ଓ କାହିଁକି ଏଭଳି ନିର୍ମମ ଭାବେ ହତ୍ୟା କଲା ସେନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ମଧ୍ୟ ଜୋର ରହିଛି । ଅନ୍ୟପଟେ ଏନେଇ ପରିବାର କିମ୍ବା ପୋଲିସର ପ୍ରତିକ୍ରିୟା ମିଳି ପାରିନାହିଁ ।

ଇଟିଭି ଭାରତ, କଟକ

Last Updated :Dec 17, 2023, 1:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.